ୟାସିନ୍‌ ଏବଂ ଆନ୍ଦ୍ରବୀ ନାମରେ ଏନ୍‌ଆଇଏ ଚାର୍ଜଶିଟ୍‌

ନୂଆଦିଲ୍ଲୀ: ଶୁକ୍ରବାର ଏନ୍‌ଆଇଏ ଜେକେଏଲ୍‌ଏଫ୍‌ ମୁଖ୍ୟ ୟାସିନ୍‌ ମାଲିକ୍‌ ଏବଂ ଅନ୍ୟ କିଛି ବିଚ୍ଛନ୍ନତାବାଦୀଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି। ଏହି ଚାର୍ଜଶିଟ୍‌ରେ ଆସିୟା ଆନ୍ଦ୍ରବୀ ଏବଂ ମସରତ୍‌ ଆଲମ୍‌ଙ୍କ ନାମ ମଧ୍ୟ ରହିଛି। ଏକ ୨୦୧୭ ଟେରର୍‌ ଫଣ୍ଡିଂ ମାମଲାରେ ଦିଲ୍ଲୀର ଏକ କୋର୍ଟରେ ଏହି ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଟେରର୍‌ ଫଣ୍ଡିଂ ମାମଲାରେ ଏହା ଦ୍ୱିତୀୟ ଚାର୍ଜଶିଟ୍‌। ଏଥିରେ ପ୍ରାମାଣିକ ତଥ୍ୟ ସହ ଉପରୋକ୍ତ ବ୍ୟକ୍ତିମାନଙ୍କ ନାମରେ ଡିଜିଟାଲ ପ୍ରମାଣ ମଧ୍ୟ ରହିଛି। ଏନ୍‌ଆଇଏ […]

yasin

yasin

Subrat Kumar Nayak
  • Published: Friday, 04 October 2019
  • Updated: 04 October 2019, 05:38 PM IST

Sports

Latest News

ନୂଆଦିଲ୍ଲୀ: ଶୁକ୍ରବାର ଏନ୍‌ଆଇଏ ଜେକେଏଲ୍‌ଏଫ୍‌ ମୁଖ୍ୟ ୟାସିନ୍‌ ମାଲିକ୍‌ ଏବଂ ଅନ୍ୟ କିଛି ବିଚ୍ଛନ୍ନତାବାଦୀଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି। ଏହି ଚାର୍ଜଶିଟ୍‌ରେ ଆସିୟା ଆନ୍ଦ୍ରବୀ ଏବଂ ମସରତ୍‌ ଆଲମ୍‌ଙ୍କ ନାମ ମଧ୍ୟ ରହିଛି। ଏକ ୨୦୧୭ ଟେରର୍‌ ଫଣ୍ଡିଂ ମାମଲାରେ ଦିଲ୍ଲୀର ଏକ କୋର୍ଟରେ ଏହି ଚାର୍ଜଶିଟ୍‌ ଦାଖଲ କରାଯାଇଛି।

ଟେରର୍‌ ଫଣ୍ଡିଂ ମାମଲାରେ ଏହା ଦ୍ୱିତୀୟ ଚାର୍ଜଶିଟ୍‌। ଏଥିରେ ପ୍ରାମାଣିକ ତଥ୍ୟ ସହ ଉପରୋକ୍ତ ବ୍ୟକ୍ତିମାନଙ୍କ ନାମରେ ଡିଜିଟାଲ ପ୍ରମାଣ ମଧ୍ୟ ରହିଛି। ଏନ୍‌ଆଇଏ କହିବା ଅନୁଯାୟୀ, ଏଥିରେ ସୋଶାଲ ମିଡିଆ ପ୍ଲାଟଫର୍ମ, କଲ୍‌ ରେକର୍ଡସ୍‌, ମୌଖିକ ଏବଂ ପ୍ରାମାଣିକ ତଥ୍ୟ ଆଦି ରହିଛି। ଏଥିରେ ପ୍ରମାଣ ରହିଛି ଏହି ବ୍ୟକ୍ତିମାନେ ସୀମା ସେପାଖର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ୍‌ ସୟିଦ୍‌ ଏବଂ ସୟଦ୍‌ ସଲ୍ଲାଉଦ୍ଦିନ୍‌ ସହ ସମ୍ପର୍କରେ ଥିଲେ।

ଜମାତ୍‌ ଉଦ୍‌ ଦାୱା ମୁଖ୍ୟ ହାଫିଜ୍‌ ୨୦୦୮ ମୁମ୍ବାଇ ଆକ୍ରମଣରୁ ମାଷ୍ଟରମାଇଣ୍ଡ। ଅନ୍ୟପକ୍ଷରେ ଏହି ଚାର୍ଜଶିଟ୍‌ରେ ଜମ୍ମୁ କଶ୍ମୀରର ପୂର୍ବତନ ବିଧାୟକ ରଶିଦ୍‌ ଇଞ୍ଜିନିୟର୍‌ର ନାମ ମଧ୍ୟ ରହିଛି। ଅତିରିକ୍ତ ସେସନ୍‌ ବିଚାରପତି ରାକେଶ ସିଅଲ୍‌ ଏହି ମାମଲାକୁ ଅକ୍ଟୋବର ୨୩ ଯାଏ ସ୍ଥଗିତ ରଖିଛନ୍ତି। ଫଳରେ ୟାସିନ୍‌ ମାଲିକ୍‌ ସେହିଦିନ ଯାଏ ବିଚାର ବିଭାଗୀୟ ହାଜତରେ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos