ଟ୍ରେନ୍‌ରେ ଯାତ୍ରା କରୁଛନ୍ତି କି? ଆସନ୍ତା ମାସରୁ ବନ୍ଦ ହେବ ଏହି ମାଗଣା ସୁବିଧା

ନୂଆଦିଲ୍ଲୀ: ଭାରତୀୟ ରେଲୱେ ସେପ୍ଟେମ୍ୱର ପହିଲା ଠାରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକ୍‌ କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ଯୋଜନା କରିଛି। ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ irctc.co.inରେ ଟିକେଟ୍‌ ବୁକ୍‌ କଲେ ଏକ ‘ଟ୍ରାଭେଲ୍‌ ଇନ୍‌ସ୍ୟୁରାନ୍ସ’ ମିଳୁଥିଲା। ରେଳବାଇ ଏହାକୁ ନିଜ ଆଡୁ ଦେଉଥିଲା। କିନ୍ତୁ ଏବେ ଆଉ ସେମିତି ହେବନି। ସେପ୍ଟେମ୍ୱର ପହିଲା ଠାରୁ ଏହି ‘ଟ୍ରାଭେଲ୍ ଇନ୍‌ସ୍ୟୁରାନ୍ସ’ ଆପଣ ନେବେ କି ନାହିଁ ତାହା ଆପଣ ନିଜେ […]

train

Jitendra Garnayak
  • Published: Saturday, 25 August 2018
  • , Updated: 25 August 2018, 09:04 AM IST

ନୂଆଦିଲ୍ଲୀ: ଭାରତୀୟ ରେଲୱେ ସେପ୍ଟେମ୍ୱର ପହିଲା ଠାରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକ୍‌ କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ଯୋଜନା କରିଛି।

ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ irctc.co.inରେ ଟିକେଟ୍‌ ବୁକ୍‌ କଲେ ଏକ ‘ଟ୍ରାଭେଲ୍‌ ଇନ୍‌ସ୍ୟୁରାନ୍ସ’ ମିଳୁଥିଲା। ରେଳବାଇ ଏହାକୁ ନିଜ ଆଡୁ ଦେଉଥିଲା। କିନ୍ତୁ ଏବେ ଆଉ ସେମିତି ହେବନି।

ସେପ୍ଟେମ୍ୱର ପହିଲା ଠାରୁ ଏହି ‘ଟ୍ରାଭେଲ୍ ଇନ୍‌ସ୍ୟୁରାନ୍ସ’ ଆପଣ ନେବେ କି ନାହିଁ ତାହା ଆପଣ ନିଜେ ହିଁ ସ୍ଥିର କରିବେ। କାରଣ ଇ-ଟିକେଟ୍‌ ବୁକ୍‌ କରୁଥିବା ଯାତ୍ରୀଙ୍କ ପାଇଁ ‘ଟ୍ରାଭେଲ୍‌ ଇନ୍‌ସ୍ୟୁରାନ୍ସ’ ବିକଳ୍ପ ଭାବେ ରହିବ। ଆପଣ ଏହାକୁ ନେଇ ପାରନ୍ତି ବା ନେଇ ନପାରନ୍ତି।

ଏହାର ଅର୍ଥ ହେଉଛି ଯେ ସେପ୍ଟେମ୍ୱର ୧ ତାରିଖ ଠାରୁ  ଆପଣ ଅନ୍‌ଲାଇନ୍‌ରେ ଯେକୌଣସି ଟିକେଟ୍‌ ବୁକ୍ କରିବେ ସେଥିରେ ଆପଣଙ୍କୁ ‘ଅପ୍‌ଟ ଇନ୍‌ ’ ଓ ‘ଅପ୍‌ଟ ଆଉଟ୍‌’- ଏହି ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏକୁ ଚୟନ କରିବାକୁ ପଡ଼ିବ। ସେହି ଅନୁସାରେ  ଅପାଣଙ୍କୁ ପ୍ରିମିୟମ୍‌ ଏମାଉଣ୍ଟ ଦେବାକୁ ପଡ଼ିବ।

ଡିଜିଟାଲ୍‌ ଟ୍ରାଞ୍ଜାକ୍ସନ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତୀୟ ରେଲୱେ ୨୦୧୭ ଡିସେମ୍ବରରେ ଯାତ୍ରୀଙ୍କ ପାଇଁ ଫ୍ରି ଇନ୍‌ସ୍ୟୁରାନ୍ସ ସୁବିଧା ଆଣିଥିଲା। ଏବେ କିନ୍ତୁ ଏହି  ସବୁଧା ପାଇଁ ପ୍ରିମିୟମ୍ ଦେବାକୁ ପଡ଼ିପାରେ। ହେଲେ କେତେ ଟଙ୍କା ପ୍ରିମିୟମ୍ ଦିଆଯିବ ରେଳବାଇ ପକ୍ଷରୁ କିଛି କୁହାଯାଇ ନାହିଁ।

Related story