ଲଶ୍କରର ୫ ଆତଙ୍କବାଦୀ କଶ୍ମୀରରୁ ଗିରଫ୍

ନୂଆଦିଲ୍ଲୀ: ଶନିବାର କଶ୍ମୀରରେ ଲୁଚି ହୋଇ ରହିଥିବା ଆତଙ୍କୀ ସଂଗଠନ ଲଶ୍କର-ଏ-ତୋଇବା(ଏଲଇଟି)ର ୫ ଆତଙ୍କବାଦୀଙ୍କୁ ଗିରଫ୍ କରିଛି ପୁଲିସ୍। କଶ୍ମୀରର ବୁଡ଼ଗାମ ଜିଲ୍ଲାରେ ଲୁଚିଥିବା ବେଳେ ଲଶ୍କର-ଏ-ତୋଇବାର ଏହି ଆତଙ୍କବାଦୀକୁ ଗିରଫ କରିଛି ପୁଲିସ୍। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆତଙ୍କବାଦୀ ଲିଙ୍କରେ ଥିବା ଆତଙ୍କୀ ଜୋହରର ଓ୍ୱାନିକୁ ପୁଲିସ ପ୍ରଥମେ ଗିରଫ କରିଥିଲା। ଏହାପରେ ତା’ର ସୂଚନା ଅନୁଯାୟୀ ଅନ୍ୟ ୪ ଆତଙ୍କୀକୁ ଗିରଫ କରିଛି ପୁଲିସ୍। ୪ ଆତଙ୍କବାଦୀ ହେଲେ ୟୁନିସ ମୀର୍, ଅସଲମା […]

crpf

Subhransu Sekhar
  • Published: Saturday, 16 May 2020
  • , Updated: 16 May 2020, 08:53 PM IST

ନୂଆଦିଲ୍ଲୀ: ଶନିବାର କଶ୍ମୀରରେ ଲୁଚି ହୋଇ ରହିଥିବା ଆତଙ୍କୀ ସଂଗଠନ ଲଶ୍କର-ଏ-ତୋଇବା(ଏଲଇଟି)ର ୫ ଆତଙ୍କବାଦୀଙ୍କୁ ଗିରଫ୍ କରିଛି ପୁଲିସ୍। କଶ୍ମୀରର ବୁଡ଼ଗାମ ଜିଲ୍ଲାରେ ଲୁଚିଥିବା ବେଳେ ଲଶ୍କର-ଏ-ତୋଇବାର ଏହି ଆତଙ୍କବାଦୀକୁ ଗିରଫ କରିଛି ପୁଲିସ୍।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆତଙ୍କବାଦୀ ଲିଙ୍କରେ ଥିବା ଆତଙ୍କୀ ଜୋହରର ଓ୍ୱାନିକୁ ପୁଲିସ ପ୍ରଥମେ ଗିରଫ କରିଥିଲା। ଏହାପରେ ତା’ର ସୂଚନା ଅନୁଯାୟୀ ଅନ୍ୟ ୪ ଆତଙ୍କୀକୁ ଗିରଫ କରିଛି ପୁଲିସ୍। ୪ ଆତଙ୍କବାଦୀ ହେଲେ ୟୁନିସ ମୀର୍, ଅସଲମା ସେଖ୍, ପରଭିଜ୍ ସେଖ୍ ଏବଂ ରେହମାନ୍ ଲୋନ୍। ଏହି ଚାରି ଆତଙ୍କବାଦୀ ଅରିଜଲ ଜିଲ୍ଲାର ଖାନସାହିବ ବାସିନ୍ଦା ବୋଲି ଜଣାପଡ଼ିଛି।

ପୁଲିସର ସୂଚନା ଅନୁଯାୟୀ ଏହି ଆତଙ୍କବାଦୀ ଲଶ୍କରକୁ ସମସ୍ତ ପ୍ରକାର ସହଯୋଗ କରୁଥିଲେ। ଗୋଳା ବାରୁଦ ପାଖରୁ ଆରମ୍ଭ କରି ଗାଡ଼ି ସହାୟତା ଯୋଗାଉଥିଲେ ଏହି 5 ଆତଙ୍କବାଦୀ। ଏମାନଙ୍କ ବିରୋଧରେ ପୂର୍ବରୁ ଏତଲା ଦାୟର ହୋଇଥିଲା।

Related story