ନୂଆଦିଲ୍ଲୀ: ପୁଲିସ୍ ଫେରାର ଦର୍ଶାଇଥିବା ତବଲିଗି ଜମାତ ମୁଖ୍ୟ ମୌଲାନା ସାଦ ଦିଲ୍ଲୀ ସ୍ଥିତ ଜାକିର ନଗରରେ ଥିବା ତାଙ୍କ ଘର ମଧ୍ୟରେ କ୍ୱାରେଣ୍ଟାଇନ ହୋଇ ରହିଛନ୍ତି। ଏବେ ଡାକ୍ତରୀ ଟିମ୍ ମୌଲାନା ସାଦ କରୋନାରେ ଆକ୍ରାନ୍ତ କି ନୁହେଁ, ତା’ର ପରୀକ୍ଷା କରିବ। ଦିଲ୍ଲୀ ପୁଲିସ୍ ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ତବଲିଗି ଜମାତ କାର୍ଯ୍ୟକ୍ରମ ସମ୍ପର୍କରେ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
ସେହିପରି ମୌଲାନାଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରକୁ ନିଆଯିବ ନା ସେ ଏହି ଠାରେ ହିଁ ଆଇସୋଲେସନରେ ରହିବେ, ତା’ ଉପରେ ଏଯାଏ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
ମୌଲାନା ସାଦ ଓ ତାଙ୍କର ୬ ଜଣ ସହଯୋଗୀଙ୍କ ବିରୋଧରେ ପୁଲିସ୍ ସରକାରୀ ନିୟମ ଉଲ୍ଲଙ୍ଘନ କରି କାର୍ଯ୍ୟକ୍ରମ ଆୟୋଜନ କରିବା ଅଭିଯୋଗରେ ମାମଲା ରୁଜୁ କରିଛି। ଭିଡିଓ ଜାରି କରି ମୌଲାନା ସେଲଫ ଆଇସୋଲେସନରେ ଥିବା କଥା କହିଥିଲେ ହେଁ ପୁଲିସ୍ ତାଙ୍କୁ ଫେରାର ଦର୍ଶାଇଥିଲା। ଏଥିସହ ନିଜାମୁଦ୍ଦିନ ଓ ମୁଜାଫରନଗରରେ ରହୁଥିବା ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରିଥିଲା।