ଦୁର୍ବଳ ହେଉଛି କଂଗ୍ରେସ, ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ

ଅହମଦାବାଦ: ରାଜ୍ୟସଭା ନିର୍ବାଚନ ଯେତେ ପାଖଉଛି ଗୁଜରାଟରେ ରାଜନୀତିକ ସ୍ଥିତି ସେତେ ରୋମାଞ୍ଚକର ହେଉଛି। ଗୋଟିଏ ଆସନ ପାଇଁ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ଟଣାଓଟରା। ୨୪ ଘଣ୍ଟା ଭିତରେ ଗୁଜରାଟର ଆଉ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀଙ୍କୁ ଭେଟି ମୋରବି ବିଧାନସଭାର କଂଗ୍ରେସ ବିଧାୟକ ବ୍ରିଜେଶ ମେର୍ଜା ଇସ୍ତଫା ଦେଇଛନ୍ତି। ଗତକାଲି ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ। ୧୯ ତାରିଖରେ ଗୁଜରାଟର ୪ ରାଜ୍ୟସଭା […]

guj cong mla resign

Subhransu Sekhar
  • Published: Friday, 05 June 2020
  • , Updated: 05 June 2020, 02:15 PM IST

ଅହମଦାବାଦ: ରାଜ୍ୟସଭା ନିର୍ବାଚନ ଯେତେ ପାଖଉଛି ଗୁଜରାଟରେ ରାଜନୀତିକ ସ୍ଥିତି ସେତେ ରୋମାଞ୍ଚକର ହେଉଛି। ଗୋଟିଏ ଆସନ ପାଇଁ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ଟଣାଓଟରା। ୨୪ ଘଣ୍ଟା ଭିତରେ ଗୁଜରାଟର ଆଉ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀଙ୍କୁ ଭେଟି ମୋରବି ବିଧାନସଭାର କଂଗ୍ରେସ ବିଧାୟକ ବ୍ରିଜେଶ ମେର୍ଜା ଇସ୍ତଫା ଦେଇଛନ୍ତି।

ଗତକାଲି ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ। ୧୯ ତାରିଖରେ ଗୁଜରାଟର ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏହା ପୂର୍ବରୁ କଂଗ୍ରେସର ମୋଟ୍ ୮ ବିଧାୟକ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ଶାସକ ଦଳ ବିରୋଧରେ ବର୍ଷିଛି କଂଗ୍ରେସ। ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବାର ଥିଲା। ହେଲେ କରୋନା ଭାଇରସ ସଂକ୍ରମଣ ପାଇଁ ଦେଶ ଲକଡାଉନ୍ ରହିବାରୁ ନିର୍ବାଚନ ଘୁଞ୍ଚାଇ ଦିଆଯାଇଥିଲା। ସେତେବେଳେ ୫ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ। ଆଗକୁ ସ୍ଥିତି ଖରାପ ନହେଉ ଚିନ୍ତା କରି ଗୁଜରାଟ କଂଗ୍ରେସ ନିଜ ବିଧାୟକଙ୍କୁ ୭ଟି ଭିନ୍ନ ଭିନ୍ନ ସ୍ଥାନରେ ଏକାଠି କରି ରଖିଛି।

ସୂଚନାଯୋଗ୍ୟ, ୪ଟି ରାଜ୍ୟସଭା ଆସନରୁ ବିଜେପି ୩ଟି ଆସନରେ ବିଜୟୀ ହେବାକୁ ଚେଷ୍ଟା କରୁଛି। ଏବେ ୧୦୩ ବିଧାୟକଙ୍କ ସମର୍ଥନ ରହିଛି ବିଜେପି ପାଖରେ। କଂଗ୍ରେସରୁ ବିଧାୟକମାନେ ଇସ୍ତଫା ଦେବା ପରେ ଏବେ ଦଳର ୬୫ ବିଧାୟକ ରହିଛନ୍ତି। ୪ଟି ଆସନରୁ ଗୋଟିଏ ଆସନ ପାଇଁ ୩୫ ବିଧାୟକ ଆବଶ୍ୟକ ରହିଛି। ଏବେ ବିଜେପିର ବିଧାୟକ ସଂଖ୍ୟାକୁ ଦେଖିଲେ ଦୁଇଟି ଆସନ ସୁନିଶ୍ଟିତ ରହିଛି। ଆଉ ଏକ ଆସନ ଜିତିବା ପାଇଁ ବିଜେପିକୁ ଜଣେ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ସେହିପରି କଂଗ୍ରେସ ଗୋଟିଏ ଆସନରେ ଜିତିବା ସ୍ପଷ୍ଟ ହୋଇଥିବା ବେଳେ ଆଉ ଏକ ଆସନ ପାଇଁ ୪ ବିଧାୟକଙ୍କ ସମର୍ଥନ ଦରକାର। ଯାହାକି ଦଳ ପାଇଁ କଷ୍ଟକର।

କଂଗ୍ରେସ ଦ୍ୱିତୀୟ ଆସନରେ ଜିତିବା ପାଇଁ ଭାରତୀୟ ଟ୍ରାଇବାଲ ପାର୍ଟିର ଦୁଇ ବିଧାୟକ, ଏନସିପିର ଜଣେ ଏବଂ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେବାନୀଙ୍କ ଉପରେ ନଜର ରଖିଛି। ତେବେ ବିଜେପି ଏବେ ଆଉ ଗୋଟିଏ ଆସନ ଜିତିବାକୁ ଯାଇ ବିରୋଧୀ ଦଳକୁ ଦୁର୍ବଳ କରିବା ପାଇଁ ଭିତିରିଆ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

କରୋନା ମହାମାରୀ ବେଳେ ବିଜେପି ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଘୋଡ଼ା ବେପାର କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲ। ବିଜେପି କହିଛି, କଂଗ୍ରେସ ବିଧାୟକ ଦଳ ଉପରୁ ଆସ୍ଥା ହଟାଇ ଇସ୍ତଫା ଦେଉଛନ୍ତି।

Related story