ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲା: କରଣ ଜୋହରଙ୍କୁ ସମନ୍ ପଠାଇବ ପୁଲିସ!

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ୱାଇ ପୁଲିସ ତଦନ୍ତ କରୁଛି। ଏହି ମାମଲାରେ ବଲିଉଡର ଅନେକ ଆଗଧାଡିର ଚେହେରାଙ୍କ ସଂପୃକ୍ତି ଥିବା ନେଇ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଅଭିଯୋଗ କରିଛନ୍ତି। ଏହାବାଦ ସୋଶାଲ ମିଡିଆରେ ମଧ୍ୟ ମହେଶ ଭଟ୍ଟ, କରଣ ଜୋହର, ସଲମାନ ଖାନ ଆଦିଙ୍କ ନାମକୁ ନେଇ ଅନେକ ପ୍ରଶ୍ନ ଉଠିଛି। ପୁଲିସ ମଧ୍ୟ ଧୀରେ ଧୀରେ ସମସ୍ତଙ୍କ ବୟାନ ରେକର୍ଡ କରି ତଦନ୍ତ ଚଳାଇଛି। ନିକଟରେ କଙ୍ଗନାଙ୍କୁ ମୁମ୍ୱାଇ ପୁଲିସ ନୋଟିସ୍ […]

mahesh-bhatt-karan-johar

mahesh-bhatt-karan-johar

Subhransu Sekhar
  • Published: Sunday, 26 July 2020
  • Updated: 26 July 2020, 06:06 PM IST

Sports

Latest News

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ୱାଇ ପୁଲିସ ତଦନ୍ତ କରୁଛି। ଏହି ମାମଲାରେ ବଲିଉଡର ଅନେକ ଆଗଧାଡିର ଚେହେରାଙ୍କ ସଂପୃକ୍ତି ଥିବା ନେଇ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଅଭିଯୋଗ କରିଛନ୍ତି। ଏହାବାଦ ସୋଶାଲ ମିଡିଆରେ ମଧ୍ୟ ମହେଶ ଭଟ୍ଟ, କରଣ ଜୋହର, ସଲମାନ ଖାନ ଆଦିଙ୍କ ନାମକୁ ନେଇ ଅନେକ ପ୍ରଶ୍ନ ଉଠିଛି। ପୁଲିସ ମଧ୍ୟ ଧୀରେ ଧୀରେ ସମସ୍ତଙ୍କ ବୟାନ ରେକର୍ଡ କରି ତଦନ୍ତ ଚଳାଇଛି। ନିକଟରେ କଙ୍ଗନାଙ୍କୁ ମୁମ୍ୱାଇ ପୁଲିସ ନୋଟିସ୍ କରିଛି। ତାଙ୍କ ବୟାନ ରେକର୍ଡ ହେବ।

ଏହି ଆତ୍ମହତ୍ୟା ମାମଲାରେ କରଣ ଜୋହର, ମହେଶ ଭଟ୍ଟଙ୍କ ନାମ ମଧ୍ୟ ଉଠିଛି। ତେଣୁ କୋରଣ ଜୋହର ଏବଂ ମହେଶ ଭଟ୍ଟଙ୍କ ମ୍ୟାନେଜରକୁ ମଧ୍ୟ ମୁମ୍ୱାଇ ପୁଲିସ ତରଫରୁ ଫୋନ୍ କଲ୍ ଯାଇଥିବା ଜଣାପଡ଼ିଛି।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପୁଲିସ ସମସ୍ତ ଦିଗକୁ ଯାଇ ତଦନ୍ତ କରୁଛି। ଏପର୍ଯ୍ୟନ୍ତ ୩୭ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ମହେଶ ଭଟ୍ଟଙ୍କର ବୟାନ ମଧ୍ୟ ଦିନେ କି ଦୁଇ ଦିନ ମଧ୍ୟରେ ରେକର୍ଡ ହେବ। କଙ୍ଗନା ରଣାୱତଙ୍କ ବୟାନ ରେକର୍ଡ କରିବାକୁ ସମନ କରାଯାଇଛି। କରଣ ଜୋହରଙ୍କ ମ୍ୟାନେଜରଙ୍କୁ ମଧ୍ୟ ଡକାଯାଇଛି। ଆବଶ୍ୟକ ପଡ଼ିଲେ କରଣ ଜୋହରଙ୍କୁ ମଧ୍ୟ ସମନ୍ କରାଯିବ ବୋଲି ସେ କହିଛନ୍ତି।

https://twitter.com/ANI/status/1287309143653486594

ସୂଚନାଯୋଗ୍ୟ, ନିକଟରେ ମୁମ୍ବାଇ ପୁଲିସ ଲେଖକ, ଅଭିନେତା ତଥା ନିର୍ଦ୍ଦେଶକ ରୁମି ଜାଫ୍ରେଙ୍କୁ ମଧ୍ୟ ପଚରାଉଚରା ପାଇଁ ଡାକିଥିଲା। ଏମିତିକିରି ୟଶ ରାଜ ଫିଲ୍ମସର ମୁଖ୍ୟ ଆଦିତ୍ୟ ଚୋପ୍ରା, ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜର ଆଦିଙ୍କୁ ଡ଼ାକି ପୁଲିସ ବୟାନ ରେକର୍ଡ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos