ଏଲ୍ଓସି ମୁହାଁ ହେଲେ ହଜାର ହଜାର ପାକିସ୍ତାନୀ, ୩୭୦ ଉଚ୍ଛେଦକୁ କରିବେ ବିରୋଧ
ନୂଆଦିଲ୍ଲୀ: ପାକିସ୍ତାନର ପୁଣି ନୂଆ ନାଟକ। ଆଜି ପିଓକେରୁ ହଜାର ହଜାର ଲୋକ ଏଲ୍ଓସି ଆଡ଼କୁ ମାଡ଼ିଚାଲିଥିବା ଖବର ମିଳିଛି। ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ବିରୋଧରେ ସେମାନେ ବିକ୍ଷୋଭ କରିବେ। ଏହା ପୂର୍ବରୁ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସେମାନଙ୍କୁ ଏଲ୍ଓସି ଅତିକ୍ରମ ନ କରିବାକୁ କହିଥିଲେ। ସେ କହିଥିଲେ, ଯେକେହି କଶ୍ମିରୀମାନଙ୍କ ସମର୍ଥନରେ ବା ସାହାଯ୍ୟ ପାଇଁ ଏଲଓସି ଅତିକ୍ରମ କରିବ ଭାରତର ଷଡ଼ଯନ୍ତ୍ରର ଶିକାର ହେବ। The […]
ନୂଆଦିଲ୍ଲୀ: ପାକିସ୍ତାନର ପୁଣି ନୂଆ ନାଟକ। ଆଜି ପିଓକେରୁ ହଜାର ହଜାର ଲୋକ ଏଲ୍ଓସି ଆଡ଼କୁ ମାଡ଼ିଚାଲିଥିବା ଖବର ମିଳିଛି। ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ବିରୋଧରେ ସେମାନେ ବିକ୍ଷୋଭ କରିବେ। ଏହା ପୂର୍ବରୁ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସେମାନଙ୍କୁ ଏଲ୍ଓସି ଅତିକ୍ରମ ନ କରିବାକୁ କହିଥିଲେ। ସେ କହିଥିଲେ, ଯେକେହି କଶ୍ମିରୀମାନଙ୍କ ସମର୍ଥନରେ ବା ସାହାଯ୍ୟ ପାଇଁ ଏଲଓସି ଅତିକ୍ରମ କରିବ ଭାରତର ଷଡ଼ଯନ୍ତ୍ରର ଶିକାର ହେବ।
https://twitter.com/MurtazaViews/status/1180441788751863809
ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୫ ତାରିଖରେ ଭାରତ ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତ ହୋଇଛି। ଏହାପରଠାରୁ କୂଟନୀତିକ ସମ୍ପର୍କ ଛିନ୍ନ ହେବା ସହ ପରକିସ୍ତାନ ବ୍ୟବସାୟିକ ସମ୍ପର୍କ ମଧ୍ୟ କାଟିଦେଇଛି।
https://twitter.com/JklfUk/status/1180762784851791872
ଏଲ୍ଓସି ଆଡ଼କୁ ହଜାର ହଜାର ପାକିସ୍ତାନୀଙ୍କ ମଧ୍ୟରେ ଅଧିକାଂଶ ଯୁବକ ଅଛନ୍ତି। ସେମାନେ ପ୍ରଥମେ ପିଓକେ ରାଜଧାନୀ ମୁଜାଫରବାଦରେ ଏକାଠି ହୋଇଥିଲେ ଏବଂ ରାତି କାଟିଥିଲେ। ଏହାପରେ ସେମାନେ ମୁଜାଫରବାଦରୁ ଶ୍ରୀନଗର ରାସ୍ତାରେ ଚାଲିଛନ୍ତି। ସେମାନେ ଯଦିଓ ଏଲଓସି ଅତିକ୍ରମ କରିବେ ବୋଲି ଘୋଷଣା କରିଛନ୍ତି, ଚାକୋଠିଠାରେ କର୍ତ୍ତୃପକ୍ଷ ସେମାନଙ୍କୁ ଅଟକାଇବେ।