ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ସବୁଠି ’ୱି ୱାଣ୍ଟ ଜଷ୍ଟିସ’ର ନାରା, ଆମରଣ ଅନଶନରେ ସ୍ୱାତୀ

ହାଇଦ୍ରାବାଦ: ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ବହ୍ନି ଏବେ ସାରା ଦେଶରେ ଦେଖିବାକୁ ମିଳିଛି। ଗିରଫ ୪ ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ଓ ନ୍ୟାୟ ଦାବିରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ ବିକ୍ଷୋଭ ଦେଖିବାକୁ ମିଳିଛି। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଆଜି ଠାରୁ ଯନ୍ତରମନ୍ତର ଠାରେ ଆମରଣ ଅନଶନରେ ବସିଛନ୍ତି। ୧୮୦ ଦିନ ମଧ୍ୟରେ ହାଇଦ୍ରାବାଦ ଘଟଣାର ଦୋଷୀଙ୍କୁ ଫାଶୀ […]

s

Hemant Lenka
  • Published: Tuesday, 03 December 2019
  • , Updated: 03 December 2019, 07:48 PM IST

ହାଇଦ୍ରାବାଦ: ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ବହ୍ନି ଏବେ ସାରା ଦେଶରେ ଦେଖିବାକୁ ମିଳିଛି। ଗିରଫ ୪ ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ଓ ନ୍ୟାୟ ଦାବିରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ ବିକ୍ଷୋଭ ଦେଖିବାକୁ ମିଳିଛି। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଆଜି ଠାରୁ ଯନ୍ତରମନ୍ତର ଠାରେ ଆମରଣ ଅନଶନରେ ବସିଛନ୍ତି।

୧୮୦ ଦିନ ମଧ୍ୟରେ ହାଇଦ୍ରାବାଦ ଘଟଣାର ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ଦାବିରେ ସେ ଏଭଳି ଆନ୍ଦୋଳନ ଆରମ୍ଭ କରିଛନ୍ତି। ତାଙ୍କ ସହ ହଜାର ହଜାର ମହିଳା ଓ ଯୁବତୀ ମଧ୍ୟ ଯନ୍ତରମନ୍ତର ଠାରେ ବିକ୍ଷୋଭ ଆରମ୍ଭ କରିବା ସହ ସମସ୍ତ ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ଦାବି କରିଛନ୍ତି।

ହାଇଦ୍ରାବାଦ, କୋଲକାତା, ଅମୃତସର, ଚେନ୍ନାଇ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ମହିଳା, ଯୁବତୀ ଓ ଛାତ୍ରଛାତ୍ରୀମାନେ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା “ଆମ ଦେଶରେ ଆମେ କାହିଁକି ସୁରକ୍ଷିତ ମଣୁନାହୁଁ। ଆମେ ଚାହୁଁଛୁ ନ୍ୟାୟ।”

ଆଜି ଆନ୍ଦୋଳନ କରିବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନ୍ୟାୟ ପାଇଁ ଚିଠି ମଧ୍ୟ ଲେଖିଥିଲେ। ସେ କହିଛନ୍ତି, “ଦୋଷୀ ସାବ୍ୟସ୍ତ ହେବା ପରେ ହାଇଦ୍ରାବାଦ କୁକର୍ମରେ ସାମିଲ ଥିବା ଅପରାଧୀମାନେ ୬ ମାସ ମଧ୍ୟରେ ଫାଶୀ ଖୁଣ୍ଟରେ ଝୁଲିବା ଦରକାର। କେବଳ ହାଇଦ୍ରାବାଦ ନୁହେଁ ରାଜସ୍ଥାନରେ ମଧ୍ୟ ଜଣେ ୬ ବର୍ଷ ନାବାଳିକାର ଗଣଦୁଷ୍କର୍ମ ଓ ହତ୍ୟାକରିଥିବା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯାଉ।

ସମସ୍ତ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯାଉ ବୋଲି ମୁଁ ଦାବି କରୁଛି। ଗତବର୍ଷ ମଧ୍ୟ ମୁଁ ଆନ୍ଦୋଳନ କରିବାକୁ ସରକାର ୧୦ ଦିନ ମଧ୍ୟରେ ଆଇନ ପ୍ରଣୟନ କରିଥିଲେ ଏବଂ ୬ ମାସ ମଧ୍ୟରେ ଦୁଷ୍କକର୍ମକାରୀଙ୍କୁ ଫାଶୀ ଦେବେ ବୋଲି ବ୍ୟବସ୍ଥା କରିଥିଲେ। ହେଲେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ତେଣୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିୟମ କେମିତି କାର୍ଯ୍ୟକାରୀ ହେବ, ତା‘ର ବ୍ୟବସ୍ଥା କରନ୍ତୁ।”

ଅନ୍ୟପକ୍ଷରେ ସୋମବାର ଭଳି ମଙ୍ଗଳବାର ମଧ୍ୟ ଦିଲ୍ଲୀର ଯନ୍ତରମନ୍ତରରେ ସିଭିଲ ସୋସାଇଟ୍‌ ପକ୍ଷରୁ ବିକ୍ଷୋଭ କରାଯାଇଛି। ସମସ୍ତେ ନ୍ୟାୟ ଦାବି କରିବାରେ ଲାଗିଛନ୍ତି। ହାଇଦ୍ରାବାଦ ଓ ତେଲାଙ୍ଗାନର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ରାଲି ଆୟୋଜନ କରି ନ୍ୟାୟ ଭିକ୍ଷା କରିଛନ୍ତି। ଏଥିସହ ସେମାନେ ଦୋଷୀଙ୍କୁ ତୁରନ୍ତ ଫାଶୀ ଝୁଲାଇ ଦେବାକୁ କହିଛନ୍ତି।

ନଭେମ୍ବର ୨୭ରେ ହାଇଦ୍ରାବାଦର ଭେଟେରିନାରୀ ମହିଳା ଡାକ୍ତରଙ୍କୁ ସାହାଯ୍ୟ କରିବା ବାହାନାରେ ୪ ଜଣ ଯୁବକ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଗଣଦୁଷ୍କର୍ମ ଓ ପରେ ପୋଡ଼ି ମାରି ଦେଇଥିଲେ। ପୁଲିସ୍‌ ଘଟଣାର ୪୮ ଘଣ୍ଟା ମଧ୍ୟରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

Related story