ଏବେ ଚାଲିଛି ଡିଜିଟାଲ ଯୁଗ। ତେଣୁ ସବୁ କିଛି ଅନଲାଇନ୍ରେ କାରବାର। ସେ ବ୍ୟାଙ୍କ କାରବାର ହେଉକି ସପିଂ ହେଉ ହାତରେ ସ୍ମାର୍ଟଫୋନ୍ ଅଛି ତ କୌଣସି ଚିନ୍ତା ନାହିଁ। କିନ୍ତୁ ଅନଲାନରେ କାରବାର ପାଇଁ ଯେଉଁ ଆପ୍ ଗୁଡ଼ିକ ଏବେ କାମ କରୁଛି ସେଥିପ୍ରତି ବିପଦ ସୃଷ୍ଟି ହୋଇଛି। ହ୍ୟାକରମାନେ କୌଶଳ କରି ଆପଣଙ୍କ ବ୍ୟାଙ୍କ ପାସୱାର୍ଡ଼ ଏବଂ ଓଟିପି ନମ୍ବରକୁ ହ୍ୟାକ୍ କରିପାରୁଛନ୍ତି। ଆଉ ଟଙ୍କା କାରବାରକୁ କରୁଛନ୍ତି। କ୍ୱିକ୍ ହିଲ୍ ସିକ୍ୟୁରିଟି ଲ୍ୟାବର ଏକ ରିପୋର୍ଟ ମୁତାବକ ଏକ ଆଣ୍ଡ୍ରଏଡ୍ ମାଲୱେୟାର ଆପ୍ ପାଖାପାଖି ୨୩୨ଟି ବ୍ୟାଙ୍କିଙ୍ଗ ଆପକୁ ହ୍ୟାକ୍ କରିଛି। ଏହି ହ୍ୟାକର ଆପ୍ର ନିଶାଣରେ ଭାରତୀୟ ବ୍ୟାଙ୍କ ଗୁଡ଼ିକ ମଧ୍ୟ ରହିଛି। ଏହି ମାଲୱେୟାର ଆପ୍ର ନାଁ ହେଉଛି 'Android.banker.A9480'। ତେବେ ମାଲୱେୟାର ଆପ୍ର ଶିକାର ହୋଇଥିବା ଆପ୍ଗୁଡ଼ିକ ହେଉଛି ଆକ୍ସିସ୍ ବ୍ୟାଙ୍କ୍ ମୋବାଇଲ, ଏଚ୍ଡିଏଫ୍ସି ବ୍ୟାଙ୍କ୍ ମୋବାଇଲ, ମୋବାଇଲ ବ୍ୟାଙ୍କିଙ୍ଗ, ଏସ୍ବିଆଇ ଏନିହୋୟାର ପର୍ସନାଲ୍, ଏଚ୍ଡିଏଫ୍ସି ବ୍ୟାଙ୍କ ମୋବାଇଲ ବ୍ୟାଙ୍କିଙ୍ଗ୍ ଲାଇଟ୍, ଆଇସିଆଇସିଆଇର ଆଇମୋବାଇଲ୍, ଆଡିବିଆଇ ବ୍ୟାଙ୍କ୍ ଗୋ ମୋବାଇଲ, ଆଡିବିଆଇ ବ୍ୟାଙ୍କ୍ ଗୋ ମୋବାଇଲ ପ୍ଲସ୍, ଆଡିବିଆଇ ବ୍ୟାଙ୍କର ଅଭୟ, ଆଡିବିଆଇ ବ୍ୟାଙ୍କ ଏମ୍ପାସ୍ବୁକ୍, ବରୋଦା ଏମ୍ପାସ୍ବୁକ୍, ୟୁନିୟନ ବ୍ୟାଙ୍କ୍ ମୋବାଇଲ ବ୍ୟାଙ୍କିଙ୍ଗ୍ ଏବଂ ୟୁନିୟନ ବ୍ୟାଙ୍କ୍ କମର୍ସିଆଲ କ୍ଲାଇଣ୍ଟସ୍ ଆପ୍।
ଆସନ୍ତୁ ଜାଣିବା ଏହି ଭାଇରସରୁ ବଞ୍ଚିବାର ଉପାୟ
୧. ପ୍ରଥମେ ନିଜ ଫୋନ୍ରେ ଯଦି କୌଣସି ବ୍ୟାଙ୍କର ଆପ୍ ଅଛି ତେବେ ଏହାର ଡାଟା କ୍ଲିଅର କରନ୍ତୁ।
୨. ମେସେଜ୍ କିମ୍ବା ଇ-ମେଲରେ ଆସିଥିବା କୌଣସି ବି ଲିଙ୍କରୁ ଆପ୍ ଇନ୍ଷ୍ଟଲ କରନ୍ତୁ ନାହିଁ।
୩. ଫୋନ୍ର ସେଟିଙ୍ଗ୍କୁ ଯାଇ Unknown Sourcesକୁ ଡିସାବଲ୍ କରନ୍ତୁ। ଏଥିରେ ଥାର୍ଡ ପାର୍ଟି ଆପ୍ ଆପଣଙ୍କ ଫୋନ୍ରେ ଇନ୍ଷ୍ଟଲ ହୋଇ ପାରିବ ନାହିଁ।
୪. ଗୁଗୁଲ ପ୍ଲେଷ୍ଟୋର ଓ ଆପଲ୍ ଆପ୍ ବ୍ୟତୀତ ଅନ୍ୟ କୌଣସି ଥାର୍ଡପାର୍ଟି ସୋର୍ସରୁ ଆପ୍ ଡାଉନ୍ଲୋଡ୍ କରନ୍ତୁ ନାହିଁ।
୫. ଯଦି ମୋବାଇଲରେ ଅପଡେଟ୍ ଆସୁଛି ତେବେ ତୁରନ୍ତ ଅପଡେଟ କରନ୍ତୁ। ଅପଡେଟ୍ ନୋଟିଫିକେସନ୍ ନ ଆସୁଥିଲେ ସେଟିଙ୍ଗସ୍କୁ ଯାଇ ଏବାଉଟ୍ରେ ସର୍ଚ୍ଚ କରନ୍ତୁ।
୬. ଡାଉନ୍ଲୋଡ ଫୋଲ୍ଡରରେ ଚେକ୍ କରନ୍ତୁ । ଏମିତି କିଛି ଆପ୍ ଯାହା ଆପଣ ଡାଉନଲୋଡ୍ କରିନାହାନ୍ତି ତାହା ରହିଯାଇଛିକି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।