ସେନା ବେସ୍‌ ଉପରେ ଭୟଙ୍କର ହମଲା: ୨୦ ଯବାନ ମୃତ, ୧୨ ଆତଙ୍କୀ ସଫା

କାବୁଲ: ଆଫଗାନିସ୍ତାନର ଶେକ-ଇ-ବାଲା-କନ୍ସ ଅଞ୍ଚଳରେ ଥିବା ସୁରକ୍ଷାକର୍ମୀଙ୍କ ବେସ୍‌ ଉପରେ ତାଲିବାନ ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି। ଏଥିରେ ୨୦ ଜଣ ଆଫାଗାନ ସୈନ୍ୟ ପ୍ରାଣ ହରାଇଥିବା ବେଳେ ଆତଙ୍କବାଦୀମାନେ ୨ ଜଣ ଯବାନଙ୍କୁ ପଣବନ୍ଦୀ କରି ନେଇ ଯାଇଛନ୍ତି। ସେହିପରି ବେସ୍‌ କ୍ୟାମ୍ପରେ ଥିବା ଅସ୍ତ୍ରଶସ୍ତ୍ରକୁ ସେମାନେ ଲୁଟ୍‌ କରିଛନ୍ତି। ଫରହା ପ୍ରଦେଶର ଅଧିକାରୀ ଦାଦୁଲ୍ଲା କ୍ୱାନି କହିଛନ୍ତି, ଶାମଲା ଅଞ୍ଚଳରେ ପ୍ରଥମେ ବିଦ୍ରୋହୀମାନେ ହିଂସାକାଣ୍ଡ ଘଟାଇଥିଲେ। ଏହାର ଖବର ପାଇ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି […]

y

Hemant Lenka
  • Published: Friday, 23 October 2020
  • , Updated: 24 October 2020, 11:38 AM IST

କାବୁଲ: ଆଫଗାନିସ୍ତାନର ଶେକ-ଇ-ବାଲା-କନ୍ସ ଅଞ୍ଚଳରେ ଥିବା ସୁରକ୍ଷାକର୍ମୀଙ୍କ ବେସ୍‌ ଉପରେ ତାଲିବାନ ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି। ଏଥିରେ ୨୦ ଜଣ ଆଫାଗାନ ସୈନ୍ୟ ପ୍ରାଣ ହରାଇଥିବା ବେଳେ ଆତଙ୍କବାଦୀମାନେ ୨ ଜଣ ଯବାନଙ୍କୁ ପଣବନ୍ଦୀ କରି ନେଇ ଯାଇଛନ୍ତି। ସେହିପରି ବେସ୍‌ କ୍ୟାମ୍ପରେ ଥିବା ଅସ୍ତ୍ରଶସ୍ତ୍ରକୁ ସେମାନେ ଲୁଟ୍‌ କରିଛନ୍ତି।

ଫରହା ପ୍ରଦେଶର ଅଧିକାରୀ ଦାଦୁଲ୍ଲା କ୍ୱାନି କହିଛନ୍ତି, ଶାମଲା ଅଞ୍ଚଳରେ ପ୍ରଥମେ ବିଦ୍ରୋହୀମାନେ ହିଂସାକାଣ୍ଡ ଘଟାଇଥିଲେ। ଏହାର ଖବର ପାଇ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ବିଦ୍ରୋହୀଙ୍କ ସହ ଲଢ଼େଇ କରିଥିଲେ। ସେମାନେ ସ୍ଥିତିକୁ ନିୟନ୍ତ୍ରଣ କରିବା କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ରାତି ପ୍ରାୟ ୨ଟା ବେଳେ ଆତଙ୍କବାଦୀମାନେ ବେସ୍‌ ଉପରେ ଆକ୍ରମଣ କରିଥିଲେ।

ସେଠାରେ ଥିବା ସୁରକ୍ଷାକର୍ମୀମାନେ ଏହାର ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଚାଲିଥିଲା। ଏଥିରେ ୨୦ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ୧୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ବେସରେ ଥିବା କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ସେମାନେ ଲୁଟ କରି ନେଇଥିବା ଦାଦୁଲ୍ଲା ସୂଚନା ଦେଇଛନ୍ତି।

ଘଟଣାର କିଛି ସମୟରେ ତାଲିବାନ ପକ୍ଷରୁ ଆକ୍ରମଣ ପାଇଁ ନିଜକୁ ଦାୟୀ କରାଯାଇଛି।

Related story