ସୁନାର ଟାଏକୁ ସୁନାର ଯୋତା

ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ। ବିବାହର ଦିନଟି ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଏଥିରେ ଯେମିତି କିଛି ଗଡବଡ ନ ହେବ ବା ଯେମିତି କୌଣସି ଜିନିଷରେ କିଛି ଅଭାବ ନ ରହିବ ସେଥିପାଇଁ ସମସ୍ତେ ସଜାଗ ଥାଆନ୍ତି। ବିବାହରେ ସମସ୍ତଙ୍କର ନଜର ଥାଏ ବର ଓ କନ୍ୟାଙ୍କ ଉପରେ। କାରଣ ସେମାନେ ହିଁ ମୁଖ୍ୟ ଆକର୍ଷଣ ଥାଆନ୍ତି ଏହି କାର୍ଯ୍ୟକ୍ରମରେ। ଝିଅମାନଙ୍କୁ ସଜେଇ ହେବାର ସଉକ ଥାଏ। ତେଣୁ ବିବାହରେ ବର […]

groom

Rakesh Mallick
  • Published: Monday, 16 April 2018
  • , Updated: 16 April 2018, 04:48 PM IST

ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ। ବିବାହର ଦିନଟି ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଏଥିରେ ଯେମିତି କିଛି ଗଡବଡ ନ ହେବ ବା ଯେମିତି କୌଣସି ଜିନିଷରେ କିଛି ଅଭାବ ନ ରହିବ ସେଥିପାଇଁ ସମସ୍ତେ ସଜାଗ ଥାଆନ୍ତି। ବିବାହରେ ସମସ୍ତଙ୍କର ନଜର ଥାଏ ବର ଓ କନ୍ୟାଙ୍କ ଉପରେ। କାରଣ ସେମାନେ ହିଁ ମୁଖ୍ୟ ଆକର୍ଷଣ ଥାଆନ୍ତି ଏହି କାର୍ଯ୍ୟକ୍ରମରେ। ଝିଅମାନଙ୍କୁ ସଜେଇ ହେବାର ସଉକ ଥାଏ। ତେଣୁ ବିବାହରେ ବର ଅପେକ୍ଷା କନ୍ୟା ନିଜ ସଜବାଜ ଉପରେ ଟିକେ ଅଧିକ ଧ୍ୟାନ ଦିଅନ୍ତି। କିନ୍ତୁ ପାକିସ୍ତାନର ଜଣେ ଏମିତି ବର ସାମ୍ନାକୁ ଆସିଛନ୍ତି ଯେ କନ୍ୟା ଅପେକ୍ଷା ସଜବାଜରେ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ପାଦରେ ସୁନାର ଯୋତା ଏବଂ ବେକରେ ସୁନାର ଟାଏ ଲଗାଇ ସେ ଏବେ ଚର୍ଚ୍ଚାରେ।

ଲାହୋରର ବ୍ୟବସାୟୀ ଲମାନ୍‌ ଶାହିଦ୍ ନିଜ ବିବାହରେ ସୁନା ପିନ୍ଧିବାରେ କୌଣସି ଅଭାବ ରଖିନାହାଁନ୍ତି। ସୁନେଲି ରଙ୍ଗର ସୁଟ୍‌, ସୁନାର ଚପଲ ଏବଂ ସୁନାର ଟାଏ ପିନ୍ଧି ଯେତେବେଳେ ବର ବେଶରେ ବାହାରିଲେ ତାଙ୍କୁ ଦେଖି ପୁରା ମାହୋଲ ଜମିଗଲା।

ଏମିତି ବେଶ ହେବା ପଛର କାରଣ ପଚାରିବାରୁ ସେ କହିଛନ୍ତି "ମୁଁ ସବୁବେଳେ ସୁନାର ଚପଲ ପିନ୍ଧିବା ପାଇଁ ଚାହୁଁଥିଲି। ଲୋକ ସୁନାର ମୁକୁଟ ପିନ୍ଧନ୍ତି, କିନ୍ତୁ ମୁଁ ଲୋକଙ୍କୁ ଜଣାଇବାକୁ ଚାହୁଁଛି ଯେ ସୁନାର ଯୋତା ମଧ୍ୟ ପିନ୍ଧାଯାଇ ପାରିବ। "

ସଲମାନ୍‌ ଶାହିଦ୍‌ ନିଜ ବର ବେଶର ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଏ କହିଛି 'ଏହି ଚପଲ ବିକ୍ରିକରି କାହାର ଚିକିତ୍ସା କରାଯାଇପାରିବ' ତ କିଏ କହିଛି 'ଯଦି ବର ଏମିତି ତାହେଲେ କନ୍ୟା କେମିତି ହୋଇଥିବ।'

Related story