ରାଞ୍ଚି: ଜେଲରୁ ପୁଅକୁ ଚିଠି ଲେଖିଛନ୍ତି ଲାଲୁ। କହିଛନ୍ତି ଘର କଥା, ଦଳ କଥା ଓ ରାଜ୍ୟ ଶାସନର କଥା । ଦଳ ଏକାଠି ଥିଲା, ରହିବ ଏ କଥା କୁଆଡେ ଚିଠିରେ ଲଖା ହୋଇଛି ବୋଲି କହିଥିଲେ ପୁଅ ତେଜସ୍ୱୀ।
ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଶନିବାର ବିହାରର ପୂର୍ବତମ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ କୋର୍ଟ ୩ ବର୍ଷ ଜେଲ ସହ ୫ ଲକ୍ଷ ଟଙ୍କାର ଜରିମନାରେ ଦଣ୍ଡିତ କରିଛନ୍ତି। ଏହି ଦଣ୍ଡଶୁଣାଣିର କିଛି ସମୟ ପୂର୍ବରୁ ପୁଅ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ଏମ୍ପି, ଏମ୍ଏଲଏ ତଥା ଅନେକ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସଭା ମଝିରେ ତେଜସ୍ୱୀ ପିତା ଲାଲୁ ଜେଲରୁ ପଠାଇଥିବା ଚିଠି ପଢି ଶୁଣାଇଥିଲେ। ରାଜ୍ୟବାସୀଙ୍କ ପାଇଁ ଜେଲରୁ ଲାଲୁ ଲଖିଥିବା ଦରଦଭରା ଚିଠି ପଢି ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଉପରେ ଧୁମ୍ ବର୍ଷିଥିଲେ।
ଆଉ କହିଥିଲେ, “ଲୋକେ ଯାହାକୁ ବାଛିଲେ ସେ ଆଜି କାରାଗାରରେ ଆଉ ଯିଏ ପ୍ରତ୍ୟାକ୍ଷାନ ହେଲେ ସେ ଆଜି ଗୁପ୍ତ ଝରକା ବାଟେ ଗଳି ସତ୍ତାରୁଢ ହୋଇଛନ୍ତି” ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।