ମୁମ୍ୱାଇ: କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶରେ ଲକଡାଉନ୍ ଲାଗୁ କରିଛନ୍ତି। ଆଜି ଲକଡାଉନର ତୃତୀୟ ପର୍ଯ୍ୟାୟ ଅବଧି ଶେଷ ହେଉଛି। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ନୂଆ ରୂପରେ ଆସିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିସାରିଛନ୍ତି। ତେବେ ବିଧିବଦ୍ଧ ଘୋଷଣା ହେବ ପୂର୍ବରୁ ରାଜ୍ୟ ସରକାର ଲକଡାଉନ୍ ବଢ଼ାଇଛନ୍ତି। ମହାରାଷ୍ଟ୍ର ସରକାର ମେ’ ୩୧ ଯାଏ ଲକଡାଉନ୍ ବଢ଼ାଇବା ନେଇ ଘୋଷଣା କରିବା ପରେ ତାମିଲନାଡୁ ସରକାର ମଧ୍ୟ ସମାନ ତାରିଖ ଯାଏ ଲକଡାଉନ୍ ବଢ଼ାଇଛନ୍ତି। ଏହି ସମୟରେ ପୂର୍ବପରି ନିୟମ କଡ଼ାକଡ଼ି ରହିବ ବୋଲି ଜଣାପଡ଼ିଛି।
https://twitter.com/ANI/status/1261954637533376513
ଏହି ଦୁଇ ରାଜ୍ୟ ସରକାର ଆଜି ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାର ବହୁ ପୂର୍ବରୁ ତେଲେଙ୍ଗାନା ସରକାର ମେ’ ୨୯ ଯାଏ ଲକଡାଉନ୍ ବଢ଼ାଇଛନ୍ତି। ସୂଚନାଯୋଗ୍ୟ, ଦେଶରେ ଏବେ କରୋନା ସଂକ୍ରମଣ ସଂଖ୍ୟା ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 90 ହଜାରକୁ ବୃଦ୍ଧି ପାଇଛି। ଏହାବାଦ ମହାରାଷ୍ଟ୍ର, ଗୁଜରାଟ ଏବଂ ତେଲେଙ୍ଗାନା କରୋନାର ହଟସ୍ପଟରେ ରହିଛି।