ଚାଲିଥିଲା ନକଲି ଷ୍ଟେଟ ବ୍ୟାଙ୍କ, ତିନି ଗିରଫ

ଚେନ୍ନାଇ: ନକଲି ପଇସା ବାବଦରେ ସମସ୍ତେ ଅବଗତ ଥିବେ। ଏବେ କିନ୍ତୁ ନକଲି ବ୍ୟାଙ୍କ ଚାଲୁଥିବାର ପ୍ରମାଣ ମିଳିଛି। ତା’ପୁଣି ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନାଁରେ। ଏହି ନକଲି ଏସବିଆଇ ବ୍ୟାଙ୍କ ଖୋଲି ବ୍ୟବସାୟ କରୁଥିବା ମାମଲାରେ ତିନି ଜଣ ଗିରଫ ହୋଇଛନ୍ତି। ତାମିଲନାଡୁର କୁଡାଲୋର ଜିଲ୍ଲାର ପନରୁତିରେ ଏହି ନକଲି ଏସବିଆଇ ବ୍ରାଞ୍ଚ ରହିଥିଲା। ପୁଲିସ କହିଛି, ଏହି ବ୍ୟାଙ୍କ ଯିଏ ଖୋଲିଛି ତା’ର ନାମ କମଳା ବାବୁ […]

STATE BANK OF INDIA

STATE BANK OF INDIA

Subhransu Sekhar
  • Published: Saturday, 11 July 2020
  • Updated: 11 July 2020, 05:56 PM IST

Sports

Latest News

ଚେନ୍ନାଇ: ନକଲି ପଇସା ବାବଦରେ ସମସ୍ତେ ଅବଗତ ଥିବେ। ଏବେ କିନ୍ତୁ ନକଲି ବ୍ୟାଙ୍କ ଚାଲୁଥିବାର ପ୍ରମାଣ ମିଳିଛି। ତା’ପୁଣି ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନାଁରେ। ଏହି ନକଲି ଏସବିଆଇ ବ୍ୟାଙ୍କ ଖୋଲି ବ୍ୟବସାୟ କରୁଥିବା ମାମଲାରେ ତିନି ଜଣ ଗିରଫ ହୋଇଛନ୍ତି। ତାମିଲନାଡୁର କୁଡାଲୋର ଜିଲ୍ଲାର ପନରୁତିରେ ଏହି ନକଲି ଏସବିଆଇ ବ୍ରାଞ୍ଚ ରହିଥିଲା।

ପୁଲିସ କହିଛି, ଏହି ବ୍ୟାଙ୍କ ଯିଏ ଖୋଲିଛି ତା’ର ନାମ କମଳା ବାବୁ (୧୯)। ଏସବିଆଇର ଜଣେ ପୂର୍ବତନ କର୍ମଚାରୀଙ୍କ ପୁଅ ସେ। କିଛି କମ୍ପ୍ୟୁଟର, ଲକର, ଚାଲାଣ ଏବଂ ଜାଲ ଡକ୍ୟୁମେଣ୍ଟ ଆଣି କମଳା ଏସବିଆଇ ନାମରେ ନକଲି ବ୍ରାଞ୍ଚ ଖୋଲିଥିଲା। ଏମିତିକି ଏକ ଓ୍ୱେବସାଇଟ୍ ମଧ୍ୟ ତିଆରି ହୋଇଥିଲା ବ୍ୟବସାୟ ପାଇଁ। ଯାହାର ନାମ ପନରୁତି ବଜାର ବ୍ରାଞ୍ଚ। ବାବୁ ସହିତ ଗିରଫ ଦୁଇ ଜଣ ହେଲେ ଏ କୁମାର (୪୨), ଏମ ମାଣିକାମ (୫୨)। ଲକଡାଉନ ବେଳେ ଏପ୍ରିଲ ମାସରେ ଏହି ତିନି ମିଶି ଏହି ନକଲି ବ୍ୟାଙ୍କ ଖୋଲିଥିଲେ।

ଜଣେ ଏସବିଆଇ ଗ୍ରାହକ ପନରୁତିରେ ବ୍ୟାଙ୍କ ଖୋଜୁଥିବା ବେଳେ ଏହି ବ୍ୟାଙ୍କକୁ ଦେଖିବାକୁ ପାଇଥିଲେ। ଏହାପରେ ସେ ତାଙ୍କ ହୋମ ଏସବିଆଇ ବ୍ରାଞ୍ଚର ମ୍ୟାନେଜରଙ୍କୁ ଏହି ଏସବିଆଇ ବ୍ୟାଙ୍କ ବାବଦରେ ଜଣାଇବା ପରେ ନକଲି ଏସବିଆଇ ବ୍ୟାଙ୍କର ପର୍ଦ୍ଦାଫାଶ ହୋଇଥିଲା।

ଏହାପରେ ସେହି ଏସବିଆଇ ଗ୍ରାହକ ବ୍ୟାଙ୍କ ଭିତରକୁ ଯାଇ ଏକ ରସିଦ ଆଣିଥିଲେ। ଯାହାକି ନକଲି ବୋଲି ପ୍ରମାଣିତ ହୋଇଥିଲା। ଏ ନେଇ ପୁଲିସକୁ ଅବଗତ ହେବା ପରେ ପୁଲିସ ରେଡ୍ କରି ତିନି ଜଣଙ୍କୁ ଗିରଫ କରିବା ସହିତ ନକଲି ଏସବିଆଇ ବ୍ରାଞ୍ଚକୁ ସିଲ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos