ଆସଦୁଦ୍ଦିନ ଓୱେସୀଙ୍କୁ କଡ଼ା ଜବାବ ଦେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ: ସୋମବାର ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଉପରେ ବିତର୍କ ବେଳେ ଏଆଇଏମଆଇଏମ ସାଂସଦ ଆସଦୁଦ୍ଦିନ ଓୱେସୀ ବିଲକୁ ଚିରି ଦେଇଥିଲେ। ଯାହାର ଜବାବ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ସାଂସଦଙ୍କ ଏଭଳି ଆଚରଣ ‘ଦେଶ ପାଇଁ କ୍ଷତି’ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ବିରୋଧ କରିବାର ଏକ ଶୈଳୀ ରହିଛି। ତେଣୁ ଗଣତାନ୍ତ୍ରିକ ଉପାୟରେ ବିରୋଧ କରିବା ଉଚିତ୍। ଏଭଳି କରିବା ଦ୍ୱାରା ଦେଶକୁ ଏକ ଭୁଲ ବାର୍ତ୍ତା ଯାଉଛି ବୋଲି ସେ କହିଛନ୍ତି। ମଙ୍ଗଳବାର ଉପରାଷ୍ଟ୍ରପତି […]

Venkaya

Venkaya

Subhransu Sekhar
  • Published: Wednesday, 11 December 2019
  • Updated: 11 December 2019, 11:08 AM IST

Sports

Latest News

ନୂଆଦିଲ୍ଲୀ: ସୋମବାର ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଉପରେ ବିତର୍କ ବେଳେ ଏଆଇଏମଆଇଏମ ସାଂସଦ ଆସଦୁଦ୍ଦିନ ଓୱେସୀ ବିଲକୁ ଚିରି ଦେଇଥିଲେ। ଯାହାର ଜବାବ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ସାଂସଦଙ୍କ ଏଭଳି ଆଚରଣ ‘ଦେଶ ପାଇଁ କ୍ଷତି’ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ବିରୋଧ କରିବାର ଏକ ଶୈଳୀ ରହିଛି। ତେଣୁ ଗଣତାନ୍ତ୍ରିକ ଉପାୟରେ ବିରୋଧ କରିବା ଉଚିତ୍। ଏଭଳି କରିବା ଦ୍ୱାରା ଦେଶକୁ ଏକ ଭୁଲ ବାର୍ତ୍ତା ଯାଉଛି ବୋଲି ସେ କହିଛନ୍ତି। ମଙ୍ଗଳବାର ଉପରାଷ୍ଟ୍ରପତି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଆସଦୁଦ୍ଦିନ ଓୱେସୀଙ୍କୁ ନେଇ ଏଭଳି କହିଛନ୍ତି।

ସରକାରକୁ ବିରୋଧ କରିବା, ସମାଲୋଚନା କରିବା ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ଅଭିନ୍ନ ଅଙ୍ଗ। ଏଭଳି କରିବା ଦ୍ୱାରା ସରକାର ତ୍ରୁଟି ସୁଧାର କରନ୍ତି। ହେଲେ ବିରୋଧ କରିବାକୁ ଯାଇ ଅଗାଣତାନ୍ତ୍ରିକ ଉପାୟ ଅବଲମ୍ୱନ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ସଂସଦର ସମସ୍ତ ସଦସ୍ୟ ପ୍ରଥମେ ଦେଶର ହିତକୁ ଆଗ ଧ୍ୟାନ ରଖିବା ଉଚିତ୍, ପଛରେ ଦଳ।

ସୂଚନାଯୋଗ୍ୟ, ସରକାର ସୋମବାର ଲୋକସଭାରେ ସଂଶୋଧିତ ନାଗରିକତା ବିଲ୍ ଆଗତ କରିଥିଲେ। ବିଲକୁ ନେଇ ଗୃହରେ ବିତର୍କ ଚାଲିଥିଲା। ଏହି ବିଲ୍ ଆଣି ସରକାର ଧାରା ୧୪କୁ ଉଲ୍ଲଂଘନ କରିଛନ୍ତି। ଦେଶରେ ସମାନତା ଅଧୀକାର ରହିଛି। ହେଲେ ସରକାର ଏହି ବିଲ୍ ଆଣି ମୁସଲିମଙ୍କୁ ଅଣଦେଖା କରୁଛନ୍ତି ବୋଲି ଆସଦୁଦ୍ଦିନ ଓୱେସୀ କହିଥିଲେ। ଏହାପରେ ବିଲଟିକୁ ଚିରି ଦେଇଥିଲେ। ଆସଦୁଦ୍ଦିନ ଓୱେସୀଙ୍କ ଏଭଳି ବ୍ୟବହାରକୁ ନେଇ ମଧ୍ୟ ଅନେକ ବିରୋଧ ହୋଇଥିଲା। ସେତେବେଳେ ବାଚସ୍ପତିଙ୍କ ଚେୟାରରେ ସାଂସଦ ରମା ଦେବୀ ବସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story