ହତ୍ୟା ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରି ବିଚାରପତିଙ୍କ ଆତ୍ମହତ୍ୟା

ବ୍ୟାଙ୍ଗକକ୍‌: କିଛି ଜଣ ହତ୍ୟା ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଶୁଣାଇବା ପରେ ଆତ୍ମହତ୍ୟା କରିଛନ୍ତି ଜଣେ ବିଚାରପତି। ସେ ଏହି ରାୟ ଶୁଣାଇବା ପରେ ଫେସବୁକ୍‌ ଲାଇଭ୍‌ରେ ଦେଶର ନ୍ୟାୟ ବ୍ୟବସ୍ଥା ବାବଦରେ ଧିକ୍କାର କରିବା ସହ ନିଜକୁ ଗୁଳି କରିଦେଇଥିଲେ। ସମାଲୋଚକଙ୍କ କହିବା ଅନୁଯାୟୀ କୋର୍ଟ ଧନୀ ଏବଂ କ୍ଷମତାଶାଳୀଙ୍କ ପାଇଁ ପକ୍ଷପାତିତା କରିଥାଏ। ସାଧାରଣ ଲୋକଙ୍କ ଉପରେ ନିର୍ଯାତନା ଏବଂ ହତ୍ୟା ଆଦି ମାମଲାରେ ଏଭଳି ବେଶି ଦେଖିବାକୁ ମିଳିଥାଏ। କିନ୍ତୁ ଜଣେ […]

judge

Subrat Kumar Nayak
  • Published: Saturday, 05 October 2019
  • , Updated: 05 October 2019, 05:54 PM IST

ବ୍ୟାଙ୍ଗକକ୍‌: କିଛି ଜଣ ହତ୍ୟା ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଶୁଣାଇବା ପରେ ଆତ୍ମହତ୍ୟା କରିଛନ୍ତି ଜଣେ ବିଚାରପତି। ସେ ଏହି ରାୟ ଶୁଣାଇବା ପରେ ଫେସବୁକ୍‌ ଲାଇଭ୍‌ରେ ଦେଶର ନ୍ୟାୟ ବ୍ୟବସ୍ଥା ବାବଦରେ ଧିକ୍କାର କରିବା ସହ ନିଜକୁ ଗୁଳି କରିଦେଇଥିଲେ।

ସମାଲୋଚକଙ୍କ କହିବା ଅନୁଯାୟୀ କୋର୍ଟ ଧନୀ ଏବଂ କ୍ଷମତାଶାଳୀଙ୍କ ପାଇଁ ପକ୍ଷପାତିତା କରିଥାଏ। ସାଧାରଣ ଲୋକଙ୍କ ଉପରେ ନିର୍ଯାତନା ଏବଂ ହତ୍ୟା ଆଦି ମାମଲାରେ ଏଭଳି ବେଶି ଦେଖିବାକୁ ମିଳିଥାଏ। କିନ୍ତୁ ଜଣେ ବିଚାରପତି କେବେ ଏମିତି ସମାଲୋଚନା କରିନଥିଲେ।

ଥାଇଲ୍ୟାଣ୍ଡର ୟାଲା କୋର୍ଟରେ କାନାକୋର୍ଣ୍ଣ ପିଆଞ୍ଚାନା ନାମକ ଏହି ବିଚାରପତି ଶୁକ୍ରବାର ଅପରାହ୍ଣରେ ୫ ଜଣ ମୁସଲିମ୍‌ ଅଭିଯୁକ୍ତଙ୍କ ନାମରେ ଆସିଥିବା ହତ୍ୟା ଅଭିଯୋଗର ଶୁଣାଣି କରୁଥିଲେ। ସେ ଏହି ଗୋଷ୍ଠୀ ନିର୍ଦ୍ଦୋଷ ବୋଲି ରାୟ ଦେବା ପରେ ସ୍ୱଚ୍ଛ ନ୍ୟାୟ ବ୍ୟବସ୍ଥା ବାବଦରେ କହିଥିଲେ ଏବଂ ଏକ ହ୍ୟାଣ୍ଡଗନ୍‌ରେ ଆତ୍ମହତ୍ୟା କରିଥିଲେ।

Related story