୧୫ ଦିନ ଜୀବନ ସହ ସଂଘର୍ଷ ପରେ ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡର ଗୁମ୍ଫାରେ ଫସି ରହିଥିବା ୧୨ ଜଣ କିଶୋର ଫୁଟବଲ୍‌ ଖେଳାଳି ଓ ତାଙ୍କର କୋଚ୍‌ଙ୍କୁ ଉଦ୍ଧାର କରିବା ପାଇଁ ବଡ଼ଧରଣର ଅପରେସନ୍ ଆରମ୍ଭ ହୋଇଛି। ଏଥିପାଇଁ ୧୩ ଜଣ ଅନ୍ତର୍ଜାତୀୟ ଓ ୫ ଜଣ ଥାଇଲ୍ୟାଣ୍ଡ ନେଭିର ଦକ୍ଷ ବୁଡ଼ାଳିମାନଙ୍କୁ ଗୁମ୍ଫା ଭିତରକୁ ପଠାଯାଇଛି। ଅପରେସନର ପ୍ଲାନିଂ ଅନୁସାରେ ଜଣେ ପିଲା ଦୁଇଜଣ ବୁଡ଼ାଳିଙ୍କ ସହିତ ବାହାରକୁ ଆସିବେ। ଜଣେ ପିଲାକୁ ଉଦ୍ଧାର କରିବା ପାଇଁ ପ୍ରାୟ୧୧ ଘଣ୍ଟା ସମୟ ଲାଗିବ ବୋଲି କୁହାଯାଉଛି। […]

cave 2

cave 2

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 05:31 PM IST

Sports

Latest News

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡର ଗୁମ୍ଫାରେ ଫସି ରହିଥିବା ୧୨ ଜଣ କିଶୋର ଫୁଟବଲ୍‌ ଖେଳାଳି ଓ ତାଙ୍କର କୋଚ୍‌ଙ୍କୁ ଉଦ୍ଧାର କରିବା ପାଇଁ ବଡ଼ଧରଣର ଅପରେସନ୍ ଆରମ୍ଭ ହୋଇଛି। ଏଥିପାଇଁ ୧୩ ଜଣ ଅନ୍ତର୍ଜାତୀୟ ଓ ୫ ଜଣ ଥାଇଲ୍ୟାଣ୍ଡ ନେଭିର ଦକ୍ଷ ବୁଡ଼ାଳିମାନଙ୍କୁ ଗୁମ୍ଫା ଭିତରକୁ ପଠାଯାଇଛି। ଅପରେସନର ପ୍ଲାନିଂ ଅନୁସାରେ ଜଣେ ପିଲା ଦୁଇଜଣ ବୁଡ଼ାଳିଙ୍କ ସହିତ ବାହାରକୁ ଆସିବେ। ଜଣେ ପିଲାକୁ ଉଦ୍ଧାର କରିବା ପାଇଁ ପ୍ରାୟ୧୧ ଘଣ୍ଟା ସମୟ ଲାଗିବ ବୋଲି କୁହାଯାଉଛି।

ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଅଧିକାରୀଙ୍କ କହିବାନୁସାରେ ସମସ୍ତଙ୍କୁ ଏକାସାଙ୍ଗରେ ବାହାରକୁ ଅଣାଯାଇପାରିବ ନାହିଁ। ତେଣୁ ଜଣ ଜଣ କରି ବାହାରକୁ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ୨ ରୁ ୪ ଦିନ ସମୟ ଲାଗିବ। ଶନିବାର ଗୁମ୍ଫାରେ ଜଳସ୍ତର କମିଯିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ମୋଟର ପମ୍ପ ସାହାଯ୍ୟରେ ଗୁମ୍ଫାରୁ ୧୦୦୦ ଲିଟରରୁ ଅଧିକ ପାଣି ବାହାର କରାଯାଇଛି। ବର୍ତ୍ତମାନର ସ୍ଥିତି ଅନୁସାରେ ଗୁମ୍ଫାରେ ପାଦରେ ଚାଲି ପାରିବା ଭଳି ସ୍ଥିତି ରହିଛି। ତେଣୁ ଏହି ସମୟରେ ଉଦ୍ଧାର କାର୍ଯ୍ୟ ଭଲଭାବେ ହୋଇପାରିବ ବୋଲି ଅଧିକାରୀମାନେ କହିଛନ୍ତି।

ପ୍ଲାନିଂ ଅନୁସାରେ, ଥାଇଲ୍ୟାଣ୍ଡର ବୁଡ଼ାଳିମାନେ ଏହି ମିଶନର ନେତୃତ୍ୱ ନେବେ। ବିଦେଶୀ ବୁଡ଼ାଳିମାନେ ସାଙ୍ଗରେ ଅକ୍ସିଜେନ୍ ଟ୍ୟାଙ୍କ୍ ନେବେ। କାରଣ, ଗୁମ୍ଫାରେ ଅକ୍ସିଜେନ୍‌ର ମାତ୍ରା ୧୫ ପ୍ରତିଶତ ପର୍ଯ୍ୟନ୍ତ କମିଯିବାରୁ ଗୁମ୍ଫାରେ ଅକ୍ସିଜେନ୍‌ ପାଇପ୍ ଲଗାଯାଇଥିଲା। ତେଣୁ ଅକ୍ସିଜେନ୍‌ର ମାତ୍ରାକୁ ସ୍ୱାଭାବିକ ସ୍ଥିତିକୁ ଆଣିବା ପାଇଁ ବୁଡ଼ାଳିମାନେ ଅକ୍ସିଜେନ୍ ଟ୍ୟାଙ୍କ୍ ନେଇଯିବେ ବୋଲି ଥାଇଲ୍ୟାଣ୍ଡ ନୌସେନାର ମୁଖ୍ୟ ରିୟର୍ ଆଡମିରାଲ୍ ଏଫାକୋର୍ଣ୍ଣ ୟୁ କୋଙ୍ଗ୍‌କେ କହିଛନ୍ତି। ଏହି ଉଦ୍ଧାର କର୍ଯ୍ୟରେ ଅଷ୍ଟ୍ରେଲିଆ, ବ୍ରିଟେନ୍ ଓ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ର ସହିତ ଏସିଆର କେତେକ ଦେଶର ବୁଡ଼ାଳିମାନେ ମଧ୍ୟ ସାମିଲ ଅଛନ୍ତି।

ପ୍ରକାଶ ଥାଉକି, ଥାଇଲ୍ୟାଣ୍ଡର ଅଣ୍ଡର୍-୧୬ ଫୁଟବଲ୍‌ ଦଳର ୧୨ ଜଣ ପିଲା ଓ ତାଙ୍କର ୨୫ ବର୍ଷୀୟ କୋଚ୍‌ ୨୩ ଜୁନରୁ ଗୁମ୍ଫା ଭିତରେ ଫସି ରହିଛନ୍ତି। ବର୍ଷାରୁ ରକ୍ଷା ପାଇବା ପାଇଁ ଏମାନେ ସମସ୍ତେ ଗୁମ୍ଫା ଭିତରେ ପଶିଯାଇଥିଲେ। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଗୁମ୍ଫାର ପ୍ରବେଶ ଦ୍ୱାରରେ ବର୍ଷାଜଳ ଜମିଯାଇ ବନ୍ଦ ହୋଇଯିବାରୁ ଏମାନେ ବାହାରି ପାରି ନ ଥିଲେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story