ତେଲେଙ୍ଗାନା: ଟିପର-ଅଟୋ ଧକ୍କା, ୧୫ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାର ଅଦିଲାବାଦ ଜିଲ୍ଲାର ଭଇନ୍‌ସା ସହର ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଟିପର ଓ ଏକ ଅଟୋ ମଧ୍ୟରେ ଧକ୍କା ହେବା ଯୋଗୁଁ ଗୋଟିଏ ପରିବାରର ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୫ ଜଣ ମହିଳା ଓ ୭ ଜଣ ଶିଶୁ। ଆଉ ତିନି ଜଣ ଆହତ ହୋଇଛନ୍ତି। ଅଟୋଟିରେ ଗୋଟିଏ ପରିବାରର ୧୮ ଜଣ ସଦସ୍ୟ ବସିଥିଲେ। ସେମାନେ ଏକ ମନ୍ଦିରକୁ ଯାଉଥିଲେ। ଟିପର ସହିତ ଅଟୋଟିର […]

telangana

Rakesh Mallick
  • Published: Sunday, 15 May 2016
  • , Updated: 15 May 2016, 04:25 AM IST

ହାଇଦ୍ରାବାଦ: ତେଲେଙ୍ଗାନାର ଅଦିଲାବାଦ ଜିଲ୍ଲାର ଭଇନ୍‌ସା ସହର ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଟିପର ଓ ଏକ ଅଟୋ ମଧ୍ୟରେ ଧକ୍କା ହେବା ଯୋଗୁଁ ଗୋଟିଏ ପରିବାରର ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୫ ଜଣ ମହିଳା ଓ ୭ ଜଣ ଶିଶୁ। ଆଉ ତିନି ଜଣ ଆହତ ହୋଇଛନ୍ତି।

ଅଟୋଟିରେ ଗୋଟିଏ ପରିବାରର ୧୮ ଜଣ ସଦସ୍ୟ ବସିଥିଲେ। ସେମାନେ ଏକ ମନ୍ଦିରକୁ ଯାଉଥିଲେ। ଟିପର ସହିତ ଅଟୋଟିର ମୁହାଁମୁହିଁ ଧକ୍କା ହୋଇଥିଲା। ୧୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଖାନା ନିଆଯାଉଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ନିଜାମାବାଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଏହି ପରିବାରଟି ମହାରାଷ୍ଟ୍ରର ବାସିନ୍ଦା। ସେମାନେ ନିଜାମାବାଦରେ ଏକ ଇଟାଭାଟିରେ କାମ କରୁଥିଲେ।

Related story