ଦିଲ୍ଲୀ ହିଂସା ଉପରେ ଜବାବ ରଖିଲେ ଶାହ, କହିଲେ ମୁଁ ହିନ୍ଦୁ-ମୁସଲିମରେ ବିଶ୍ୱାସ ରଖେନି

ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକର କ୍ରମାଗତ ଆକ୍ରମଣ ପରେ ଶେଷରେ ଲୋକସଭାରେ ଦିଲ୍ଲୀରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସା ଉପରେ ଜବାବ ରଖିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଦିଲ୍ଲୀ ହିଂସା ପାଇଁ ସେ ବିରୋଧୀ ଓ ସୋଶାଲ ମିଡିଆରେ ଜାରି ରହିଥିବା ଗୁଜବକୁ ଦାୟୀ କରିଛନ୍ତି। ଏଥିସହ ଦିଲ୍ଲୀ ହିଂସାକୁ ରୋକିବାରେ ପୁଲିସ୍‌ ଗ୍ରହଣ କରିଥିବା ପଦକ୍ଷେପକୁ ଶାହ ପ୍ରଶଂସା କରିଛନ୍ତି। ଦିଲ୍ଲୀ ହିଂସାକୁ ଶାହ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଭାବେ ନାମିତ କରିଛନ୍ତି। ଶାହ ଆଜି […]

c

Hemant Lenka
  • Published: Wednesday, 11 March 2020
  • , Updated: 11 March 2020, 08:28 PM IST

ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକର କ୍ରମାଗତ ଆକ୍ରମଣ ପରେ ଶେଷରେ ଲୋକସଭାରେ ଦିଲ୍ଲୀରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସା ଉପରେ ଜବାବ ରଖିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଦିଲ୍ଲୀ ହିଂସା ପାଇଁ ସେ ବିରୋଧୀ ଓ ସୋଶାଲ ମିଡିଆରେ ଜାରି ରହିଥିବା ଗୁଜବକୁ ଦାୟୀ କରିଛନ୍ତି। ଏଥିସହ ଦିଲ୍ଲୀ ହିଂସାକୁ ରୋକିବାରେ ପୁଲିସ୍‌ ଗ୍ରହଣ କରିଥିବା ପଦକ୍ଷେପକୁ ଶାହ ପ୍ରଶଂସା କରିଛନ୍ତି। ଦିଲ୍ଲୀ ହିଂସାକୁ ଶାହ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଭାବେ ନାମିତ କରିଛନ୍ତି।

ଶାହ ଆଜି ଲୋକସଭାରେ କହିଛନ୍ତି, “ଉତ୍ତରପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସା ଘଟଣାକୁ ଦିଲ୍ଲୀ ପୁଲିସ୍‌ ଯେଉଁଭଳି ନିୟନ୍ତ୍ରଣ କଲା, ସେଥିପାଇଁ ସମସ୍ତେ ଧନ୍ୟବାଦ ଦେବା କଥା। ଦିଲ୍ଲୀ ହିଂସା ଘଟଣାରେ ୭୦୦ ଏଫଆଇଆର ହୋଇଥିବା ବେଳେ ୨୬ଶହ ଲୋକଙ୍କୁ ଅଟକ ଓ ଗିରଫ କରାଯାଇଛି। ଏଥିସହ ସିସିଟିଭି ଓ ଅନ୍ୟାନ୍ୟ ସୂତ୍ରରୁ ମିଳିଥିବା ଭିଡିଓକୁ ତର୍ଜମା କରି ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଉଛି।

ହିଂସା ରୋକିବାକୁ ଦିଲ୍ଲୀ ପୁଲିସ୍‌ କ’ଣ କରିଥିଲା ବୋଲି ପ୍ରଶ୍ନ ଉଠୁଛି। ପୁଲିସ୍ ଗ୍ରାଉଣ୍ଡରେ ସେତେବେଳେ ଥିଲା ଓ ଏବେ ଘଟଣାର ତଦନ୍ତ କରୁଛି। କିଛି ଦିନ ମଧ୍ୟରେ ପୁଲିସ୍ ରିପୋର୍ଟ ଦେବ। ଯଦି ହିଂସାକୁ ନେଇ ଲୋକଙ୍କ ପାଖରେ ଭିଡିଓ ରହିଛି, ତା’ହେଲେ ସେମାନେ ଏହାକୁ ଇମେଲ କରି ପୁଲିସ୍‌କୁ ଦେଇ ପାରିବେ।

ଆମେ ଶତାଧିକ ଭିଡିଓ ପାଇଛୁ ଓ ଏହାର ତର୍ଜମା କରୁଛୁ। ଏହା ଏକ ସଫଟୱେର ଏହାକୁ ବି କିଛି ଲୋକ କ’ଣ ଧର୍ମ ସହ ଯୋଡ଼ିବେ କି? ୨୫ ତାରିଖ ପରେ କୌଣସି ହିଂସା ଘଟିନାହିଁ। କିଛି ଲୋକ ଏହି ହିଂସାକୁ ରାଜନୀତିକ ରଙ୍ଗ ଦେବାକୁ ଚେଷ୍ଟା କରିଥିଲେ। ଦେଶରେ ଦଙ୍ଗା ଓ ହିଂସାରେ ଏଯାଏ ଯେତେ ଲୋକ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ୭୬% ଲୋକ କଂଗ୍ରେସ ଅମଳରେ ମୃତ୍ୟୁ ବରଣ କରିଥିଲେ। ତେଣୁ ଆପଣ ଆମକୁ ଦୋଷ ଦେଇ ପାରିବେ ନାହିଁ। ଦିଲ୍ଲୀ ଦଙ୍ଗାକୁ ପୁଲିସ୍‌ ମାତ୍ର ୩୬ ଘଣ୍ଟା ମଧ୍ୟରେ ନିୟନ୍ତ୍ରଣ କରିନେଇଥିଲା।

ଲୋକେ କହୁଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ଶାନ୍ତି ପାଇଁ ନିବେଦନ କରି ନଥିଲେ। ହେଲେ ମୁଁ ଶାନ୍ତି ପାଇଁ ନିବେଦନ କରିଥିଲି। ୩୦୦୦ ଶିଖ୍‌ ଭାଇ ଭଉଣୀଙ୍କୁ ଜୀଅନ୍ତା ଜାଳି ଦିଆଗଲା। ହେଲେ ଆପଣମାନେ ଏହାକୁ ତାଚ୍ଛଲ୍ୟ କରି କହିଲେ ଯେ ଯେତେବେଳେ ଗୋଟିଏ ବଡ଼ ଗଛ ଉପୁଡ଼ି ପଡ଼ିବ ସେତେବେଳେ ପୃଥିବୀ ଦୋହଲି ଯିବ। ମୋ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଗଲା। ପ୍ରଶ୍ନ ଉଠାଇବା ଆପଣଙ୍କ ଅଧିକାର। ହେଲେ ବିନା ତଥ୍ୟରେ ପ୍ରଶ୍ନ ଉଠାଇବା ଭୁଲ।

ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକ୍ରମ ବେଳେ ମୁଁ ତାଜ ମହଲ ଯାଇ ନଥିଲି। ମୁଁ ଟ୍ରମ୍ପ ରାଷ୍ଟ୍ରପତି ଭବନ ଯିବା ବେଳେ ତାଙ୍କ ସହ ଯାଇ ନଥିଲି। ହଂସା ବେଳେ ମୁଁ ଲଞ୍ଚ କିମ୍ବା ଡିନରରେ ମସଗୁଲ ନଥିଲି। ଦିଲ୍ଲୀ ପୁଲିସ୍‌ ସହ ମୁଁ ସ୍ଥିତିର ଅନୁଧ୍ୟାନ କରୁଥିଲି। ମୁଁ ଏନଏସଏ ଅଜିତ ଡୋଭାଲଙ୍କୁ ଘଟଣା ସ୍ଥଳକୁ ଯାଇ ଦିଲ୍ଲୀ ପୁଲିସ୍‌କୁ ସହଯୋଗ କରିବାକୁ ଅନୁରୋଧ କରିଥିଲି।

ଯଦି ମୁଁ ସେଠାକୁ ଯାଇ ଥାଆନ୍ତି, ତା’ହେଲେ ପୁଲିସ୍‌ ମୋ ସୁରକ୍ଷାରେ ଲାଗି ପଡ଼ିଥାଆନ୍ତା। ଲୋକଙ୍କ କଥା କିଏ ବୁଝି ଥାଆନ୍ତା? ମୁହଁ ଚିହ୍ନଟ କରିପାରୁ ଥିବା ସଫ୍ଟୱେର ଜରିଆରେ ଆମେ ୧୧ଶହ ଲୋକଙ୍କୁ ଗିରଫ କରିଛୁ। ଏଥିପାଇଁ ୪୦ଟି ଟିମ ଗଠନ ହୋଇଛି। ଦଙ୍ଗାରେ ସାମିଲ ଥିବା ଲୋକଙ୍କୁ ମୋଦି ସରକାର କେବେ ବି ଛାଡ଼ିବେ ନାହିଁ।

ଆମେ ଷଡ଼ଯନ୍ତ୍ର ମାମଲା ମଧ୍ୟ ରୁଜୁ କରିଛୁ। କାରଣ ବିନା ଷଡ଼ଯନ୍ତ୍ରରେ ଏଭଳି ଘଟଣା ଘଟିବା ଅସମ୍ଭବ। କୌଣସି ନିରୀହ ଲୋକଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ପୂରା ହିଂସା ଘଟଣାରେ ୪୯ଟି ଆର୍ମସ ଆକ୍ଟ ମାମଲା ରୁଜୁ ହୋଇଥିବା ବେଳେ ୧୫୩ଟି ବନ୍ଧୁକ ଜବତ ହୋଇଛି। ଫେବୃଆରୀ ୨୫ ପରେ ୬୫୦ରୁ ଅଧିକ ଶାନ୍ତି କମିଟି ବୈଠକ ବସିଛି। ଲୋକେ ପ୍ରଶ୍ନ କରିପାରିବେ, ହେଲେ ତଥ୍ୟ ଭିତ୍ତିରେ ହିଁ ଗିରଫଦାରୀ ହେବ।

ମୁଁ ହିନ୍ଦୁ ମୁସଲିମରେ ବିଶ୍ୱାସ କରେନାହିଁ। ଦିଲ୍ଲୀ ଦଙ୍ଗାରେ ୫୨ ଜଣ ଭାରତୀୟ ମରିଛନ୍ତି। ଆମେ କ’ଣ ଧର୍ମ ଆଧାରରେ ସଂସଦକୁ ଭାଗ ବାଣ୍ଟିଦେବା? ବିତର୍କ ପରେ ଓ ଗଣତାନ୍ତ୍ରିକ ଉପାୟରେ ଆମେ ନାଗରିକତା ସଂଶୋଧନ ବିଲ ପାସ କରିଛୁ।

ସିଏଏରେ ନାଗରିକତା ନେବାର କୌଣସି ପ୍ରାବଧାନ ନାହିଁ। ଏହା କେବଳ ନିର୍ଯାତିକଙ୍କୁ ନାଗରିକତା ଦେବ। ସିଏଏ ବିରୋଧୀ ରାଲି ତୁଳନାରେ ସିଏଏ ସପକ୍ଷରେ ଅଧିକ ରାଲି ହୋଇଛି। ସିଏଏ ସପକ୍ଷରେ ଆନ୍ଦୋଲନ ଚାଲିଥିବା ବେଳେ ଭୁଲ ତଥ୍ୟ ଦିଆଯାଇ ଦଙ୍ଗା ଆରମ୍ଭ କରାଯାଇଥିଲା।”

Related story