ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ହାଇଦ୍ରାବାଦ ଦୁଷ୍କର୍ମ-ହତ୍ୟା ମାମଲାର ଶୁଣାଣି

ହାଇଦ୍ରାବାଦ: ଗତ ସପ୍ତାହର ବହୁ ଚର୍ଚ୍ଚିତ ଭେଟେରିନାରୀ ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍‌ କୋର୍ଟରେ ଶୁଣାଣି ହେବ ବୋଲି ତେଲେଙ୍ଗାନା ହାଇକୋର୍ଟ ରାୟ ଦେଇଛନ୍ତି। ଏହି ଭୟଙ୍କର ଘଟଣା ତେଲେଙ୍ଗାନା ସହିତ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ସୋମବାର ସମାଜବାଦୀ ପାର୍ଟି ସାଂସଦ ଗୃହରେ ଏହି ପ୍ରସଙ୍ଗରେ କହିଥିଲେ ଦୁଷ୍କର୍ମକାରୀଙ୍କୁ ଲୋକଙ୍କୁ ହସ୍ତାନ୍ତର କରିଦିଆଯାଉ ଏବଂ ସର୍ବସାଧାରଣରେ ସେମାନଙ୍କ ହତ୍ୟା କରାଯାଉ। ସୂଚନାଯୋଗ୍ୟ ଯେ, ଏହି ମାମଲାରେ ମହମ୍ମଦ ଆରିଫ୍‌, ଜୋଲ୍ଲୁ ଶିବା, […]

telengana

Subrat Kumar Nayak
  • Published: Wednesday, 04 December 2019
  • , Updated: 04 December 2019, 08:31 PM IST

ହାଇଦ୍ରାବାଦ: ଗତ ସପ୍ତାହର ବହୁ ଚର୍ଚ୍ଚିତ ଭେଟେରିନାରୀ ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍‌ କୋର୍ଟରେ ଶୁଣାଣି ହେବ ବୋଲି ତେଲେଙ୍ଗାନା ହାଇକୋର୍ଟ ରାୟ ଦେଇଛନ୍ତି। ଏହି ଭୟଙ୍କର ଘଟଣା ତେଲେଙ୍ଗାନା ସହିତ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ସୋମବାର ସମାଜବାଦୀ ପାର୍ଟି ସାଂସଦ ଗୃହରେ ଏହି ପ୍ରସଙ୍ଗରେ କହିଥିଲେ ଦୁଷ୍କର୍ମକାରୀଙ୍କୁ ଲୋକଙ୍କୁ ହସ୍ତାନ୍ତର କରିଦିଆଯାଉ ଏବଂ ସର୍ବସାଧାରଣରେ ସେମାନଙ୍କ ହତ୍ୟା କରାଯାଉ।

ସୂଚନାଯୋଗ୍ୟ ଯେ, ଏହି ମାମଲାରେ ମହମ୍ମଦ ଆରିଫ୍‌, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବଲୁ ଆଦି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏମାନେ ସମସ୍ତେ ୨୦-୨୬ ବର୍ଷ ବୟସର। ସେମାନେ ସମସ୍ତେ ମଦ ପିଇ ଏଭଳି କାଣ୍ଡ ଘଟାଇଥିଲେ।

ଏହି ଘଟଣାରେ ପୁଲିସ୍‌କୁ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ପୀଡ଼ିତାଙ୍କ ପରିବାରକୁ ବିଭିନ୍ନ ଥାନା ଦୌଡ଼ିବାକୁ ପଡ଼ିଥିବା ଏବଂ ମାମଲା ରୁଜୁରେ ବିଳମ୍ବ ଆଦି ଅଭିଯୋଗ ମଧ୍ୟ ଆସିଛି।

Related story