ସେଲିବ୍ରିଟିଙ୍କ ଫ୍ୟାସନ୍‌କୁ ଟ୍ରୋଲ୍‌ କରିବାରେ ଏହି ଯୁବକ ମାହିର

ନୂଆଦିଲ୍ଲୀ: ସାଙ୍ଗସାଥୀଙ୍କ ସହ ସମ୍ପର୍କ ଯୋଡ଼ିବାକୁ ସୋସିଆଲ ମିଡିଆ ଏକ ବଡ଼ ମାଧ୍ୟମ ହୋଇଛି। ନିଜ ବିଚାର ଓ ଭଲମନ୍ଦ ଅନ୍ୟମାନଙ୍କ ସହ ବାଣ୍ଟିବାରେ ଏହା ବହୁ ସହାୟକ ହେଉଛି। ଏହାସତ୍ତ୍ୱେ ଏହି ସୋସିଆଲ ମିଡିଆ ଅନ୍ୟମାନଙ୍କୁ ଥଟ୍ଟା କରିବାର ମଧ୍ୟ ମାଧ୍ୟମ ସାଜିଛି। ସମୟ ଏମିତି ହୋଇଛି, ଯଦି ଆପଣ କିଛି ପୋଷ୍ଟ୍ କରୁଛନ୍ତି, ତା’ହେଲେ ଟ୍ରୋଲ୍‌ (ନିନ୍ଦିତ)  ହେବାକୁ ମଧ୍ୟ ପ୍ରସ୍ତତୁ ହୋଇ ରୁହନ୍ତି। ବିଶେଷ କରି ସେଲିବ୍ରିଟିଙ୍କ ସହ ଏହା ଅଧିକ ହୋଇଥାଏ। […]

mainphoto

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 09:12 AM IST

ନୂଆଦିଲ୍ଲୀ: ସାଙ୍ଗସାଥୀଙ୍କ ସହ ସମ୍ପର୍କ ଯୋଡ଼ିବାକୁ ସୋସିଆଲ ମିଡିଆ ଏକ ବଡ଼ ମାଧ୍ୟମ ହୋଇଛି। ନିଜ ବିଚାର ଓ ଭଲମନ୍ଦ ଅନ୍ୟମାନଙ୍କ ସହ ବାଣ୍ଟିବାରେ ଏହା ବହୁ ସହାୟକ ହେଉଛି। ଏହାସତ୍ତ୍ୱେ ଏହି ସୋସିଆଲ ମିଡିଆ ଅନ୍ୟମାନଙ୍କୁ ଥଟ୍ଟା କରିବାର ମଧ୍ୟ ମାଧ୍ୟମ ସାଜିଛି। ସମୟ ଏମିତି ହୋଇଛି, ଯଦି ଆପଣ କିଛି ପୋଷ୍ଟ୍ କରୁଛନ୍ତି, ତା’ହେଲେ ଟ୍ରୋଲ୍‌ (ନିନ୍ଦିତ)  ହେବାକୁ ମଧ୍ୟ ପ୍ରସ୍ତତୁ ହୋଇ ରୁହନ୍ତି। ବିଶେଷ କରି ସେଲିବ୍ରିଟିଙ୍କ ସହ ଏହା ଅଧିକ ହୋଇଥାଏ। ହେଲେ ଆମେ ଆଜି ଏମିତି ଜଣେ ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କି ଇନ୍‌ଷ୍ଟାଗ୍ରାମ୍‌ରେ ବହୁ ସେଲିବ୍ରିଟିଙ୍କ ଫ୍ୟାସନ୍‌କୁ ନକଲ କରି ସେମାନଙ୍କୁ ଟ୍ରୋଲ୍‌ କରିଥାନ୍ତି।

ଏହି ଯୁବକ ଜଣଙ୍କ ହେଲେ ଇମାନ୍ୟୁଲେ ଫରାରୀ। ୨୦୧୪ରୁ ସେଲିବ୍ରିଟିଙ୍କ ଫ୍ୟାସନ୍‌ ଓ ଷ୍ଟାଇଲ୍‌କୁ ଟ୍ରୋଲ୍ କରୁଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଇମ୍ମିଲାଇଫ୍‌ ନାଁରେ ଆକାଉଣ୍ଟ ରହିଛି। ଏଥିରେ ସେ ଟ୍ରୋଲ କରୁଛନ୍ତି। ସେ Megan Merke ଙ୍କଠାରୁ ଆରମ୍ଭ କରି Rihanna ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟ୍ରୋଲ୍ କରିଛନ୍ତି।

ସେଲିବ୍ରିଟିଙ୍କ ଡ୍ରେସିଂ ସେନ୍ସ ଓ ସେମାନଙ୍କ ପରିଧାନକୁ ନକଲ କରି ଅମ୍ମି ନିଜ ଷ୍ଟାଇଲ୍‌ରେ ନୂଆ ଫ୍ୟାସନ୍‌ କ୍ରିଏଟ୍‌ କରିଥାନ୍ତି, ଯାହା ଅତ୍ୟନ୍ତ ଖରାପ ଓ ସେଲିବ୍ରିଟିଙ୍କୁ କେବଳ ଅପମାନିତ କରିବାକୁ ଉଦ୍ଦିଷ୍ଟ କହିଲେ ଭୁଲ୍ ହେବ ନାହିଁ।

Lady Gaga ଙ୍କ ଚୁଟି ଷ୍ଟାଇଲ୍‌କୁ ସେ ନିଜ ମୁଣ୍ଡରେ ପରିବା ଲଗାଇ ନକଲ କରିଛନ୍ତି, ଯାହା ଦେଖିବାକୁ ବହୁତ କଦର୍ଯ୍ୟ ଲାଗୁଛି।

Rihanna ଙ୍କ ଲୁକ୍‌ ବି ଇମ୍ମି ଛାଡି ନାହାଁନ୍ତି। ହୀରାମୋତିର ମୁକୁଟ ବଦଳରେ ସେ ଗ୍ଲାସ୍‌କୁ ମୁକୁଟ କରି ମୁଣ୍ଡରେ ସଜେଇ ଥିଲେ।

Madonna ଙ୍କ ମୁକୁଟକୁ ବି ନିଜ ଷ୍ଟାଇଲ୍‌ରେ କପି କରିଛନ୍ତି। କାଠରେ ସେ ଏହି ଫ୍ୟାସନ୍‌ ଷ୍ଟାଇଲ୍‌ର ମଜା ଉଡ଼ାଇଛନ୍ତି।

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କ ଟ୍ରୋଲର ଶିକାର ହୋଇଛନ୍ତି। ପ୍ରିୟଙ୍କାଙ୍କ Meta gala 2018 ଲୁକ୍‌କୁ ମଧ୍ୟ ଇମ୍ମି ଛାଡି ନାହାଁନ୍ତି।

ଏପରି କରି ତାଙ୍କୁ ଇମ୍ମିଙ୍କୁ ବହୁତ ମଜା ଲାଗେ। ସେ କହିଛନ୍ତି, “ଯେତେବେଳେ ମୁଁ ଷ୍ଟାଇଲିଷ୍ଟ ଡ୍ରେସ୍‌ ଦେଖେ, ମୋ ମନରେ କିଛି କ୍ରିଏଟିଭିଟି ଆସିଥାଏ ଓ ଏହାକୁ ମୁଁ ଏକ୍ସପେରିମେଣ୍ଟ କରି ଦେଖିଥାଏ।”

ସେ ଆହୁରି କହିଛନ୍ତି, “ଏପରି କରି ଭବିଷ୍ୟତରେ ମୋତେ କିଛି ଲାଭ ମିଳିବ କି ନାହିଁ ମୁଁ ଜାଣି ନାହିଁ। ତଥାପି ଏମିତି ଚେଷ୍ଟା ମୁଁ ଜାରି ରଖିବି।”

Related story