ଭୋଲଟି ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଏହାର ଫାଇଦା

ପୁରୁଣା 2G ଫୋନ ଛାଡି ଅଧିକାଂଶ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି। ଅଧିକା ଦାମ ଦେଇ ସ୍ମାର୍ଟ ଫୋନ କିଣିବା ସମୟରେ ଆମେ ଫୋନର ଥିବା ବିଭିନ୍ନ ଫିଚର ବା ସୁବିଧା ବିଷୟରେ ପଚାରି ବୁଝିଥାନ୍ତି। ସେତେବେଳେ ଭୋଲ୍‌ଟି ଫିଚର ସମ୍ପର୍କରେ ଶୁଣିଥିବେ। ହେଲେ ଅଧିକାଂଶ ଫୋନ୍‌ ବ୍ୟବହାରକରୀ ଏହା ପ୍ରକୃତରେ କ’ଣ ଜାଣି ପାରନ୍ତି ନାହିଁ। ଆସନ୍ତୁ ଜାଣିବା ଏହି ଭୋଲ୍‌ଟି କ’ଣ ଓ ଏଥି ଆପଣ କ’ଣ ଲାଭ ପାଇପାରିବେ। ଭୋଲ୍‌ଟି କ’ଣ: […]

VoLTE

Rakesh Mallick
  • Published: Thursday, 13 July 2017
  • , Updated: 13 September 2017, 04:05 PM IST

ପୁରୁଣା 2G ଫୋନ ଛାଡି ଅଧିକାଂଶ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି। ଅଧିକା ଦାମ ଦେଇ ସ୍ମାର୍ଟ ଫୋନ କିଣିବା ସମୟରେ ଆମେ ଫୋନର ଥିବା ବିଭିନ୍ନ ଫିଚର ବା ସୁବିଧା ବିଷୟରେ ପଚାରି ବୁଝିଥାନ୍ତି। ସେତେବେଳେ ଭୋଲ୍‌ଟି ଫିଚର ସମ୍ପର୍କରେ ଶୁଣିଥିବେ। ହେଲେ ଅଧିକାଂଶ ଫୋନ୍‌ ବ୍ୟବହାରକରୀ ଏହା ପ୍ରକୃତରେ କ’ଣ ଜାଣି ପାରନ୍ତି ନାହିଁ। ଆସନ୍ତୁ ଜାଣିବା ଏହି ଭୋଲ୍‌ଟି କ’ଣ ଓ ଏଥି ଆପଣ କ’ଣ ଲାଭ ପାଇପାରିବେ।

ଭୋଲ୍‌ଟି କ’ଣ: ଏହା ହେଉଛି ଏକ ଫିଚର, ଯହା ମୋବାଇଲ କଲିଂ ବ୍ୟବସ୍ଥାକୁ ଉନ୍ନତ କରିଥାଏ। ଏହା ହେଉଛି ଏକ ନେଟୱର୍କ ଟେକ୍ନୋଲୋଜି ଯାହା କର୍ଲକୁ ଡାଟା ଫର୍ମାଟରେ ପରିଣତ କରାଇଥାଏ। ଏହାଦ୍ୱାରା ଆପଣ ସବୁଠୁ ଶସ୍ତା ଡାଟା ଦରରେ କର୍ଲ ସେବା ପାଇପାରନ୍ତି। ବିଭିନ୍ନ ଟେଲିକମ କମ୍ପାନୀ ଏହି ଫିଚର ଦେବାକୁ ପ୍ରୟାସ ଚଳାଇଛନ୍ତି।

ଭୋଲ୍‌ଟି ଫାଇଦା:  ଏହି ଫିଚରରେ ବହୁ ଫାଇଦା ରହିଛି। CDMA  କଲ୍‌ ସେବା ଠାରୁ ଭୋଲ୍‌ଟି କଲ ସେବାରେ ଆକାଶ ପାତଳ ଫରକ ରହଛି। CDMAରେ କଲ କଲେ ଆପଣଙ୍କୁ ଅଡିଓ ଶୁଣିବାରେ ସମସ୍ୟା ହୋଇଥାଏ। ହେଲେ ଭୋଲ୍‌ଟିରେ ଏଚଡି କ୍ୱାଲିଟିର ଭଏସ କଲିଂ ସୁବିଧା ପାଇପାରିବେ ଓ ଭିଡିଓ କଲିଂ କରିପାରିବେ। ଏହାସହ କଲ କନେକ୍ସନ ଖୁବଶୀଘ୍ର ହୋଇପାରିବି। 4G ନ ହେଲେ 2G ଓ 3Gରେ ମଧ୍ୟ ଏହା ଚାଲିପାରିବ। ଭୋଲ୍‌ଟିରେ ଅଧିକ ବ୍ୟାଟେରୀ ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ।

ଭୋଲ୍‌ଟିରେ ସମସ୍ୟା: ଭୋଲ୍‌ଟିରେ ସପୋର୍ଟର ନେଟୱର୍କ ସେବା ନ ଥିବାରୁ କଲ ଡ୍ରପରେ ସମସ୍ୟା ଦେଖା ଦେଇପାରେ।

Related story