ଅନଲାଇନ୍ ଗଣିତ ପଢ଼ାଇ ହୃଦୟ ଜିତୁଛନ୍ତି ୮୧ ବର୍ଷୀୟ ଗଣିତ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ଗଣିତ ଶିକ୍ଷୟିତ୍ରୀ ଅମ୍ବୁଜା ଆୟର। ବୟସ ୮୧। ବୟସ ଅବସର ସମୟ। ହେଲେ ନିଜ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଛି। ଅନଲାଇନରେ ପାଖାପାଖି ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆୟାର ଗଣିତ ଶିକ୍ଷା ଦେଇଥିବା ସୂଚନା ରହିଛି। ଆୟାରଙ୍କ ପାଠ ପଢ଼ା ଶୈଳୀକୁ ମଧ୍ୟ ଅଧିକାଂଶ ଛାତ୍ରଛାତ୍ରୀ ବେଶ୍ ପସନ୍ଦ କରିଛନ୍ତି। ଅବସର ପୂର୍ବରୁ ଯେଉଁଭଳି ଭାବରେ ଆୟର ଗଣିତ ପଢ଼ାଉଥିଲେ ଏବେ ବି ସମାନ ଜୋଶ ଏବଂ ଶୈଳୀରେ ଛାତ୍ରଛାତ୍ରୀଙ୍କୁ ଗଣିତ ପଢ଼ାଉଥିବା […]

ambuja ayer

ambuja ayer

Subhransu Sekhar
  • Published: Sunday, 09 August 2020
  • Updated: 09 August 2020, 10:43 PM IST

ନୂଆଦିଲ୍ଲୀ: ଗଣିତ ଶିକ୍ଷୟିତ୍ରୀ ଅମ୍ବୁଜା ଆୟର। ବୟସ ୮୧। ବୟସ ଅବସର ସମୟ। ହେଲେ ନିଜ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଛି। ଅନଲାଇନରେ ପାଖାପାଖି ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆୟାର ଗଣିତ ଶିକ୍ଷା ଦେଇଥିବା ସୂଚନା ରହିଛି। ଆୟାରଙ୍କ ପାଠ ପଢ଼ା ଶୈଳୀକୁ ମଧ୍ୟ ଅଧିକାଂଶ ଛାତ୍ରଛାତ୍ରୀ ବେଶ୍ ପସନ୍ଦ କରିଛନ୍ତି। ଅବସର ପୂର୍ବରୁ ଯେଉଁଭଳି ଭାବରେ ଆୟର ଗଣିତ ପଢ଼ାଉଥିଲେ ଏବେ ବି ସମାନ ଜୋଶ ଏବଂ ଶୈଳୀରେ ଛାତ୍ରଛାତ୍ରୀଙ୍କୁ ଗଣିତ ପଢ଼ାଉଥିବା ଦେଖିବାକୁ ମିଳିଛି।

ଅନଲାଇନରେ ଗଣିତ ପଢ଼ାଇବା କଷ୍ଟକର ବୋଲି ଅନେକ ଶିକ୍ଷକ କହୁଥିବା ବେଳେ ଆୟର କିନ୍ତୁ ନିଜ ଶୈଳୀରେ ଏହାକୁ ସରଳ ଭାଷାରେ ପଢ଼ାଇ ଛାତ୍ରଛାତ୍ରୀଙ୍କୁ ଛାଟ କି ପାହାର ନଦେଇ ପଢ଼ାଇ ଚାଲିଛନ୍ତି।

ଆୟର କିଛି ଟିପ୍ସ ଏବଂ କିଛି ଭଲ ବିଷୟବସ୍ତୁ ତିଆରି କରିବା ପରେ ହ୍ୱାଟସଆପରେ ଅନ୍ୟ ୫୦ ଜଣ ଶିକ୍ଷକଙ୍କ ସହିତ ଗଣିତ ଫୋରମ୍ ଆରମ୍ଭ କରିଥିଲେ। ଏହି ଫୋରମ୍ ମାଧ୍ୟମରେ ସେ ଗଣିତ ଶିକ୍ଷକମାନଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛନ୍ତି। ଆଜିର ଦିନରେ, ୨୦୦ ଜଣ ସଦସ୍ୟ ଏହି ଗ୍ରୁପରେ ଅଛନ୍ତି।

ହ୍ୱାଟସଆପ ଗ୍ରୁପ ବ୍ୟତୀତ ଅମ୍ବୁଜା ଆୟର ନିଜର ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଷଷ୍ଠ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଗଣିତ ଶିକ୍ଷା ଦେଉଛନ୍ତି। ଏଥିପାଇଁ ସେ କୌଣସି ଦେୟ ନେଉ ନାହାନ୍ତି। ତେବେ ଅମ୍ବୁଜା ଆୟରଙ୍କ ଗଣିତ ଶିକ୍ଷା କେବଳ ଭାରତରେ ସୀମିତ ନାହିଁ ଏହା ୟୁଏଇ, ଆମେରିକା, ବ୍ରିଟେନ ଏବଂ ଇଣ୍ଡୋନେସିଆର ଶିକ୍ଷକମାନଙ୍କୁ ମଧ୍ୟ ପ୍ରଭାବିତ କରିଛି।

ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଅମ୍ବୁଜା ଆୟର କହିଛନ୍ତି ଯେ ମୁଁ ଛାତ୍ରମାନଙ୍କୁ ଗଣିତର ଭୟ ଦୂର କରିବାରେ ସାହାଯ୍ୟ କରିବାକୁ ଚାହୁଁଛି ଏବଂ ହଠାତ୍ ଆରମ୍ଭ ହୋଇଥିବା ଅନଲାଇନ୍ କ୍ଲାସ୍ କାରଣରୁ ଏକ ବଡ଼ ଆହ୍ୱାନର ସମ୍ମୁଖୀନ ହେଉଥିବା ଶିକ୍ଷକମାନଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ଚାହୁଁଛି।

“ମୁଁ ଭାବୁଛି ଅନଲାଇନ୍ କିମ୍ବା ଅଫଲାଇନ୍ ପାଠପଢ଼ାରେ ବେଶି କିଛି ପାର୍ଥକ୍ୟ ନାହିଁ। ଗଣିତ ସମାନ କିନ୍ତୁ ଶିକ୍ଷକମାନେ ଯଦି ଆକର୍ଷଣୀୟ ବିଷୟବସ୍ତୁ ସୃଷ୍ଟି କରିପାରିବେ ତାହେଲେ ପାଠ ପଢ଼ାଇବ ସହଜ ହୋଇଯିବ”।

ସେ କହିଥିଲେ ଯେ “ମୋ ପାଇଁ ଶିକ୍ଷାଦାନ ଶ୍ରେଣୀ, ଜାତି-ଧର୍ମ କିମ୍ବା ରଙ୍ଗ ବାହାରେ। ଗଣିତ ଶିଖିବାକୁ ଅନେକ ଗରିବ ଛାତ୍ର ମୋ ପାଖକୁ ଆସନ୍ତି। ସେମାନଙ୍କ ଆଖିରେ ଥିବା ଆଶା ଏବଂ ଆକାଂକ୍ଷା ହିଁ ମୋତେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ପ୍ରେରଣା ଦିଏ। ଏଥିପାଇଁ ମହାମାରୀ ସମୟରେ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ କରିବାକୁ ଚିନ୍ତା କରିଥିଲି”।

ଅମ୍ୱୁଜା ଆୟର କହିଛନ୍ତି ଯେ ମୋର ବିଶେଷତା ହେଉଛି ଯେ "ମୁଁ ମୋ ଛାତ୍ରମାନଙ୍କୁ କୌଣସି ପ୍ରକାର ହୋମୱାର୍କ ଦିଏ ନାହିଁ। ଏହି ପାଠ ପଢ଼ା ଯାତ୍ରା ଶେଷ ହୋଇନାହିଁ ଆଗକୁ ଜାରି ରହିବ"।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos