କୋଭିଡ୍ ହସ୍ପିଟାଲକୁ ନେଇ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡ୍ ହସ୍ପିଟାଲ ଓ୍ୱାର୍ଡରେ ସିସିଟିଭି କ୍ୟାମେରା ଲଗାଇବା ଦରକାର। ଏହାଦ୍ୱାରା ଆକ୍ରାନ୍ତଙ୍କ ଉପରେ ହସ୍ପିଟାଲ କତ୍ତୃପକ୍ଷ ଭଲ ଭାବରେ ନଜର ରଖିପାରିବେ। ଏଥିସହ ସ୍ୱାସ୍ଥ୍ୟସେବାରେ ଏକ ସ୍ୱଚ୍ଛତା ଆସିବ। ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ ନାରାୟଣ କୋଭିଡ୍ ହସ୍ପିଟାଲରେ ସିସିଟିଭି ଲଗାଇଛି କେନ୍ଦ୍ର। ଏହାକୁ ସୁପ୍ରିମକୋର୍ଟ ପ୍ରଶଂସା କରିଛନ୍ତି ଏଥିସହ ଅନ୍ୟ ରାଜ୍ୟର ସରକାରମାନେ ମଧ୍ୟ କୋଭିଡ୍ ଓ୍ୱାର୍ଡରେ ସିସିଟିଭି ଲଗାଇବା ଦରକାର ବୋଲି ଜଷ୍ଟିସ ଅଶୋକ ଭୂଷଣ, ସଞ୍ଜୟ କୌଲ ଏବଂ ଏମ.ଆର […]

SUPREME COURT

Subhransu Sekhar
  • Published: Friday, 19 June 2020
  • , Updated: 19 June 2020, 11:21 PM IST

ନୂଆଦିଲ୍ଲୀ: କୋଭିଡ୍ ହସ୍ପିଟାଲ ଓ୍ୱାର୍ଡରେ ସିସିଟିଭି କ୍ୟାମେରା ଲଗାଇବା ଦରକାର। ଏହାଦ୍ୱାରା ଆକ୍ରାନ୍ତଙ୍କ ଉପରେ ହସ୍ପିଟାଲ କତ୍ତୃପକ୍ଷ ଭଲ ଭାବରେ ନଜର ରଖିପାରିବେ। ଏଥିସହ ସ୍ୱାସ୍ଥ୍ୟସେବାରେ ଏକ ସ୍ୱଚ୍ଛତା ଆସିବ। ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ ନାରାୟଣ କୋଭିଡ୍ ହସ୍ପିଟାଲରେ ସିସିଟିଭି ଲଗାଇଛି କେନ୍ଦ୍ର। ଏହାକୁ ସୁପ୍ରିମକୋର୍ଟ ପ୍ରଶଂସା କରିଛନ୍ତି

ଏଥିସହ ଅନ୍ୟ ରାଜ୍ୟର ସରକାରମାନେ ମଧ୍ୟ କୋଭିଡ୍ ଓ୍ୱାର୍ଡରେ ସିସିଟିଭି ଲଗାଇବା ଦରକାର ବୋଲି ଜଷ୍ଟିସ ଅଶୋକ ଭୂଷଣ, ସଞ୍ଜୟ କୌଲ ଏବଂ ଏମ.ଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି। ଏକ ପ୍ରସ୍ତାବ ପାରିତ କରି ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ମାନଙ୍କୁ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ।

ଏଥିସହ ସମସ୍ତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ଗାଇଡ୍ ଲାଇନ୍ ଜାରି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ସମସ୍ତ କୋଭିଡ୍ ହସ୍ପିଟାଲରେ କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ପାଳନ ହେବା ଦରକାର।

ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀର ଦାୟିତ୍ୱ ନେଇଛନ୍ତି। ନିକଟରେ ସେ ଦିଲ୍ଲୀରେ ସର୍ବଦଳୀୟ ବୈଠକ କରିଥିଲେ। ଏହାପରେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ କୋଭିଡ୍ ହସ୍ପିଟାଲକୁ ନିଜେ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ଏହାପରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Related story