ଚେନ୍ନାଇ: ମହାରାଷ୍ଟ୍ର ଓ ଦିଲ୍ଲୀ ପରେ ତାମିଲନାଡୁରେ କରୋନା ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି। ଏସବୁ ଭିତରେ ଆଜି ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେପି ଅନବାଲାଗାନ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।
ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି। ମନ୍ତ୍ରୀ କେପିଙ୍କର କୌଣସି ଲକ୍ଷଣ ନଥିଲା। ଏପରି କି ତାଙ୍କ ସିଟି ସ୍କାନ ରିପୋର୍ଟ ମଧ୍ୟ ସ୍ୱାଭାବିକ ରହିଥିଲା। ତଥାପି ହସ୍ପିଟାଲ ପକ୍ଷରୁ ତାଙ୍କୁ ନିରୀକ୍ଷଣରେ ରଖାଯାଇଥିଲା।
ହସ୍ପିଟାଲରେ ଥିବା ବେଳେ ତାଙ୍କର ପୁଣିଥରେ କରୋନା ପରୀକ୍ଷା କରାଯାଇଥିଲା। ଦ୍ୱିତୀୟ ଥର କରୋନା ଟେଷ୍ଟ ବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।
ଏହାପୂର୍ବରୁ ତେଲେଙ୍ଗାନାର ଗୃହମନ୍ତ୍ରୀ ମହମ୍ମଦ ଅଲୀ କରୋନାରେ ଆକ୍ରାନ୍ତ ହୋଇଥିଲେ।