ଏଠାରେ ୧ ଟଙ୍କା ଦେଲେ ମିଳୁଛି ମଧ୍ୟାହ୍ନ ଭୋଜନ, ଆଇଟମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ପୂର୍ବରୁ ଆପଣ ଟଙ୍କିକିଆ ଚାଉଳ କଥା ଶୁଣିଥିବେ। ୫ ଟଙ୍କାରେ ଭାରତ-ଡାଲମା ଖାଇଥିବେ। ହେଲେ ମାତ୍ର ୧ ଟଙ୍କାରେ ପୂରା ମଧ୍ୟାହ୍ନ ଭୋଜନର ଥାଳି ମିଳିବା କଥା କେବେ ହେଲେ ଶୁଣି ନଥିବେ। ମହାମାରୀ କରୋନା ସମୟରେ କିଏ ଏମିତି ଅଛି ଯିଏ ଏକାଧିକ ଆଇଟମ୍‌ ଭର୍ତ୍ତି ଥାଳିକୁ ମାତ୍ର ୧ ଟଙ୍କାରେ ଲୋକଙ୍କୁ ଯୋଗାଇ ଦେଉଛି? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ପୂରା ଷ୍ଟୋରୀଟିକୁ […]

bh

Hemant Lenka
  • Published: Tuesday, 27 October 2020
  • , Updated: 27 October 2020, 06:46 PM IST

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ପୂର୍ବରୁ ଆପଣ ଟଙ୍କିକିଆ ଚାଉଳ କଥା ଶୁଣିଥିବେ। ୫ ଟଙ୍କାରେ ଭାରତ-ଡାଲମା ଖାଇଥିବେ। ହେଲେ ମାତ୍ର ୧ ଟଙ୍କାରେ ପୂରା ମଧ୍ୟାହ୍ନ ଭୋଜନର ଥାଳି ମିଳିବା କଥା କେବେ ହେଲେ ଶୁଣି ନଥିବେ। ମହାମାରୀ କରୋନା ସମୟରେ କିଏ ଏମିତି ଅଛି ଯିଏ ଏକାଧିକ ଆଇଟମ୍‌ ଭର୍ତ୍ତି ଥାଳିକୁ ମାତ୍ର ୧ ଟଙ୍କାରେ ଲୋକଙ୍କୁ ଯୋଗାଇ ଦେଉଛି? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ପୂରା ଷ୍ଟୋରୀଟିକୁ ପଢ଼ିବାକୁ ପଡ଼ିବ।

ଦେଶର ଜାତୀୟ ରାଜଧାନୀ ଦିଲ୍ଲୀର ନଙ୍ଗଲୋଇ ଅନ୍ତର୍ଗତ ଶିବ ମନ୍ଦିର ନିକଟରେ ଥିବା ଶ୍ୟାମ ରୋଷେଇ ନାମକ ଫୁଡ୍‌ ଷ୍ଟଲ ଲୋକଙ୍କୁ ମାତ୍ର ୧ ଟଙ୍କାରେ ମଧ୍ୟାହ୍ନ ଭୋଜନ ଥାଳି ଯୋଗାଇ ଦେଉଛି। ଏହି ଶସ୍ତା ମଧ୍ୟାହ୍ନ ଭୋଜନକୁ ଖାଇବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ମଧ୍ୟ ମଧ୍ୟ ଜମୁଛି। ଦିନ ୧୧ରୁ ୧ଟା ମଧ୍ୟରେ ଶ୍ୟାମ ରୋଷେଇ ଫୁଡ ଷ୍ଟଲ ପକ୍ଷରୁ ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଛି।

କରୋନା ସଙ୍କଟ ବେଳେ ଖଟିକିଆ ଲୋକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। କିଏ ଚାକିରି ହରାଇଛି ତ କିଏ ପେଟକୁ ଦାନା ଗୁଣ୍ଡେ ପାଇବାକୁ ଅନେକ କଷ୍ଟ କରୁଛି। ଏହାକୁ ଦୃଷ୍ଟିରେ ରଖି ଶ୍ୟାମ ରୋଷେଇ ପକ୍ଷରୁ ଏଭଳି ଶସ୍ତାରେ ଲୋକଙ୍କୁ ସୁସ୍ୱାଦ ଖାଦ୍ୟ ଯୋଗାଇ ଦିଆଯାଉଛି।

ଏହି ମହାନ କାମ ପଛରେ ରହିଛନ୍ତି ୫୧ ବର୍ଷୀୟ ପ୍ରବୀଣ କୁମାର ଗୋଏଲ। ସେ ଦୀର୍ଘ ଦୁଇ ମାସ ହେଲାଣି ଭୋକିଲା ଲୋକଙ୍କ ପେଟକୁ ଖାଦ୍ୟ ଦେବାକୁ ପ୍ରୟାସ କରି ଚାଲିଛନ୍ତି। ସେ କହିଛନ୍ତି, ପ୍ରତିଦିନ ପ୍ରାୟ ୨ ହଜାର ଲୋକଙ୍କୁ ଏପରି ଖାଦ୍ୟ ଯୋଗାଇ ଦିଆଯାଉଛି। ପ୍ରାୟ ୧ ହଜାର ଲୋକ ଫୁଡ ଷ୍ଟଲକୁ ଆସି ଖାଦ୍ୟ ଖାଉଥିବା ବେଳେ ବାକି ୧ ହଜାର ମିଲ୍‌କୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଇ-ରିକ୍ସା ମାଧ୍ୟମରେ ପାର୍ସଲ କରି ପଠାଇ ଦିଆଯାଉଛି।

ପୂର୍ବରୁ ପୂରା ଥାଳିର ଦାମ ୧୦ ଟଙ୍କା ଥିଲା। ହେଲେ ଏବେ ଆମେ ଏହାକୁ ୧ ଟଙ୍କା କରି ଦେଇଛୁ। ଲୋକଙ୍କୁ ଆକୃଷ୍ଟ କରି ଫୁଡଷ୍ଟଲକୁ ଆଣିବା ପାଇଁ ୧ ଟଙ୍କାରେ ମିଲ୍‌ ଦିଆଯାଉଛି।

ଯେଉଁ ଅଞ୍ଚଳରେ ଲୋକଙ୍କୁ ବସି ଖାଇବାକୁ ପଡ଼ୁଛି, ତାହା ଗୋଟିଏ ଖାଲି ଫ୍ୟାକ୍ଟ୍ରି। ଏହାର ମାଲିକ ରଣଜୀତ ସିଂହ ଏହାକୁ ଆମ ପାଇଁ ଛାଡ଼ିଛନ୍ତି। ୧ ଟଙ୍କାର ଥାଳିରେ ଭାତ, ରୁଟି, ସୋୟା ପଲଉ, ପନ୍ନିର, ସୋୟାବିନ ଓ ହାଲୱା ରହିଛି। ଏଠାରେ ସକାଳ ଚା’ ମଧ୍ୟ ୧ ଟଙ୍କାରେ ମିଳୁଛି।

ଶ୍ୟାମା ରୋଷେଇରେ ୬ ଜଣ କାମ କରୁଛନ୍ତି। ସେମାନେ ଦୈନିକ ୩୦୦ରୁ ୪୦୦ ଟଙ୍କା ନେଉଛନ୍ତି। ଫୁଡ୍‌ ଷ୍ଟଲର ଏହି ମହାନତା ଦେଖି ଅନେକ ଲୋକ ଓ ଛାତ୍ରଛାତ୍ରୀମାନେ ଆର୍ଥିକ ସହଯୋଗ ମଧ୍ୟ କରୁଛନ୍ତି।

କିଛି ଦିନ ତଳେ ଜଣେ ମହିଳା ଆସି ଆବଶ୍ୟକ ରାସନ ଦେଇଥିଲେ। ସେହିପରି ଆଉ ଜଣେ ବ୍ୟକ୍ତି ମାଗଣାରେ ଅଟା ଦେଇଥିଲେ। ବାଦାନ୍ୟ ବ୍ୟକ୍ତିଙ୍କ ସହଯୋଗକ୍ରମେ ୨ ମାସ ଧରି ପ୍ରତିଦିନ ୨ ହଜାର ଲୋକଙ୍କୁ ୧ ଟଙ୍କାରେ ଖାଇବାକୁ ଦିଆଯାଉଛି। ବର୍ତ୍ତମାନ ଆମ ପାଖରେ ଆଉ ୭ ଦିନ ପାଇଁ ରାସନ ରହିଛି। ବଦାନ୍ୟ ବ୍ୟକ୍ତିମାନେ ଆମକୁ ସହଯୋଗ କରନ୍ତୁ ବୋଲି ପ୍ରବୀଣ କହିଛନ୍ତି।

Related story