ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ସାହୀନ୍ ବାଗ୍ଠାରେ ଆନ୍ଦୋଳନରତ ଲୋକଙ୍କୁ ହଟାଇବା ପାଇଁ ପୁଲିସ୍ ଆଲୋଚନାର ପ୍ରୟାସ କରିଥିଲେ ହେଁ ଏହା ବିଫଳ ହୋଇଛି। ଦିଲ୍ଲୀ ପୁଲିସ୍ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ସେମାନେ ଉଠିବାର ନାଁ ନେଉନାହାନ୍ତି।
ଗତ ଡିସେମ୍ବର ୧୫ ପରଠାରୁ ସାହୀନ୍ ବାଗ୍ଠାରେ ଆନ୍ଦୋଳନ ଜାରି ରହିଛି। ସେମାନେ ଦାବି କରୁଛନ୍ତି ସରକାର ଏହି ଆଇନକୁ ପ୍ରତ୍ୟାହାର କରନ୍ତୁ। ଅନ୍ୟପକ୍ଷରେ ଆସିବାକୁ ଥିବା ଏନ୍ଆରସି ବିରୋଧରେ ମଧ୍ୟ ସେମାନେ ମତ ରଖୁଛନ୍ତି। ଜାମିଆ ମିଲିଆଠାରେ ମଧ୍ୟ ଏଭଳି ଆନ୍ଦୋଳନ ଚାଲୁ ରହିଛି।
ଏହି ଆନ୍ଦୋଳନ ପାଇଁ ଟ୍ରାଫିକ୍ ସମସ୍ୟା ହେଉଥିବାରୁ ଗୁରୁବାର ଦିଲ୍ଲୀ ପୁଲିସ୍ ସେମାନଙ୍କୁ ହଟିବାକୁ କହିଥିଲା। ତେବେ ଏହି ଆଲୋଚନା ବିଫଳ ହେବାରୁ ପୁଲିସ୍ ଲୋକଙ୍କୁ ବିକଳ୍ପ ମାର୍ଗରେ ଯା’ଆସ କରିବାକୁ କହିଛି। ନୋଏଡା ଏବଂ ଦିଲ୍ଲୀକୁ ଯୋଡ଼ୁଥିବା କାଳିନ୍ଦୀ କନ୍ନୌଜ ରାସ୍ତାରେ ଟ୍ରାଫିକ୍ ବଢ଼ିଯାଇଥିବା ସ୍ଥାନୀୟ ଟ୍ରାଫିକ୍ ପୁଲିସ୍ କହିଛି।