ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ସହି ପାରିଲେନି ଭାଉଜ ସୁଧା, ଆଖି ବୁଜିଦେଲେ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବରକୁ ସହଜରେ ବିଶ୍ୱାସ କରିପାରି ନଥିବା ଓ ଗଭୀର ଅବସାଦ ମଧ୍ୟକୁ ଚାଲି ଯାଇଥିବା ତାଙ୍କର ଜଣେ ସଂପର୍କୀୟ ଭାଉଜଙ୍କର ଗତକାଲି ପରଲୋକ ହୋଇଯାଇଛି। ତାଙ୍କ ନାଁ ସୁଧା ଦେବୀ। ଯେତେବେଳେ ମୁମ୍ବାଇରେ ସୁଶାନ୍ତଙ୍କ ଜୁଇ ଜଳୁଥିଲା ଠିକ୍ ସେତେବେଳେ ତାଙ୍କ ଭାଉଜଙ୍କ ମୃତ୍ୟୁ ଖବର ପହଞ୍ଚିଥିଲା। ଏହା ପରେ ତାଙ୍କ ପରିବାର ଆହୁରି ଭାଙ୍ଗି ପଡ଼ିଛି। ବିହାରର ପୁରନିଆ ଜିଲ୍ଲାର ମଲଡ଼ିହା ହେଉଛି ସୁଶାନ୍ତଙ୍କ ପୈତୃକ ଗ୍ରାମ। ଏଠାରେ […]

sushant

sushant

Jitendra Garnayak
  • Published: Tuesday, 16 June 2020
  • Updated: 16 June 2020, 12:22 PM IST

Sports

Latest News

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବରକୁ ସହଜରେ ବିଶ୍ୱାସ କରିପାରି ନଥିବା ଓ ଗଭୀର ଅବସାଦ ମଧ୍ୟକୁ ଚାଲି ଯାଇଥିବା ତାଙ୍କର ଜଣେ ସଂପର୍କୀୟ ଭାଉଜଙ୍କର ଗତକାଲି ପରଲୋକ ହୋଇଯାଇଛି। ତାଙ୍କ ନାଁ ସୁଧା ଦେବୀ। ଯେତେବେଳେ ମୁମ୍ବାଇରେ ସୁଶାନ୍ତଙ୍କ ଜୁଇ ଜଳୁଥିଲା ଠିକ୍ ସେତେବେଳେ ତାଙ୍କ ଭାଉଜଙ୍କ ମୃତ୍ୟୁ ଖବର ପହଞ୍ଚିଥିଲା। ଏହା ପରେ ତାଙ୍କ ପରିବାର ଆହୁରି ଭାଙ୍ଗି ପଡ଼ିଛି।

ବିହାରର ପୁରନିଆ ଜିଲ୍ଲାର ମଲଡ଼ିହା ହେଉଛି ସୁଶାନ୍ତଙ୍କ ପୈତୃକ ଗ୍ରାମ। ଏଠାରେ ତାଙ୍କର ସଂପର୍କୀୟ ଭାଉଜ ସୁଧା ଦେବୀ ରହୁଥିଲେ। ସେ ସୁଶାନ୍ତଙ୍କ କକାଙ୍କ ବୋହୂ ଥିଲେ। ରବିବାର ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇବା ପରେ ସୁଧା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହି ଖବର ଶୁଣିବା ପରେ ସେ ଖାଇବା ପିଇବା ଛାଡ଼ି ଦେଇଥିଲେ। ଗତକାଲି ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ରବିବାର ଦିନ ସୁଶାନ୍ତଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ତାଙ୍କର ବାନ୍ଦ୍ରା ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ତାଙ୍କ ପରିବାର ଲୋକେ ମୁମ୍ବାଇରେ ପହଞ୍ଚିବା ପରେ ଗତକାଲି ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ବଲିଉଡ୍‌ର ଅନେକ କଳାକାର ଉପସ୍ଥିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଶ୍ରଦ୍ଧା କପୁର, କୃତି ସେନନ, ବରୁଣ ଶର୍ମା, ବିବେକ ଓବରାୟ, ନିର୍ଦ୍ଦେଶକ ଅଭିଷେକ କପୁର, ରାଜକୁମାର ରାଓ ଓ ରଣବୀର ଶୋରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos