ଇରାନର ବୈଦେଶିକ ସଚିବ ଜରିଫଙ୍କୁ ଭେଟିବେ ସୁଷମା

ନୂଆଦିଲ୍ଲୀ: ସୋମବାର ଇରାନ ବୈଦେଶିକ ସଚିବ ମହମ୍ମଦ ଜାଭେଦ ଜାରିଫ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଆମେରିକା ସହ ଇରାନ୍‌ର ପରମାଣୁ ଚୁକ୍ତି ବିବାଦ ସମ୍ପର୍କରେ ଆଲୋଚନା ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କ ସହିତ ହେବାକୁ ଥିବା ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି । ୨୦୧୫ର ଐତିହାସିକ ପରମାଣୁ ଚୁକ୍ତିରୁ ଆମେରିକା ହଟିଯିବା ପରେ ଅନ୍ୟ […]

sushma-swaraj

Rakesh Mallick
  • Published: Monday, 28 May 2018
  • , Updated: 28 May 2018, 10:42 AM IST

ନୂଆଦିଲ୍ଲୀ: ସୋମବାର ଇରାନ ବୈଦେଶିକ ସଚିବ ମହମ୍ମଦ ଜାଭେଦ ଜାରିଫ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଆମେରିକା ସହ ଇରାନ୍‌ର ପରମାଣୁ ଚୁକ୍ତି ବିବାଦ ସମ୍ପର୍କରେ ଆଲୋଚନା ହୋଇପାରେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କ ସହିତ ହେବାକୁ ଥିବା ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି । ୨୦୧୫ର ଐତିହାସିକ ପରମାଣୁ ଚୁକ୍ତିରୁ ଆମେରିକା ହଟିଯିବା ପରେ ଅନ୍ୟ ବିଶ୍ୱଶକ୍ତିଗୁଡିକ ସହ ସମ୍ପର୍କ ମଜବୁତ୍‌ କରିବା ଆଶାରେ ଇରାନ୍‌ ଏଭଳି ଆଲୋଚନା ଲାଗି ଆଗେଇ ଆସିଥିବା ଚର୍ଚ୍ଚା ହେଉଛି।

ସୁଷମାଙ୍କ ସହିତ ଜାରିଫଙ୍କର ବୈଠକ ଆଜି ସଂନ୍ଧ୍ୟା ସାଢେ ୬ଟାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ଅବସରରେ ସେ ଅନ୍ୟ ଭାରତୀୟ ଅଫିସରମାନଙ୍କ ସହିତ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ଇରାନ ମୁଖପାତ୍ର ବେହରମ ଘେସାମିଙ୍କ କହିବା ଅନୁଯାୟୀ ଏହି ଆଲୋଚନା ଦ୍ୱାରା ଦୁଇଦେଶ ମଧ୍ୟରେ ଥିବା ଦ୍ୱୀପାକ୍ଷିକ ସମ୍ପର୍କ ସୁଦୃଢ ହେବ । ମନ୍ତ୍ରୀ ଏବଂ ପ୍ରତିନିଧି ଦଳ ମଧ୍ୟ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ଉନ୍ନତିମୂଳକ ପଦକ୍ଷେପଗୁଡିକ ସମ୍ପର୍କରେ ଭାରତୀୟ ଅଧିକାରୀଙ୍କ ସହ ଅଲୋଚନା କରିବେ।

ସୂଚନାଯୋଗ୍ୟ, ଭାରତର ତୈଳ ଆମଦାନୀ କ୍ଷେତ୍ରରେ ଇରାନ ତୃତୀୟ ମୁଖ୍ୟଉତ୍ସ ହୋଇଥିବାରୁ ଏହି ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି।

Related story