ଭୟଙ୍କର: ଚେୟାରରେ ବାନ୍ଧି ୩୮ ବର୍ଷୀୟ ବ୍ୟକ୍ତିଙ୍କୁ ଜୀବନ୍ତ ଜାଳିଦେଲେ

ହାଇଦ୍ରାବାଦ: ଜଣେ ୩୮ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ସ୍ଥାନୀୟ ଅଞ୍ଚଳରେ ଥିବା ମନ୍ଦିର ପରିସରରେ ଚେୟାର ବାନ୍ଧି ଜୀବନ୍ତ ଜାଳି ଦେଇଛନ୍ତି କିଛି ଲୋକ। ସେ କଳାଯାଦୁ କରୁଥିବା ଅଭିଯୋଗ କରି ତାଙ୍କ ସହ ଏଭଳି ଆଚରଣ କରାଯାଇଛି। ହାଇଦ୍ରାବାଦର ମଞ୍ଜୁନାଥ ମନ୍ଦିର ପରିସରେ ଥିବା ଗୋଟିଏ ରୁମ୍‌ରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ୍‌ର ସୂଚନା ଅନୁଯାୟୀ, ତେଲେଙ୍ଗାନାର ଜଗତିଆଲ ଜିଲ୍ଲା ବଲୱନାଥପୁର ଗାଁରେ ଥିବା ମଞ୍ଜୁନାଥ ମନ୍ଦିରରେ […]

da

Hemant Lenka
  • Published: Wednesday, 25 November 2020
  • , Updated: 25 November 2020, 02:00 PM IST

ହାଇଦ୍ରାବାଦ: ଜଣେ ୩୮ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ସ୍ଥାନୀୟ ଅଞ୍ଚଳରେ ଥିବା ମନ୍ଦିର ପରିସରରେ ଚେୟାର ବାନ୍ଧି ଜୀବନ୍ତ ଜାଳି ଦେଇଛନ୍ତି କିଛି ଲୋକ। ସେ କଳାଯାଦୁ କରୁଥିବା ଅଭିଯୋଗ କରି ତାଙ୍କ ସହ ଏଭଳି ଆଚରଣ କରାଯାଇଛି। ହାଇଦ୍ରାବାଦର ମଞ୍ଜୁନାଥ ମନ୍ଦିର ପରିସରେ ଥିବା ଗୋଟିଏ ରୁମ୍‌ରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ତେଲେଙ୍ଗାନାର ଜଗତିଆଲ ଜିଲ୍ଲା ବଲୱନାଥପୁର ଗାଁରେ ଥିବା ମଞ୍ଜୁନାଥ ମନ୍ଦିରରେ କଳାଯାଦୁ ପାଇଁ ଏଭଳି ହତ୍ୟାକାଣ୍ତ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି, ପଗିଲ୍ଲା ପବନ କୁମାର। ସେ ହାଇଦ୍ରାବାଦରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ସେ ନିକଟରେ ତାଙ୍କ ବିଧବା ଶଳା ଭାଉଜଙ୍କୁ ଦେଖିବାକୁ ବଲୱନାଥପୁର ଗାଁକୁ ଯାଇଥିଲେ। କିଛି ଦିନ ତଳେ ତାଙ୍କ ଶଳାଙ୍କର ହାର୍ଟଆଟାକ୍‌ରେ ମୃତ୍ୟୁ ଘଟିଥିଲା। ତେବେ ଶଳା ଘର ଲୋକ ମୃତ୍ୟୁ ପାଇଁ ପଗିଲ୍ଲା ପବନ କୁମାରଙ୍କୁ ଦାୟୀ କରିଥିଲେ। ସେ କଳାଯାଦୁ କରିବାରୁ ହୃଦଘାତରେ ଶଳାଙ୍କର ମୃତ୍ୟୁ ଘଟିଥିବା ସେମାନେ ଅଭିଯୋଗ କରିଥିଲେ।

ଏହାପରେ ପରିବାର ଲୋକ ମନ୍ଦିର ପରିସରରେ ଥିବା ଗୋଟିଏ ରୁମ୍‌ରେ ପଡ଼ିଥିବା ଚେୟାରରେ କୁମାରଙ୍କୁ ବାନ୍ଧି ଦେଇଥିଲେ। ସେ ଏଥିରୁ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ତାଙ୍କ ଉପରେ କିରାସିନ୍‌ ଢାଳି ନିଆଁ ଲଗାଇ ଦିଆଯାଇଥିଲା। ଏଭଳି ଅବସ୍ଥାରେ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଗାଁ ଲୋକ ଚିତ୍କାର ଶୁଣି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ କୁମାରଙ୍କ ମୃତ୍ୟୁ ହୋଇ ସାରିଥିଲା।

ପବନ କୁମାରଙ୍କ ପତ୍ନୀ କ୍ରିଷ୍ଣାବେନି କହିଛନ୍ତି, “ମୋତେ ମୋ ଭାଉଜ ସୁମଲତା ପାଣି ବୋତଲ ଆଣିବାକୁ ପଠାଇଥିଲେ। ମୁଁ ପାଣି ବୋତଲ ଧରି ଆସିଲା ବେଳକୁ ସେମାନେ ମୋ ସ୍ୱାମୀଙ୍କୁ ଗୋଟିଏ ରୁମ୍‌ରେ ଭର୍ତ୍ତି କରି ନିଆଁ ଲଗାଇ ଦେଇଥିଲେ।ତାଙ୍କୁ ଜୀଅନ୍ତା ଜାଳିବା ବେଳେ ସେ ଜୋରରେ ଚିତ୍କାର ମଧ୍ୟ କରିଥିଲେ। ଏହା ଦେଖି ମୁଁ ଅଚେତ ମଧ୍ୟ ହୋଇଯାଇଥିଲି।” ତେବେ ପୁଲିସ୍‌ ଏହି ଘଟଣାରେ କ୍ରିଷ୍ଣାବେନିଙ୍କୁ ମଧ୍ୟ ଗିରଫ କରିଛି।

ପୁଲିସ୍‌ ସୁମଲତା ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିଛି। ଜେରା ବେଳେ ସୁମଲତା ନିଜ ଅପରାଧକୁ ସ୍ୱୀକାର କରିଥିବା ପୁଲିସ୍‌ କହିଛି।

Related story