Advertisment

ତାଲା ବନ୍ଦ ଭିତରେ ୫୯୩ଟି ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାରା ଦେଶକୁ ଲକଡାଉନ କରାଯାଇଛି। ଏହାରି ଭିତରେ ଗତ ୧ ମାସ ମଧ୍ୟରେ ସୁପ୍ରିମକୋର୍ଟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୯୩ଟି ମାମଲାର ଶୁଣାଣି କରିଥିବା ବେଳେ ୨୧୫ଟି ମାମଲାର ଚୂଡ଼ାନ୍ତ ଶୁଣାଣି କରିଛନ୍ତି। ସୂଚନା ଯେ, ସୁପ୍ରିମକୋର୍ଟ କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରେ ଆବେଦନକାରୀ ଏବଂ ଆଇନଜୀବୀଙ୍କ ପାଇଁ ନିଜ ଦ୍ୱାର ବନ୍ଦ କରିଦେଇଥିଲେ। କିନ୍ତୁ ଅନଲାଇନ୍ ମାଧ୍ୟମରେ ମାମଲାଗୁଡ଼ିକର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ। […]

ତାଲା ବନ୍ଦ ଭିତରେ ୫୯୩ଟି ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି

SC

Advertisment

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାରା ଦେଶକୁ ଲକଡାଉନ କରାଯାଇଛି। ଏହାରି ଭିତରେ ଗତ ୧ ମାସ ମଧ୍ୟରେ ସୁପ୍ରିମକୋର୍ଟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୯୩ଟି ମାମଲାର ଶୁଣାଣି କରିଥିବା ବେଳେ ୨୧୫ଟି ମାମଲାର ଚୂଡ଼ାନ୍ତ ଶୁଣାଣି କରିଛନ୍ତି।

Advertisment

ସୂଚନା ଯେ, ସୁପ୍ରିମକୋର୍ଟ କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରେ ଆବେଦନକାରୀ ଏବଂ ଆଇନଜୀବୀଙ୍କ ପାଇଁ ନିଜ ଦ୍ୱାର ବନ୍ଦ କରିଦେଇଥିଲେ। କିନ୍ତୁ ଅନଲାଇନ୍ ମାଧ୍ୟମରେ ମାମଲାଗୁଡ଼ିକର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏହି ସମୟରେ ସୁପ୍ରିମକୋର୍ଟ ପୂର୍ଣ୍ଣ କ୍ଷମତାର ସହ ମାମଲାର ଶୁଣାଣି କରିନାହାନ୍ତି।

ସାଧାରଣ ଦିନଗୁଡ଼ିକରେ ସୁପ୍ରିମକୋର୍ଟ ଗୋଟିଏ ମାସରେ ପ୍ରାୟ ୩୫୦୦ଟି ମାମଲାର ଶୁଣାଣି କରିଥାନ୍ତି। ତାଲା ବନ୍ଦ ସମୟରେ ସୁପ୍ରିମକୋର୍ଟ କେବଳ ଦୁଇ ବା ତିନିଟି ଖଣ୍ଡପୀଠ ହି ଭିଡିଓ କନଫରେନ୍ସି ମାଧ୍ୟମରେ ଅତ୍ୟାବଶ୍ୟକ ମାମଲାଗୁଡ଼ିକର ଶୁଣାଣି କରୁଛନ୍ତି। ତେବେ ଅନ୍ୟ ଦିନଗୁଡ଼ିକରେ ସୁପ୍ରିମକୋର୍ଟଙ୍କ ୧୬ଟି ଖଣ୍ଡପୀଠ ମାମଲାଗୁଡ଼ିକର ଶୁଣାଣି କରିଥାନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୨୩ରୁ ଏପ୍ରିଲ ୨୪ ମଧ୍ୟରେ ୧୭ଟି କାର୍ଯ୍ୟ ଦିବସରେ ସର୍ବମୋଟ ୮୭ ଖଣ୍ଡପୀଠ ୫୯୩ଟି ମାମଲାର ଶୁଣାଣି କରିଛନ୍ତି, ଯେଉଁଥିରେ ୩୯୦ଟି ମୁଖ୍ୟ ମାମଲା ଏବଂ ୨୦୩ଟି ସମ୍ବନ୍ଧିତ ମାମଲା ରହିଛି। ତେବେ ୨୧୫ଟି ମାମଲାର ଚୂଡ଼ାନ୍ତ ରାୟ ଶୁଣାଣି କରାଯାଇଛି, ଯେଉଁଥିରୁ ୧୭୪ଟି ସମ୍ବନ୍ଧିତ ମାମଲା ରହିଛି।

ସୂତ୍ରରୁ ଜଣାପଡ଼ିଛି, ଭିଡିଓ କନଫରେନ୍ସି ମାଧ୍ୟମରେ ନିଜ ଘରେ ରହି ବିଚାରପତି ରାୟ ଶୁଣାଣି କରୁଛନ୍ତି। ଏଥିଲାଗି ବିଚାରପତିଙ୍କ ବାସଭବନରେ ୧୦୦ ଏମବିପିଏସ ସ୍ପିଡ୍ ସହ ଇଣ୍ଟରନେଟ୍ କନେକ୍ସନ ଦିଆଯାଇଛି। ଏଣୁ ବିଚାରପତିଙ୍କୁ ଶୁଣାଣି କରିବା ସମୟରେ କୌଣସି ଅସୁବିଧା ହେଉନାହିଁ। ସେହିପରି ଆଇନଜୀବୀମାନେ ଶୁଣାଣି ସମୟରେ ନିଜ ମୋବାଇଲ ବା ଟାବଲେଟ୍ ଜରିଆରେ ଭିଡିଓ କନଫରେନ୍ସିଂରେ ଯୋଡ଼ି ହେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe