ହାଇଦ୍ରାବାଦ ଏନକାଉଣ୍ଟର: ଏସଆଇଟି ଗଠନ, ୧୩ ଯାଏ ମୃତଦେହ ରଖିବାକୁ ପୁଲିସକୁ ନିର୍ଦ୍ଦେଶ

ହାଇଦ୍ରାବାଦ: ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାର ତଦନ୍ତ ପାଇଁ ତେଲେଙ୍ଗାନା ସରକାର ଏସ୍ଆଇଟି ଗଠନ କରିଛନ୍ତି। ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଗଲା ଓ ଏହି ଘଟଣା ସହ ଜଡ଼ିତ ସମସ୍ତ ମାମଲାର ତଦନ୍ତ ଏହି ଏସ୍ଆଇଟି କରିବ। ଏସଆଇଟି ତଦନ୍ତ ଶେଷ କରି ତା’ର ରିପୋର୍ଟ କୋର୍ଟଙ୍କ ଆଗରେ […]

vc

Hemant Lenka
  • Published: Monday, 09 December 2019
  • , Updated: 09 December 2019, 04:39 PM IST

ହାଇଦ୍ରାବାଦ: ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାର ତଦନ୍ତ ପାଇଁ ତେଲେଙ୍ଗାନା ସରକାର ଏସ୍ଆଇଟି ଗଠନ କରିଛନ୍ତି। ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଗଲା ଓ ଏହି ଘଟଣା ସହ ଜଡ଼ିତ ସମସ୍ତ ମାମଲାର ତଦନ୍ତ ଏହି ଏସ୍ଆଇଟି କରିବ। ଏସଆଇଟି ତଦନ୍ତ ଶେଷ କରି ତା’ର ରିପୋର୍ଟ କୋର୍ଟଙ୍କ ଆଗରେ ଉପସ୍ଥାପନ କରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଏହି ଟିମରେ ୮ ଜଣ ସଦସ୍ୟ ରହିଛନ୍ତି। ରାଚକୋଣ୍ଡା ପୁଲିସ୍ କମିଶନର ମହେଶ ଏମ ଭଗୱତ ଏହାର ନେତୃତ୍ୱ ନେବେ। ଅନ୍ୟପକ୍ଷରେ ଏନଏଚଆରସି ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ଡିସେମ୍ବର ୬ରେ ପୁଲିସ୍ ଗିରଫ ୪ ଅଭିଯୁକ୍ତଙ୍କୁ ଡାକ୍ତରାଣୀଙ୍କ ପୋଡ଼ା ମୃତଦେହ ମିଳିଥିବା ସ୍ଥାନକୁ ନେଇଥିଲା। ତେବେ ଏହି ସମୟରେ ସେମାନେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍ ସମସ୍ତଙ୍କୁ ଏନକାଉଣ୍ଟର କରିଥିବା କହିଛି। କିଛି ଲୋକ ପୁଲିସର କାର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ବିରୋଧ କରିଛନ୍ତି।

ସେହିପରି ପୁଲିସ ଗୁଳିରେ ପ୍ରାଣ ହରାଇଥିବା ୪ ଅଭିଯୁକ୍ତଙ୍କ ମୃତଦେହକୁ ଡିସେମ୍ବର ୧୩ ଯାଏ ସଂରକ୍ଷିତ କରି ରଖିବାକୁ ଆଜି ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହାର ଶୁଣାଣି ୧୨ ତାରିଖରେ କରିବେ।

ନଭେମ୍ବର ୨୯ରେ ଜଣେ ମହିଳା ଡାକ୍ତରଙ୍କୁ ସହଯୋଗ କରିବା ଆଳରେ ମୃତ ୪ ଯୁବକ ଦୁଷ୍କର୍ମ କରିବା ପରେ ତାଙ୍କୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ସେମାନଙ୍କୁ ମାତ୍ର ୪୮ ଘଣ୍ଟା ମଧ୍ୟରେ ଗିରଫ କରିଥିଲା। ଏହି ଘଟଣାରେ ତ୍ୱରିତ ନ୍ୟାୟ ପାଇଁ ସମଗ୍ର ଦେଶରେ ପ୍ରତିଶୋଧର ନିଆଁ ଜଳିଥିଲା।

Related story