ମତ ବଦଳାଇଲା ଟାଟା ସ୍କାଏ, ନମୋ ହିନ୍ଦୀ ନ୍ଯୁଜ ଚ୍ଯାନେଲ ନୁହଁ

ନୂଆଦିଲ୍ଲୀ: ଆରମ୍ଭରୁ ବିବାଦୀୟ ହୋଇପଡ଼ିଥିବା ‘ନମୋ ଟିଭି’କୁ ନେଇ ଏବେ ସେଟ ଟପ୍ ବକ୍ସ ସେବା ପ୍ରଦାନକାରୀ ସଂସ୍ଥା ଟାଟା ସ୍କାଏର ପରିଚାଳନା ନିର୍ଦ୍ଦେଶକ ହରିତ ନାଗପାଲ ପ୍ରତିକ୍ରିୟା ରଖିଛନ୍ତି। ଟାଟା ସ୍କାଏ ତରଫରୁ ପୂର୍ବରୁ କୁହାଯାଇଥିଲା ଯେ ‘ନମୋ’ ଟିଭି ଏକ ନ୍ୟୁଜ ଚ୍ୟାନେଲ। କିନ୍ତୁ ଏହାକୁ ଭୁଲ ବୋଲି କହି ଶ୍ରୀ ନାଗପାଲ କହିଛନ୍ତି ‘ନମୋ ଟିଭି ହିନ୍ଦୀ ନ୍ୟୁଜ ସର୍ଭିସ ନୁହେଁ’।   ପୂର୍ବରୁ ଜଣେ ଟୁଇଟର ବ୍ୟବହାରୀକାରୀଙ୍କ ପ୍ରଶ୍ନରେ ଟାଟା ସ୍କାଏ […]

I AND B ON EC

Subhransu Sekhar
  • Published: Thursday, 04 April 2019
  • , Updated: 04 April 2019, 03:51 PM IST
ନୂଆଦିଲ୍ଲୀ: ଆରମ୍ଭରୁ ବିବାଦୀୟ ହୋଇପଡ଼ିଥିବା ‘ନମୋ ଟିଭି’କୁ ନେଇ ଏବେ ସେଟ ଟପ୍ ବକ୍ସ ସେବା ପ୍ରଦାନକାରୀ ସଂସ୍ଥା ଟାଟା ସ୍କାଏର ପରିଚାଳନା ନିର୍ଦ୍ଦେଶକ ହରିତ ନାଗପାଲ ପ୍ରତିକ୍ରିୟା ରଖିଛନ୍ତି। ଟାଟା ସ୍କାଏ ତରଫରୁ ପୂର୍ବରୁ କୁହାଯାଇଥିଲା ଯେ 'ନମୋ' ଟିଭି ଏକ ନ୍ୟୁଜ ଚ୍ୟାନେଲ। କିନ୍ତୁ ଏହାକୁ ଭୁଲ ବୋଲି କହି ଶ୍ରୀ ନାଗପାଲ କହିଛନ୍ତି ‘ନମୋ ଟିଭି ହିନ୍ଦୀ ନ୍ୟୁଜ ସର୍ଭିସ ନୁହେଁ’।
 
ପୂର୍ବରୁ ଜଣେ ଟୁଇଟର ବ୍ୟବହାରୀକାରୀଙ୍କ ପ୍ରଶ୍ନରେ ଟାଟା ସ୍କାଏ ପକ୍ଷରୁ ଉତ୍ତର ଦିଆଯାଇ କୁହାଯାଇଥିଲା 'ନମୋ' ଏକ ‘୨୪ ଘଣ୍ଟିଆ ହିନ୍ଦୀ ନ୍ୟୁଜ ଚ୍ୟାନେଲ’। ଏହା ଏକ ଅନିଚ୍ଛାକୃତ ତ୍ରୁଟି ଥିଲା  ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନାଗପାଲ କହିଛନ୍ତି।

ତେବେ 'ନମୋ ଟିଭି' ପାଇଁ ସରକାରୀ ଲାଇସେନ୍ସର ଆବଶ୍ୟକତା ନାହିଁ, ବିଜେପିର ନିଜସ୍ୱ ଇଣ୍ଟରନେଟ ଦ୍ୱାରା ଏହା ଡିଟିଏଚ ସହିତ ସଂଯୋଗ କରାଯାଇ ପ୍ରସାରଣ କରାଯାଉଛି ବୋଲି ଟାଟା ସ୍କାଏ କହିଛି।
 
ତେବେ 'ନମୋ ଟିଭି' ବାବଦରେ ବିରୋଧୀ ଅଭିଯୋଗ କରିବା ପରେ  ନିର୍ବାଚନ କମିଶନ ସୂଚନା ଓ ପ୍ରସାରଣ ମନ୍ତ୍ରଳାୟଙ୍କୁ ନୋଟିସ କରିଥିଲେ। ଏହାର ଜବାବରେ ସୃପୃକ୍ତ ମନ୍ତ୍ରାଳୟ କହିଥିଲା ଯେ 'ନମୋ ଟିଭି' ଏକ ବିଜ୍ଞାପନଭିତ୍ତିକ ଚ୍ୟାନେଲ। ଯାହାକି ଡିଟୁଏଚ ଓ କେବୁଲ ଟିଭି ଗୁଡ଼ିକରେ ଉପଲବ୍ଧ ରହିଛି।
 
ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାବେଳେ ମାର୍ଚ୍ଚ ୩୦ ତାରିଖରେ 'ନମୋ ଟିଭି'ର ଶୁଭାରମ୍ଭ ହୋଇଥିଲା। ଏହା ପୂର୍ବରୁ ଏହାର ନାମ କଣ୍ଟେଣ୍ଟ ଟିଭି ଥିଲା। ଏହି ଟିଭି ଚ୍ୟାନେଲର ଲୋଗୋରେ ପ୍ରଧାନମନ୍ତ୍ରୀଙ୍କ ଏକ ଫଟୋ ରହିଛି। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ସମସ୍ତ ରାଲି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବେଙ୍ଗାଳୁରୁ ରାଲିର ଲାଇଭ ପ୍ରସାରଣ କରାଯାଇଛି।

Related story