ସୁଜକି ଆଣୁଛି ନୂଆ ବାଇକ୍‌ : ମୂଲ୍ୟ ୧୩ ଲକ୍ଷ ଟଙ୍କାରୁ ଅଧିକ

ନୂଆଦିଲ୍ଲୀ: ବଜାରକୁ ଆସୁଛି ସୁଜକି  V-Strom 1000 ମଡେଲର ଆଉ ଏକ୍‌ ବାଇକ୍‌।  ସୁଜକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହା ଲଞ୍ଚ ହେବାକୁ ଯାଉଛି। ଯାହାର ନାଁ ରହିଛି  2018 Suzuki V-Strom 1000। ପୂର୍ବରୁ ଲଞ୍ଚ ହୋଇଥିବା ସୁଜକି V-Strom 1000 ମଡେଲଠାରୁ ଏହା ଆଉଟିକେ ଉନ୍ନତମାନର । ଏହାକୁ ସୁଜକିର ୨୦୧୮ ଭର୍ସନ ବୋଲି କୁହାଯାଉଛି। V-Twin ବିଶିଷ୍ଟ ଇଞ୍ଜିନ୍‌ ଥିବା ଏହି ବାଇକ୍‌   1,037 ସିସି ବୋଲି କୁହାଯାଉଛି। ଯାହର […]

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 05:33 PM IST

ନୂଆଦିଲ୍ଲୀ: ବଜାରକୁ ଆସୁଛି ସୁଜକି  V-Strom 1000 ମଡେଲର ଆଉ ଏକ୍‌ ବାଇକ୍‌।  ସୁଜକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହା ଲଞ୍ଚ ହେବାକୁ ଯାଉଛି। ଯାହାର ନାଁ ରହିଛି  2018 Suzuki V-Strom 1000। ପୂର୍ବରୁ ଲଞ୍ଚ ହୋଇଥିବା ସୁଜକି V-Strom 1000 ମଡେଲଠାରୁ ଏହା ଆଉଟିକେ ଉନ୍ନତମାନର ।

ଏହାକୁ ସୁଜକିର ୨୦୧୮ ଭର୍ସନ ବୋଲି କୁହାଯାଉଛି। V-Twin ବିଶିଷ୍ଟ ଇଞ୍ଜିନ୍‌ ଥିବା ଏହି ବାଇକ୍‌   1,037 ସିସି ବୋଲି କୁହାଯାଉଛି। ଯାହର ପିକ୍‌ଅପ୍‌ ଟ୍ରାକ୍‌ 98 bhp ରହିବ। ଆସନ୍ତା ବର୍ଷ ଏହି ବାଇକ୍‌ ଲଞ୍ଚ ହେବାର ଯୋଜନା ରହିଛି। ସେହିପରି ବାଇକ୍‌ଟିକୁ ବିଭିନ୍ନ ଦୃଷ୍ଟିରୁ ଆକର୍ଷଣୀୟ କରାଯାଇଛି। ପୂର୍ବରୁ କମ୍ପାନୀ ପକ୍ଷରୁ V-Strom 1000 ମଡେଲ ବାଇକ୍‌ର ମୂଲ୍ୟ ଥିଲା ୧୩ ଲକ୍ଷ ୪୫ ହଜାର ଟଙ୍କା। ହେଲେ ଏବେ ଯେଉଁ ବାଇକ୍‌ ଆସିବାକୁ ଯାଉଛି ପୂର୍ବ ମୂଲ୍ୟଠାରୁ ଅଧିକ ରହିବ ବୋଲି କୁହାଯାଉଛି।

Related story