ଟେକ୍ସାସରେ ଗୁଳିକାଣ୍ଡ; ୯ ମୃତ

ୱାଶିଂଟନ୍ : ଆମେରିକାର ଟେକ୍ସାସ ସହରରେ ତିନୋଟି ବାଇକ୍ ଗ୍ୟାଙ୍ଗ୍ ମଧ୍ୟରେ ଗୁଳି ବିନିମୟ ଯୋଗୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଏହି ଗୁଳିକାଣ୍ଡ ଏକ ରେସ୍ତୋରାଁରେ ଘଟିଛି । କୌଣସି କଥାକୁ ନେଇ ପ୍ରଥମେ ରେସ୍ତୋରାଁରେ ଭିତରେ ଏହି ତିନୋଟି ବାଇକ ଗ୍ୟାଙ୍ଗର ସଦସ୍ୟ ମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଥିଲା। ତା’ପରେ ମୁଥା ମରାମରି ହୋଇଥିଲେ। ଏହା ପରେ ସମାନେ ଛୁରୀ ଓ ଚେନ୍ ଆଦି ବାହାର କରି […]

shooting-twi

Rakesh Mallick
  • Published: Monday, 18 May 2015
  • , Updated: 04 May 2017, 03:45 PM IST

ୱାଶିଂଟନ୍ : ଆମେରିକାର ଟେକ୍ସାସ ସହରରେ ତିନୋଟି ବାଇକ୍ ଗ୍ୟାଙ୍ଗ୍ ମଧ୍ୟରେ ଗୁଳି ବିନିମୟ ଯୋଗୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଏହି ଗୁଳିକାଣ୍ଡ ଏକ ରେସ୍ତୋରାଁରେ ଘଟିଛି । କୌଣସି କଥାକୁ ନେଇ ପ୍ରଥମେ ରେସ୍ତୋରାଁରେ ଭିତରେ ଏହି ତିନୋଟି ବାଇକ ଗ୍ୟାଙ୍ଗର ସଦସ୍ୟ ମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଥିଲା। ତା’ପରେ ମୁଥା ମରାମରି ହୋଇଥିଲେ। ଏହା ପରେ ସମାନେ ଛୁରୀ ଓ ଚେନ୍ ଆଦି ବାହାର କରି ପରସ୍ପରକୁ ଆକ୍ରମଣ କରିଥିଲେ। କିଛି ସମୟ ପରେ ସେମାନେ ମାଡ଼ଗୋଳ ଲାଗି ଲାଗି ରେସ୍ତୋରାଁ ବାହାରେ ଥିବା ପାର୍କିଂ ସ୍ଥଳକୁ ଚାଲି ଆସିଥିଲେ। ସେତେବେଳକୁ ସେଠାରେ ସୁରକ୍ଷାକର୍ମୀମାନେ ପହଞ୍ଚି ସାରିଥିଲେ। ତେବେ ପୁଲିସ୍ କିଛି କରିବା ପୂର୍ବରୁ ଏହି ଗ୍ୟାଙ୍ଗଗୁଡ଼ିକର କିଛି ସଦସ୍ୟମାନେ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ। ଏଥିରେ ଘଟଣାସ୍ଥଳରେ ୮ ଜଣ ଟଳି ପଡ଼ିଥିଲେ। ଆଉ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଗ୍ୟାଙ୍ଗଗୁଡ଼ିକର ଏହି ଗୁଳିମାଡ଼ରେ କୌଣସି ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି କି ନାହିଁ ପୁଲିସ ତାହାର ତଦନ୍ତ କରୁଛି। ତେବେ ଏହି ଗୁଳିକାଣ୍ଡ ବେଳେ ସେଠାରେ ଉପସ୍ଥିତ କୌଣସି ସୁରକ୍ଷାକର୍ମୀ ଆହତ ହୋଇନାହାନ୍ତି ବୋଲି ଟେକ୍ସାସ ପୁଲିସର ଜଣେ ବରିଷ୍ଠ ଅଧିକାରୀ ପାଟ୍ରିକ୍ ସ୍ବାନଟୋନ୍ ସୂଚନା ଦେଇଛନ୍ତି।

Related story