ବିଜେପି ନେତାଙ୍କ ପତ୍ନୀଙ୍କ ବ୍ୟାଗ୍ ନେଇ ଲୁଟେରା ଚମ୍ପଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରମୁଖ ବିଜେପି ନେତା ବିଜେନ୍ଦ୍ର ଗୁପ୍ତାଙ୍କ ପତ୍ନୀ ଅଭିନବ ଉପାୟରେ ଠକେଇର  ଶିକାର ହୋଇଛନ୍ତି। ଲୁଟେରାମାନେ ଗାଡିରୁ ତେଲ ବାହାରୁଥିବା କହି  ତାଙ୍କର ନଜର ହଟାଇବା ପରେ  ତାଙ୍କ ବ୍ୟାଗ୍ ଧରି ଚମ୍ପଟ ମାରିଛନ୍ତି। ଏହି ଘଟଣାରେ ପୁଲିସ କାହାକୁ ଗିରଫ କରି ନାହିଁ।
ପୁଲିସର କହିବା ଅନୁଯାୟୀ, ସୋମବାର ଦିନ ପ୍ରାୟ ୧୧ଟା ସମୟରେ ବିଜେନ୍ଦ୍ରଙ୍କ ପତ୍ନୀ ନିଜ କାର୍‌ରେ ଏକ ମିଟିଂରେ ଯୋଗ ଦେବାକୁ ଯାଉଥିଲେ। ତାଙ୍କ ସାଙ୍ଗରେ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ଥିଲେ। ଏହି ସମୟରେ ୪ଜଣ ଲୋକ ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ।  ଗାଡ଼ିରୁ ତେଲ ବାହାରୁଥିବା ସେମାନେ କହିଥିଲେ।
ଏହା ଶୁଣି ଡ୍ରାଇଭର ଓ ଗାଡ଼ି ଥିବା ଅନ୍ୟ ଜଣେ ବ୍ୟକ୍ତି ଗାଡ଼ିରୁ ଓହ୍ଲାଇ କେଉଁଠୁ ତେଲ ବାହାରୁଛି ଚେକ୍ କରିଥିଲେ। ସମସ୍ତଙ୍କ ନଜର ଗାଡ଼ି ଉପରେ ଥିବା ବେଳେ ଏହି ସୁଯୋଗରେ ଲୁଟେରାମାନେ ବିଜେନ୍ଦ୍ରଙ୍କ ପତ୍ନୀଙ୍କଠାରୁ ବ୍ୟାଗ୍‌ ନେଇ ଚମ୍ପଟ ମାରିଥିଲେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ କଂଗ୍ରେସ ନେତା ଅମ୍ରିତା ଧୱନ ମଧ୍ୟ ଅନୁରୂପ ଠକେଇର ଶିକାର ହୋଇଥିଲେ।  ଅମ୍ରିତା ଧୱନଙ୍କ କାର୍‌ ଟ୍ରାଫିକ ସିଗନାଲରେ ଠିଆ ହୋଇଥିବା ବେଳେ ତାଙ୍କ ଗାଡ଼ିର ଚକା ଲିକ୍ ହୋଇଥିବା ଦୁଇ ଜଣ ଲୋକ ଆସି କହିଥିଲେ। ଏହାପରେ  ଗାଡ଼ିର ଡ୍ରାଇଭର ଗାଡ଼ିର ଚକ ଚେକ୍‌ କଲା ବେଳେ  ଲୁଟେରାମାନେ ଅମ୍ରିତାଙ୍କ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ।

ଆହୁରି ପଢ଼ନ୍ତୁ

ଗଞ୍ଜାମ-ନୟାଗଡ଼ ସୀମା ସିଲ୍‌, ଜଗିଛନ୍ତି ଫୋର୍ସ

ସିବିଏସଇ ସିଲାବସ୍‌ରୁ ସଂଘୀୟ ବ୍ୟବସ୍ଥା, ଧର୍ମନିରପେକ୍ଷତା ଓ ଗଣତାନ୍ତ୍ରିକ ଅଧିକାର ବାଦ୍‌

ଗାନ୍ଧି ପରିବାର ନାଁରେ ଥିବା ୩ ଟ୍ରଷ୍ଟର ତଦନ୍ତ କରିବେ ସରକାର

ବୃଦ୍ଧ ପାଲଟିଲେ ସୁପର ସ୍ପ୍ରେଡର; ୯୫ ଜଣଙ୍କୁ ସଂକ୍ରମିତ କରି ସାରିଲେଣି

ଏ ଲକଡାଉନ ଦେହ ବିକିବାକୁ ବାଧ୍ୟ କରିଛି…. ଦିନକୁ ମିଳୁଛି ୧୫୦ରୁ ୨୦୦ ଟଙ୍କା

ଦେଶରେ ବେକାବୁ କରୋନା, ଦିନକରେ ପ୍ରାୟ ୨୩ ହଜାର ପଜିଟିଭ, ୪୮୨ ମୃତ

ସାଧାରଣ ରୋଗୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ମନା

ଗଲୱାନରୁ ପଛକୁ ହଟୁଛି କି ଚାଇନା? ସ୍ୟାଟେଲାଇଟରୁ ଆସିଲା ଏମିତି ଚିତ୍ର

ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ଶଟ୍‌ଡାଉନ୍ ଅବଧି

ରାଜ୍ୟ କର୍ମଚାରୀଙ୍କୁ ବାହାରେ ମୁହଁ ଖୋଲିବା ମନା

ନୀତୀନଙ୍କୁ କରୋନା, ନୀଳାଞ୍ଚଳଙ୍କୁ ଉଠାଇ ନେଲା କୋଭିଡ୍‌ ଆମ୍ୱୁଲାନ୍ସ