ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ତାଙ୍କର ସରକାରୀ ଘର ଖାଲି କରିଛନ୍ତି। ୮, ସଫଦରଜଙ୍ଗ ଲେନ୍ସ୍ଥିତ ସରକାରୀ ବାସଭବନ ଛାଡ଼ି ସେ ତାଙ୍କ ନିଜ ବାସଭବନକୁ ଚାଲି ଯାଇଛନ୍ତି।
ଟ୍ୱିଟ୍ କରି ବିଜେପିର ଅତ୍ୟନ୍ତ ଲୋକପ୍ରିୟ ଚେହେରା ସୁଷମା କହିଛନ୍ତି ଯେ ଘର ଠିକଣା ବଦଳିବା ସହିତ ତାଙ୍କ ଫୋନ୍ ନମ୍ବର ମଧ୍ୟ ବଦଳିଯାଇଛି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସୁଷମା ଗତ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନ ଥିଲେ। ଏହା ପୂର୍ବରୁ ମୋଦିଙ୍କ ପ୍ରଥମ ସରକାରରେ ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟଲୀ ମଧ୍ୟ ସରକାରୀ ତାଙ୍କ ବାସଭବନ ଖାଲି କରି ନିଜ ଘରକୁ ସ୍ଥାନାନ୍ତର ହୋଇଛନ୍ତି।