ରାଗିଗଲେ ରଣବୀର କହିଲେ-ମେ’ ବେୱଡ଼ା ହୁଁ, ଠର୍‌କି ହୁଁ, ଡ୍ରଗ୍‌ ଆଡିକ୍ଟ ହୁଁ, ଲେକିନ୍‌...

ମୁମ୍ବାଇ: ମେ ବେୱଡା ହୁଁ, ଠର୍‌କି ହୁଁ, ଡ୍ରଗ୍‌ ଆଡିକ୍ଟ ହୁଁ, ସବ୍‌ ହୁଁ, ଲେକିନ୍‌ ଟେରୋରିଷ୍ଟ ନେହିଁ।  ଏମିତି କିଛି କଥା କହି ବର୍ଷିଛନ୍ତି ରଣବୀର କପୁର। ଅବଶ୍ୟ ଏହା ତାଙ୍କର ରିଏଲ ରୂପ ନୁହଁ ରିଲ ଚେହେରା। ଫିଲ୍ମ ‘ସଞ୍ଜୁ’ରେ ରଣବୀରଙ୍କ ମୁହଁରୁ ଏମିତି କିଛି ଦମ୍‌ଦାର ଡାଇଲଗ୍‌ ଶୁଣିବାକୁ ମିଳିବ। ଆଗକୁ ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ ଆସୁଥିବା ବେଳେ ଆଜି ରିଲିଜ୍‌ ହୋଇଛି ଟ୍ରେଲର। ଏହି ଟ୍ରେଲରଟି ତିନି ମିନିଟ୍‌ର […]

sanju

Rakesh Mallick
  • Published: Wednesday, 30 May 2018
  • , Updated: 30 May 2018, 07:46 PM IST

ମୁମ୍ବାଇ: ମେ ବେୱଡା ହୁଁ, ଠର୍‌କି ହୁଁ, ଡ୍ରଗ୍‌ ଆଡିକ୍ଟ ହୁଁ, ସବ୍‌ ହୁଁ, ଲେକିନ୍‌ ଟେରୋରିଷ୍ଟ ନେହିଁ।  ଏମିତି କିଛି କଥା କହି ବର୍ଷିଛନ୍ତି ରଣବୀର କପୁର। ଅବଶ୍ୟ ଏହା ତାଙ୍କର ରିଏଲ ରୂପ ନୁହଁ ରିଲ ଚେହେରା। ଫିଲ୍ମ ‘ସଞ୍ଜୁ’ରେ ରଣବୀରଙ୍କ ମୁହଁରୁ ଏମିତି କିଛି ଦମ୍‌ଦାର ଡାଇଲଗ୍‌ ଶୁଣିବାକୁ ମିଳିବ। ଆଗକୁ ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ ଆସୁଥିବା ବେଳେ ଆଜି ରିଲିଜ୍‌ ହୋଇଛି ଟ୍ରେଲର।

ଏହି ଟ୍ରେଲରଟି ତିନି ମିନିଟ୍‌ର ରହିଛି। ସଞ୍ଜୟ ଦତ୍ତଙ୍କ ଜୀବନର ଉତ୍‌ଥାନ ଏବଂ ପତନର କିଛି ଝଲକ୍‌କୁ ଏଥିରେ ଦର୍ଶାଯାଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର କପୁର। ସଞ୍ଜୟ ଦତ୍ତଙ୍କ ଚରିତ୍ରକୁ ସେ କେତେ ମାତ୍ରାରେ ଜଷ୍ଟିସ୍‌ ଦେଇଛନ୍ତି ତାହା ଆପଣ ଏହି ଟ୍ରେଲର ଦେଖିଲେ ଜାଣିପାରିବେ।

ଫିଲ୍ମରେ ରଣବୀରଙ୍କ ସହ ସୋନମ୍‌ କପୁର, ଅନୁଷ୍କା ଶର୍ମା ଏବଂ ଦିଆ ମିର୍ଜାଙ୍କ ପରି ପ୍ରମୁଖ ଅଭିନେତ୍ରୀଙ୍କୁ ମଧ୍ୟ ଆପଣ ଦେଖିପାରିବେ। ଫିଲ୍ମଟି  ଜୁନ୍‌ ୨୯, ତଥା ସଞ୍ଜୟ ଦତ୍ତଙ୍କ ଜନ୍ମଦିନର ଠିକ୍‌ ଗୋଟିଏ ମାସ ପୂର୍ବରୁ ରିଲିଜ୍‌ ହେବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି  ରାଜକୁମାର ହିରାଣୀ ।

https://www.youtube.com/watch?time_continue=66&v=1J76wN0TPI4

Related story