ରାଫେଲକୁ ଭାରତ ଆଣିଥିବା ହିରୋ କିଏ?

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଭାରତୀୟ ସୀମାରେ ପ୍ରବେଶ କରିସାରିଛି। ଫ୍ରାନ୍ସରୁ ଆସୁଥିବା ୫ଟି ରାଫେଲ ଯୁଦ୍ଧ ବିମାନ ଆଉ କିଛି ସମୟ ପରେ ହରିଆଣାର ଅମ୍ବାଲାରେ ଲ୍ୟାଣ୍ଡ କରିବ। ବିମାନକୁ ସ୍ୱାଗତ କରିବା ପାଇଁ ଏୟାର ବେସ୍‌ରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ରାଫେଲ ବାୟୁସେନାରେ ସାମିଲ ହେବା ପରେ ଦେଶର ଯୁଦ୍ଧ କ୍ଷମତା ବଢ଼ିବ ଓ ଦେଶବାସୀଙ୍କ ଜୋଶ ମଧ୍ୟ ଶୀର୍ଷରେ ପହଞ୍ଚିବ। ଏହି ସବୁ ଭିତରେ ରାଫେଲକୁ ଫ୍ରାନ୍ସରୁ ଭାରତ ଆଣୁଥିବା ପାଇଲଟଙ୍କ ଘରେ […]

d

Hemant Lenka
  • Published: Wednesday, 29 July 2020
  • , Updated: 29 July 2020, 04:14 PM IST

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଭାରତୀୟ ସୀମାରେ ପ୍ରବେଶ କରିସାରିଛି। ଫ୍ରାନ୍ସରୁ ଆସୁଥିବା ୫ଟି ରାଫେଲ ଯୁଦ୍ଧ ବିମାନ ଆଉ କିଛି ସମୟ ପରେ ହରିଆଣାର ଅମ୍ବାଲାରେ ଲ୍ୟାଣ୍ଡ କରିବ। ବିମାନକୁ ସ୍ୱାଗତ କରିବା ପାଇଁ ଏୟାର ବେସ୍‌ରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।

ରାଫେଲ ବାୟୁସେନାରେ ସାମିଲ ହେବା ପରେ ଦେଶର ଯୁଦ୍ଧ କ୍ଷମତା ବଢ଼ିବ ଓ ଦେଶବାସୀଙ୍କ ଜୋଶ ମଧ୍ୟ ଶୀର୍ଷରେ ପହଞ୍ଚିବ। ଏହି ସବୁ ଭିତରେ ରାଫେଲକୁ ଫ୍ରାନ୍ସରୁ ଭାରତ ଆଣୁଥିବା ପାଇଲଟଙ୍କ ଘରେ ଓ ଗାଁରେ ଆନନ୍ଦର ପରିବେଶ ଦେଖିବାକୁ ମିଳିଛି। ରାଫେଲ ଡିଲ ହେବା ଓ ଏହାକୁ ଭାରତ ଆଣିବା ପଛରେ କିଏ ଅଛନ୍ତି, ଆସନ୍ତୁ ଜାଣିବା।

ୱିଙ୍ଗ କମାଣ୍ଡର ଅଭିଷେକ ତ୍ରିପାଠୀ ରାଫେଲକୁ ଅମ୍ବାଲା ଆଣୁଛନ୍ତି। ତାଙ୍କ ନେତୃତ୍ୱରେ ହିଁ ୫ଟି ଯାକ ବିମାନ ଭାରତ ଆସୁଛି। ସେ ହିଁ ସେଠାରେ ସମସ୍ତ ପ୍ରକାରର ଟ୍ରେନିଂ ନେଇ ବିମାନ ଚଳାଇବାର ଦକ୍ଷତା ହାସଲ କରିଥିଲେ। ତାଙ୍କ ଅଧୀନରେ ଅନ୍ୟ ପାଇଲଟମାନେ ରାଫେଲ ଉଡ଼ାଇବାର ତାଲିମ ପାଇଥିଲେ। ଏବେ ଅଭିଷେକଙ୍କ ପାଇଁ ପୂରା ଦେଶ ଗର୍ବ କରୁଛି।

ତାଙ୍କ ପରିବାର ଜୟପୁରରେ ରହୁଛନ୍ତି। ଏହି ଠାରେ ହିଁ ୱିଙ୍ଗ କମାଣ୍ଡର ଅଭିଷେକ ବଡ଼ ହେବା ସହ ପାଠପଢ଼ା ଶେଷ କରିଥିଲେ। ତେବେ ତାଙ୍କ ପୈତୃକ ଗାଁ ହେଉଛି ହରିଦ୍ୱାର। ସେଠାରେ ବି ଖୁସିର ପରିବେଶ ଦେଖିବାକୁ ମିଳିଛି। ତାଙ୍କୁ ନେଇ ସମସ୍ତେ ଗର୍ବ କରୁଛନ୍ତି।

ଅଭିଷେକ ତ୍ରିପାଠୀଙ୍କ ବ୍ୟତୀତ ରାଫେଲ ବିମାନ ପାଇଁ ଫ୍ରାନ୍ସ ସହ ଭାରତର ଡିଲ ଓ ବିମାନର ଆମଦାନୀ କରିବାରେ ଜମ୍ମୁ-କଶ୍ମୀରରେ ରହୁଥିବା ଏୟାର କମାଣ୍ଡର ହିଲାଲ ଅହମଦ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କୁ ମଧ୍ୟ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି। ସେ ଫ୍ରାନ୍ସରେ ଭାରତୀୟ ବାୟୁସେନା ସହ ଜଡ଼ିତ ହୋଇ କାର୍ଯ୍ୟ କରୁଛନ୍ତି। ଫ୍ରାନ୍ସ ସହ ରାଫେଲ ଡିଲ୍‌ କରିବାରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

Related story