୪ ବର୍ଷର ପୁଅକୁ ହତ୍ୟା କଲା ନାବାଳିକା

ନାଭି ମୁମ୍ୱାଇ: ଜଣେ ଚାରି ବର୍ଷର ଛୋଟ ଛୁଆକୁ ୧୭ ବର୍ଷର ନାବାଳିକା ହତ୍ୟା କରିଛି। ସେପ୍ଟେମ୍ବର ୧୮ରେ ନାବାଳିକା ଜଣଙ୍କ ହତ୍ୟା କରିଥିଲା। ଘଟଣାକୁ ମାସେ ପୂର୍ତ୍ତି ହେବାର ଚାରି ଦିନ ପୂର୍ବରୁ ଅଭିଯୁକ୍ତ ହତ୍ୟାକାରୀ ନାବାଳିକାକୁ ପୁଲିସ ଅଟକ ରଖିଛି। ନାବାଳିକା ଜଣଙ୍କ ହତ୍ୟା କରିବା ପରେ ଏକ ଅଖା ଭିତରେ ପୁରାଇ ଝରକା ବାହାରକୁ ଫିଙ୍ଗି ଦେଇଥିଲା ବୋଲି ଜଣାପଡ଼ିଛି। ଘଟଣାଟି ମହାରାଷ୍ଟ୍ରର ନାଭି ମୁମ୍ୱାଇର। ସେପ୍ଟେମ୍ୱର ୧୮ରେ ଛୋଟ ପିଲାଟି ଖେଳୁଥିଲା। […]

Teenaged girl from Navi Mumbai murders 4-year-old boy

Subhransu Sekhar
  • Published: Thursday, 15 October 2020
  • , Updated: 15 October 2020, 11:48 AM IST

ନାଭି ମୁମ୍ୱାଇ: ଜଣେ ଚାରି ବର୍ଷର ଛୋଟ ଛୁଆକୁ ୧୭ ବର୍ଷର ନାବାଳିକା ହତ୍ୟା କରିଛି। ସେପ୍ଟେମ୍ବର ୧୮ରେ ନାବାଳିକା ଜଣଙ୍କ ହତ୍ୟା କରିଥିଲା। ଘଟଣାକୁ ମାସେ ପୂର୍ତ୍ତି ହେବାର ଚାରି ଦିନ ପୂର୍ବରୁ ଅଭିଯୁକ୍ତ ହତ୍ୟାକାରୀ ନାବାଳିକାକୁ ପୁଲିସ ଅଟକ ରଖିଛି। ନାବାଳିକା ଜଣଙ୍କ ହତ୍ୟା କରିବା ପରେ ଏକ ଅଖା ଭିତରେ ପୁରାଇ ଝରକା ବାହାରକୁ ଫିଙ୍ଗି ଦେଇଥିଲା ବୋଲି ଜଣାପଡ଼ିଛି।

ଘଟଣାଟି ମହାରାଷ୍ଟ୍ରର ନାଭି ମୁମ୍ୱାଇର। ସେପ୍ଟେମ୍ୱର ୧୮ରେ ଛୋଟ ପିଲାଟି ଖେଳୁଥିଲା। ଏହି ସମୟରେ ସେ ଶୌଚାଳୟ ଯାଇଥିଲା ନାବାଳିକା ଘରକୁ। ସେହି ସମୟରେ ନାବାଳିକାର ପରିବାର ଲୋକ କେହିନଥିଲେ। ଏହି ସମୟରେ ଛୋଟ ପିଲାଟି ନାବାଳିକା ଘରର ଶୌଚାଳୟ ବ୍ୟବହାର କରିଥିଲା। ପରେ ସାଙ୍ଗ ହୋଇ ଉଭୟ ଖେଳିଥିଲେ। ହେଲେ ଏହି ସମୟରେ ନାବାଳିକାଟି ଛୋଟ ପିଲାଟିକୁ ତକିଆରେ ଜାକି ଦେଇଥିଲା। ଏହାପରେ ଛୋଟ ପିଲାଟି ଅଚେତ ହୋଇଯାଇଥିଲା। ଏହାପରେ ନାବାଳିକା ଜଣଙ୍କ ଭୟଭୀତ ହୋଇଯାଇଥିଲା।

ଏହାପରେ ସେ ଅଖା ଭିତରେ ଛୋଟ ଛୁଆଟିକୁ ଭର୍ତ୍ତି କରି ବାହାରେ ଫିଙ୍ଗି ଦେଇଥିଲା। ପରେ ଛୋଟ ପିଲାଟିର ପରିବାର ଲୋକେ ଖୋଜିଥିଲେ। ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ମିଳିନଥିଲା। ଏହାପରେ ଦୁଇ ଜଣ ମହିଳା ବନ୍ଦ ହୋଇ ପଡ଼ିଥିବା ଅଖା ବାବଦରେ ଖବର ଦେଇଥିଲେ।

ଖବର ପାଇ ପରିବାର ଲୋକେ ଅଖା ଖୋଲିଥିଲେ। ଆଉ ପୁଅକୁ ସଙ୍ଗେସଙ୍ଗେ ହସ୍ପିଟାଲକୁ ନେଇଯାଇଥିଲେ। ହେଲେ ହସ୍ପିଟାଲ ପହଞ୍ଚିଲା ବେଳକୁ ଛୋଟ ପିଲାଟିର ମୃତ୍ୟୁ ହୋଇସାରିଥିଲା ବୋଲି ସୂଚନା ରହିଛି।

ଘଟଣା ଘଟିବା ପରେ ପୁଲିସ ଏହି ୧୭ ବର୍ଷୀୟ ଝିଅକୁ ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରିଥିଲା। ତଦନ୍ତ ବେଳେ ପୁଲିସ ପାଖରେ ଥିବା ୧୬ଟି ଘରେ ଥିବା ଅଖା ଖୋଜିଥିଲା ପୁଲିସ। ହେଲେ ସମାନ ପ୍ରକାର ଅଖା ନାବାଳିକା ଘରୁ ଉଦ୍ଧାର କରିଥିଲା ପୁଲିସ।

Related story