ଟ୍ୱିଟରରେ ଜଣେ ବ୍ୟକ୍ତିଙ୍କ ସମସ୍ୟା ଶୁଣି ରାଗି ଗଲେ ସୁଷମା

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟରରେ ଖୁବ୍‌ ସକ୍ରିୟ ଥିବା ଦେଖାଯାଏ। ଖାଲି ସେତିକି ନୁହେଁ ଟ୍ୱିଟରରେ ଦେଶର ଜନତାଙ୍କ ସମସ୍ୟା ଜାଣି ସମାଧାନର ରାସ୍ତା ମଧ୍ୟ ଦେଖାଇଥାନ୍ତି ସେ। ନିଜ କ୍ଷମତା ମଧ୍ୟରେ ନଥିଲେ ମଧ୍ୟ ସେ ଲୋକଙ୍କ ସମସ୍ୟାକୁ ଯଥାସମ୍ଭବ ସମାଧାନ କରିବାକୁ ଚେଷ୍ଟା କରିବାର ଅନେକ ସମୟରେ ଦେଖାଯାଇଛି। ତେବେ ନିକଟରେ ଜଣେ ବ୍ୟକ୍ତିଙ୍କ ଟ୍ୱିଟ୍‌କୁ ନେଇ ରାଗି ଯାଇଥିଲେ ସୁଷମା। ସ୍ମୀତ୍‌ ରାଜ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ […]

swaraj-story

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 01:16 PM IST

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟରରେ ଖୁବ୍‌ ସକ୍ରିୟ ଥିବା ଦେଖାଯାଏ। ଖାଲି ସେତିକି ନୁହେଁ ଟ୍ୱିଟରରେ ଦେଶର ଜନତାଙ୍କ ସମସ୍ୟା ଜାଣି ସମାଧାନର ରାସ୍ତା ମଧ୍ୟ ଦେଖାଇଥାନ୍ତି ସେ। ନିଜ କ୍ଷମତା ମଧ୍ୟରେ ନଥିଲେ ମଧ୍ୟ ସେ ଲୋକଙ୍କ ସମସ୍ୟାକୁ ଯଥାସମ୍ଭବ ସମାଧାନ କରିବାକୁ ଚେଷ୍ଟା କରିବାର ଅନେକ ସମୟରେ ଦେଖାଯାଇଛି। ତେବେ ନିକଟରେ ଜଣେ ବ୍ୟକ୍ତିଙ୍କ ଟ୍ୱିଟ୍‌କୁ ନେଇ ରାଗି ଯାଇଥିଲେ ସୁଷମା।

ସ୍ମୀତ୍‌ ରାଜ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ ଠାରୁ ଦୂର ପୁନେରେ ୧ବର୍ଷରୁ ଅଧିକ ସମୟ ରହି ଆଇଟି ସେକ୍ଟରରେ କାମ କରି ବନବାସ ପରି ଅନୁଭବ ହେଉଥିବା କଥା ଟ୍ୱିଟରରେ ସୁଷମାଙ୍କୁ ଜଣାଇଛନ୍ତି। ସ୍ମୀତ୍‌ଙ୍କ ପତ୍ନୀ ଝାନସୀ ରେଳ ବିଭାଗର ଜଣେ କର୍ମଚାରୀ ଅଛନ୍ତି। ତେବେ ଏଭଳି ସମସ୍ୟା ଶୁଣି ସୁଷମା ରାଗି ଯାଇ କହିଥିଲେ, “ଯଦି ଆପଣ ମୋ ମନ୍ତ୍ରାଳୟର ସଦସ୍ୟ ହୋଇଥାନ୍ତେ ଏବଂ ଏଭଳି ସମସ୍ୟାର ସମାଧାନ ମାଗିଥାନ୍ତେ ତେବେ ମୁଁ  ଆପଣଙ୍କୁ ବହିଷ୍କାର ନୋଟିସ୍‌ ପଠାଇଥାନ୍ତି”। ଏହା ସତ୍ତ୍ୱେ ମଧ୍ୟ ସୁଷମା କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଏହି ସମସ୍ୟା ପରେ ଅନୁଧ୍ୟାନ କରିବାକୁ ଟ୍ୱିଟ୍‌ କରିଛନ୍ତି।

Related story