କଂଗ୍ରେସ ନେତା ଶଶି ଥରୁର୍‌ଙ୍କ କାର୍ଯ୍ୟାଳୟରେ ଆକ୍ରମଣ

ଥିରୁଅନନ୍ତପୁରମ୍‌: କଂଗ୍ରେସ ସାଂସଦ ଶଶି ଥରୁର୍‌ଙ୍କ ଥିରୁଅନନ୍ତପୁରମ୍‌ ସ୍ଥିତ କାର୍ଯ୍ୟାଳୟରେ ଆକ୍ରମଣ ହୋଇଛି। ସୋମବାର କିଛି ଲୋକ ତାଙ୍କ କାର୍ଯ୍ୟାଳୟ  ସମ୍ମୁଖରେ ଲାଗିଥିବା ବ୍ୟାନର୍‌ ଓ ହୋର୍ଡିଂ ଚିରାଚିରି କରିବା ସହିତ ଗେଟ୍‌ରେ କାଳି ବୋଳିଛନ୍ତି। ଏହି ଆକ୍ରମଣ ବେଳେ ଥରୁର୍‌ ସେଠାରେ ଉପସ୍ଥିତ ନ ଥିବା ଜଣାପଡ଼ିଛି। ଏହି ଘଟଣା ନେଇ ଥରୁର୍ କହିଛନ୍ତି, ‘ମୁଁ ଜାଣିଛି ଯେ, ଏହା ହିନ୍ଦୁବାଦ ନୁହେଁ। ମୁଁ ଏକ ସାଧାରଣ ନାଗରିକର ଅଧିକାରରେ ପଚାରୁଛି ଯେ, ଦେଶରେ କ’ଣ […]

CPI-youth-activ11106

Rakesh Mallick
  • Published: Monday, 16 July 2018
  • , Updated: 16 July 2018, 07:43 PM IST

ଥିରୁଅନନ୍ତପୁରମ୍‌: କଂଗ୍ରେସ ସାଂସଦ ଶଶି ଥରୁର୍‌ଙ୍କ ଥିରୁଅନନ୍ତପୁରମ୍‌ ସ୍ଥିତ କାର୍ଯ୍ୟାଳୟରେ ଆକ୍ରମଣ ହୋଇଛି। ସୋମବାର କିଛି ଲୋକ ତାଙ୍କ କାର୍ଯ୍ୟାଳୟ  ସମ୍ମୁଖରେ ଲାଗିଥିବା ବ୍ୟାନର୍‌ ଓ ହୋର୍ଡିଂ ଚିରାଚିରି କରିବା ସହିତ ଗେଟ୍‌ରେ କାଳି ବୋଳିଛନ୍ତି। ଏହି ଆକ୍ରମଣ ବେଳେ ଥରୁର୍‌ ସେଠାରେ ଉପସ୍ଥିତ ନ ଥିବା ଜଣାପଡ଼ିଛି। ଏହି ଘଟଣା ନେଇ ଥରୁର୍ କହିଛନ୍ତି, ‘ମୁଁ ଜାଣିଛି ଯେ, ଏହା ହିନ୍ଦୁବାଦ ନୁହେଁ। ମୁଁ ଏକ ସାଧାରଣ ନାଗରିକର ଅଧିକାରରେ ପଚାରୁଛି ଯେ, ଦେଶରେ କ’ଣ ଚାଲିଛି ?’

ଥରୁର୍‌ କିଛିଦିନ ତଳେ କହିଥିଲେ, ବିଜେପି ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ‘ଆଗାମୀ ନିର୍ବାଚନରେ ବିଜେପି ସରକାର ଗଠନ କଲେ, ସେ ସମ୍ବିଧାନ ବଦଳାଇ ଦେବ। ଭାରତ ହିନ୍ଦୁ ପାକିସ୍ତାନରେ ପରିବର୍ତ୍ତନ ହୋଇଯିବ।’ ଏହି ବକ୍ତବ୍ୟ ପରେ କଂଗ୍ରେସ ଥରୁର୍‌ଙ୍କୁ ତାଗିଦ୍‌ କରିଥିଲା।

Related story