ଘରେ ପଶି ମହିଳାଙ୍କୁ ହତ୍ୟା କଲେ ଆତଙ୍କୀ

ପୁଲୱାମା: ସମଗ୍ର ବିଶ୍ୱରେ ପବିତ୍ର ଇଦ-ଉଲ-ଫିତର ପାଳନ ହେଉଥିବା ବେଳେ ଜମ୍ମୁ-କଶ୍ମୀରରେ କିନ୍ତୁ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ଆଜି ୨ରୁ ୩ ଜଣ ସଶସ୍ତ୍ର ଆତଙ୍କବାଦୀ ଜମ୍ମୁ-କଶ୍ମୀରର ପୁଲୱାମାରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଆଜି ସକାଳେ ନିଗୀନା ବାନୋ ଓ ମହମ୍ମଦ ସୁଲତାନ ଘରେ ବସିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେଠାରେ ପହଞ୍ଚି ଆଖିବୁଜା ଗୁଳି ମାଡ଼ କରିଥିଲେ। ଆତଙ୍କୀଙ୍କ ଗୁଳି […]

w

Hemant Lenka
  • Published: Wednesday, 05 June 2019
  • , Updated: 05 June 2019, 12:33 PM IST

ପୁଲୱାମା: ସମଗ୍ର ବିଶ୍ୱରେ ପବିତ୍ର ଇଦ-ଉଲ-ଫିତର ପାଳନ ହେଉଥିବା ବେଳେ ଜମ୍ମୁ-କଶ୍ମୀରରେ କିନ୍ତୁ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ଆଜି ୨ରୁ ୩ ଜଣ ସଶସ୍ତ୍ର ଆତଙ୍କବାଦୀ ଜମ୍ମୁ-କଶ୍ମୀରର ପୁଲୱାମାରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି।

ଆଜି ସକାଳେ ନିଗୀନା ବାନୋ ଓ ମହମ୍ମଦ ସୁଲତାନ ଘରେ ବସିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେଠାରେ ପହଞ୍ଚି ଆଖିବୁଜା ଗୁଳି ମାଡ଼ କରିଥିଲେ। ଆତଙ୍କୀଙ୍କ ଗୁଳି ମାଡ଼ରେ ନିଗୀନା ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ସୁଲତାନ ଏବେ ହସ୍ପିଟାଲରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ଘଟଣା ପରେ ଆତଙ୍କବାଦୀମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ତେବେ ଆତଙ୍କବାଦୀମାନେ କ’ଣ ପାଇଁ ସାଧାରଣ ଲୋକଙ୍କୁ ଟାର୍ଗେଟ କଲେ, ତାହା ଜଣାପଡ଼ିନାହିଁ।

Related story