ପୁଣି ରାମ ମନ୍ଦିର ପ୍ରସଙ୍ଗ ଉଠାଇଲେ ସ୍ୱାମୀ

ନୂଆଦିଲ୍ଲୀ: ବିବାଦୀୟ ଅଯୋଧ୍ୟା ଜମିରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୋଦି ସରକାର ଘୋଷଣା କରନ୍ତୁ ବୋଳି ଆଜି ବିଜେପି ନେତା ସୁବ୍ରମଣିୟନ ସ୍ୱାମୀ ଦାବି କରିଛନ୍ତି। ସ୍ୱାମୀ ଟ୍ୱିଟ୍‌ କରି କହିଛନ୍ତି ଯେ “ରାମଜନ୍ମଭୂମି ନ୍ୟାସ କିମ୍ବା ଭିଏଚପି ଦ୍ୱାରା ମୋଦି ସରକାର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଘୋଷଣା କରନ୍ତୁ। ଏବେ ରାମ ମନ୍ଦିର ନିର୍ମାଣ କରିବାର ସମୟ ଆସିଛି। ଅଯୋଧ୍ୟାରେ ଥିବା ୬୭.୭୦୩ ଏକର […]

y

Hemant Lenka
  • Published: Thursday, 06 June 2019
  • , Updated: 06 June 2019, 06:05 PM IST

ନୂଆଦିଲ୍ଲୀ: ବିବାଦୀୟ ଅଯୋଧ୍ୟା ଜମିରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୋଦି ସରକାର ଘୋଷଣା କରନ୍ତୁ ବୋଳି ଆଜି ବିଜେପି ନେତା ସୁବ୍ରମଣିୟନ ସ୍ୱାମୀ ଦାବି କରିଛନ୍ତି।

ସ୍ୱାମୀ ଟ୍ୱିଟ୍‌ କରି କହିଛନ୍ତି ଯେ “ରାମଜନ୍ମଭୂମି ନ୍ୟାସ କିମ୍ବା ଭିଏଚପି ଦ୍ୱାରା ମୋଦି ସରକାର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଘୋଷଣା କରନ୍ତୁ। ଏବେ ରାମ ମନ୍ଦିର ନିର୍ମାଣ କରିବାର ସମୟ ଆସିଛି। ଅଯୋଧ୍ୟାରେ ଥିବା ୬୭.୭୦୩ ଏକର ଜମି ସରକାରଙ୍କର।

ସୁପ୍ରିମକୋର୍ଟ ଯେତେବେଳେ ରାୟ ଦେବେ, ସେତେବେଳେ ବିଜୟୀ ପକ୍ଷଙ୍କୁ କ୍ଷତିପୂରଣ ମିଳିବ। କିନ୍ତୁ ଜମି ନୁହେଁ। ତେଣୁ ଏହି ସମୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦରକାର।”

ଏହାପୂର୍ବରୁ ମଧ୍ୟ ସ୍ୱାମୀ ଚିଠି ଲେଖି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଥିଲେ।

Related story