ତାପସ ପାଲଙ୍କ ମୃତ୍ୟୁ ପାଇଁ କେନ୍ଦ୍ରକୁ ଦାୟୀ କଲେ ମମତା

କୋଲକାତା: ବେଙ୍ଗଲ ଅଭିନେତା ତଥା ପୂର୍ବତନ ଟିଏମସି ସାଂସଦ ତାପସ ପାଲଙ୍କ ମୃତ୍ୟୁ ପାଇଁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ମଙ୍ଗଳବାର ତାପସ ପାଲ ହୃଦଘାତରେ ପ୍ରାଣ ହରାଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ଏତେ କମ ବୟସରେ ତାପସଙ୍କ ହୃଦଘାତ ହେବା ପଛରେ କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ରାଜନୀତି ରହିଛି ବୋଲି ମମତା କହିଛନ୍ତି। ମମତା କହିଛନ୍ତି, “କେନ୍ଦ୍ର ସରକାରଙ୍କ ଚାପ ଅନେକଙ୍କ […]

r

Hemant Lenka
  • Published: Wednesday, 19 February 2020
  • , Updated: 19 February 2020, 04:29 PM IST

କୋଲକାତା: ବେଙ୍ଗଲ ଅଭିନେତା ତଥା ପୂର୍ବତନ ଟିଏମସି ସାଂସଦ ତାପସ ପାଲଙ୍କ ମୃତ୍ୟୁ ପାଇଁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ମଙ୍ଗଳବାର ତାପସ ପାଲ ହୃଦଘାତରେ ପ୍ରାଣ ହରାଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ଏତେ କମ ବୟସରେ ତାପସଙ୍କ ହୃଦଘାତ ହେବା ପଛରେ କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ରାଜନୀତି ରହିଛି ବୋଲି ମମତା କହିଛନ୍ତି।

ମମତା କହିଛନ୍ତି, “କେନ୍ଦ୍ର ସରକାରଙ୍କ ଚାପ ଅନେକଙ୍କ ଜୀବନ ନେଇ ସାରିଲାଣି। କେନ୍ଦ୍ରୀୟ ଏଜେନ୍ସିର ଚାପ ପାଇଁ ୩ ଜଣ ଲୋକ ପ୍ରାଣ ହରାଇ ସାରିଲେଣି। ନିଜର ରାଜନୀତିକ ଆକ୍ରୋଶ ପାଇଁ କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରି ଚାପ ସୃଷ୍ଟି କରୁଛନ୍ତି।

ଏଥିପାଇଁ ପ୍ରଥମେ ପୂର୍ବତନ ସାଂସଦ ସୁଲତାନ ଅହମଦ, ପରେ ସାଂସଦ ପ୍ରସୁନ୍ନ ବାନାର୍ଜୀଙ୍କ ପତ୍ନୀ ଓ ଏବେ ତାପସ ପାଲ ପ୍ରାଣ ହରାଇଛନ୍ତି। କିଛି ଲୋକଙ୍କୁ ଜେଲ ପଠାଇ ଦିଆଯାଉଛି। ହେଲେ ତାଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ପ୍ରମାଣ ଯୋଗାଡ଼ କରିପାରୁ ନାହିଁ। ଏପରି କି ସେମାନଙ୍କୁ କାହିଁକି ଜେଲରେ ଭର୍ତ୍ତି କରାଗଲା, ସେକଥେ ମଧ୍ୟ କହିପାରୁ ନାହିଁ।

ଯଦି କେହି ଅପରାଧ କରିଛି, ତା’ହେଲେ ସେ ଦଣ୍ଡ ପାଇବା ଦରକାର। କିନ୍ତୁ ଆମେ ଏଯାଏ ଜାଣି ପାରିଲୁ ନାହିଁ ଯେ ତାପସ ପାଲ ଓ ଅନ୍ୟମାନଙ୍କ ଅପରାଧ କ’ଣ ଥିଲା। କେବଳ ରାଜନୀତିକ ଆକ୍ରୋଶ ରଖି ତଦନ୍ତକାରୀ ସଂସ୍ଥା ଗୁଡ଼ିକ ଦ୍ୱାରା ତାପସ ପାଲଙ୍କୁ ମାନସିକସ୍ତରରେ ହଇରାଣ କରାଯାଉଥିଲା। ତେଣୁ ତାଙ୍କର ହୃଦଘାତ ହୋଇଥିଲା।”

ତାପସ ପାଲ ରୋଜ ଭ୍ୟାଲି ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତି ଥିବା ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ୨୦୧୬ ଡିସେମ୍ବର ମାସରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ସେ ୨୦୧୮ରେ ଜେଲରୁ ମୁକୁଳିଥିଲେ। ହେଲେ ଏହାପରେ ସେ ନିର୍ବାଚନ ଲଢ଼ିବାକୁ ଟିଏମସିକୁ ମନା କରିଦେଇଥିଲେ।

Related story