ଜେଲରୁ ଆସିଛି ଲାଲୁଙ୍କ ଚିଠି, କହିଛନ୍ତି ଏ ସବୁ କଥା...

ରାଞ୍ଚି: ଜେଲରୁ ପୁଅକୁ ଚିଠି ଲେଖିଛନ୍ତି ଲାଲୁ। କହିଛନ୍ତି ଘର କଥା, ଦଳ କଥା ଓ ରାଜ୍ୟ ଶାସନର କଥା । ଦଳ ଏକାଠି ଥିଲା, ରହିବ ଏ କଥା କୁଆଡେ ଚିଠିରେ ଲଖା ହୋଇଛି ବୋଲି କହିଥିଲେ ପୁଅ ତେଜସ୍ୱୀ। ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଶନିବାର ବିହାରର ପୂର୍ବତମ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ କୋର୍ଟ ୩ ବର୍ଷ ଜେଲ ସହ ୫ ଲକ୍ଷ ଟଙ୍କାର ଜରିମନାରେ ଦଣ୍ଡିତ […]

Lalu Letter

Rakesh Mallick
  • Published: Saturday, 06 January 2018
  • , Updated: 06 January 2018, 06:14 PM IST

ରାଞ୍ଚି: ଜେଲରୁ ପୁଅକୁ ଚିଠି ଲେଖିଛନ୍ତି ଲାଲୁ। କହିଛନ୍ତି ଘର କଥା, ଦଳ କଥା ଓ ରାଜ୍ୟ ଶାସନର କଥା । ଦଳ ଏକାଠି ଥିଲା, ରହିବ ଏ କଥା କୁଆଡେ ଚିଠିରେ ଲଖା ହୋଇଛି ବୋଲି କହିଥିଲେ ପୁଅ ତେଜସ୍ୱୀ।

ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଶନିବାର ବିହାରର ପୂର୍ବତମ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ କୋର୍ଟ ୩ ବର୍ଷ ଜେଲ ସହ ୫ ଲକ୍ଷ ଟଙ୍କାର ଜରିମନାରେ ଦଣ୍ଡିତ କରିଛନ୍ତି। ଏହି ଦଣ୍ଡଶୁଣାଣିର କିଛି ସମୟ ପୂର୍ବରୁ ପୁଅ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ଏମ୍‌ପି, ଏମ୍‌ଏଲଏ ତଥା ଅନେକ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସଭା ମଝିରେ ତେଜସ୍ୱୀ ପିତା ଲାଲୁ ଜେଲରୁ ପଠାଇଥିବା ଚିଠି ପଢି ଶୁଣାଇଥିଲେ। ରାଜ୍ୟବାସୀଙ୍କ ପାଇଁ ଜେଲରୁ ଲାଲୁ ଲଖିଥିବା ଦରଦଭରା ଚିଠି ପଢି ପ୍ରଧାନମନ୍ତ୍ରୀ ମୋଦି ଓ  ମୁଖ୍ୟମନ୍ତ୍ରୀ  ନୀତିଶଙ୍କ ଉପରେ ଧୁମ୍‌ ବର୍ଷିଥିଲେ।

ଆଉ କହିଥିଲେ, “ଲୋକେ ଯାହାକୁ ବାଛିଲେ ସେ ଆଜି କାରାଗାରରେ ଆଉ ଯିଏ ପ୍ରତ୍ୟାକ୍ଷାନ ହେଲେ ସେ ଆଜି ଗୁପ୍ତ ଝରକା ବାଟେ ଗଳି ସତ୍ତାରୁଢ ହୋଇଛନ୍ତି” ।

Related story