ସୁପ୍ରିମ୍‌କୋର୍ଟରେ ପହଞ୍ଚିଲା ଟାଟା-ସାଇରସ୍‌ ମାମଲା

ନୂଆଦିଲ୍ଲୀ: ସାଇରସ୍‌ ମିସ୍ତ୍ରୀଙ୍କ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ପଦବୀ କାଏମ୍‌ ରହିବା ମାମଲା ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ଯାଇଛି। ସାଇରସ୍‌ଙ୍କ ସପକ୍ଷରେ ନ୍ୟାସନାଲ କମ୍ପାନୀ ଲ’ ଆପେଲେଟ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଏଟି) ଦେଇଥିବା ରାୟ ବିରୋଧରେ ଟାଟା ସନ୍ସ ସୁପ୍ରିମ୍‌କୋର୍ଟ ଯାଇଛି। ଗତ ମାସରେ ହିଁ ଏନ୍‌ସିଏଲ୍‌ଏଟି ମିସ୍ତ୍ରୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ଟାଟା ସନ୍ସ ପାଖରେ ୪ ମାସ ସମୟ ଥିଲା। ତେବେ ବର୍ତ୍ତମାନ ଟାଟା ସନ୍ସ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଆବେଦନ କରିଛି […]

Tata-Syrus

Subrat Kumar Nayak
  • Published: Thursday, 02 January 2020
  • , Updated: 02 January 2020, 03:55 PM IST

ନୂଆଦିଲ୍ଲୀ: ସାଇରସ୍‌ ମିସ୍ତ୍ରୀଙ୍କ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ପଦବୀ କାଏମ୍‌ ରହିବା ମାମଲା ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ଯାଇଛି। ସାଇରସ୍‌ଙ୍କ ସପକ୍ଷରେ ନ୍ୟାସନାଲ କମ୍ପାନୀ ଲ’ ଆପେଲେଟ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଏଟି) ଦେଇଥିବା ରାୟ ବିରୋଧରେ ଟାଟା ସନ୍ସ ସୁପ୍ରିମ୍‌କୋର୍ଟ ଯାଇଛି।

ଗତ ମାସରେ ହିଁ ଏନ୍‌ସିଏଲ୍‌ଏଟି ମିସ୍ତ୍ରୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ଟାଟା ସନ୍ସ ପାଖରେ ୪ ମାସ ସମୟ ଥିଲା। ତେବେ ବର୍ତ୍ତମାନ ଟାଟା ସନ୍ସ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଆବେଦନ କରିଛି ଏହି ନିଯୁକ୍ତି ନିର୍ଦ୍ଦେଶକୁ ୬ଟି କାରଣ ଭିତ୍ତିରେ ସ୍ଥଗିତ ରଖାଯାଉ।

ଆବେଦନରେ କୁହାଯାଇଛି, ମିସ୍ତ୍ରୀଙ୍କୁ ହଟାଯିବା କାହିଁକି ବେଆଇନ ସେହି କାରଣଟି ଏନ୍‌ସିଏଲ୍‌ଏଟି ପକ୍ଷରୁ କୁହାଯାଇନାହିଁ। ଟାଟା ସନ୍ସ ପକ୍ଷରୁ ଅସନ୍ତୋଷ ଜାହିର କରାଯିବା ସହ ଏହା କର୍ପୋରେଟ୍‌ ଗଣତନ୍ତ୍ରକୁ ଅଣଦେଖା କରୁଥିବା କୁହାଯାଇଛି। ଏହି ରାୟ ଭବିଷ୍ୟତରେ ବିପଜ୍ଜନକ ପ୍ରଥା ସୃଷ୍ଟି କରିବ ବୋଲି ମଧ୍ୟ କୁହାଯାଇଛି। ଗୁରୁତ୍ୱପୂର୍ଣ୍ଣ ତାଲିକାଭୁକ୍ତ କମ୍ପାନୀଙ୍କ ମଧ୍ୟରେ ଏହି ରାୟ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଏଥିରେ କୁହାଯାଇଛି।

ଆସନ୍ତା ଜାନୁଆରୀ ୯ ତାରିଖରେ ଟାଟା କନସଲ୍ଟାନ୍ସି ସର୍ଭିସ୍‌ (ଟିସିଏସ୍‌)ର ବୈଠକ ସ୍ଥିର କରାଯାଇଛି। ଏହା ପୂର୍ବରୁ ହିଁ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଛି। ଆସନ୍ତା ୬ ତାରିଖରେ ସୁପ୍ରିମ୍‌କୋର୍ଟ ଖୋଲିବା ପରେ ଟାଟାର ଓକିଲମାନେ ଏହି ମାମଲାର ଜରୁରୀକାଳୀନ ଶୁଣାଣି ପାଇଁ ପ୍ରୟାସ କରିବେ ବୋଲି କୁହାଯାଉଛି।

Related story