ପୁଞ୍ଚରେ ପାକିସ୍ତାନର ଗୁଳିବର୍ଷା, ୩ ସାଧାରଣ ଲୋକ ଆହତ

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଞ୍ଚରେ ଆଜି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରାଯାଇଛି। ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ଥିବା ସେନା ପୋଷ୍ଟ ଓ ଜନବସତିକୁ ଟାର୍ଗେଟ କରି ମୋର୍ଟାର ଓ ସ୍ୱୟଂଚାଳିତ ବନ୍ଧୁକ ଦ୍ୱାରା ଆକ୍ରମଣ କରାଯାଇଛି। ଏଥିରେ ନିକଟସ୍ଥ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ମୋର୍ଟାର ମାଡ଼ରେ ୨ ଜଣ ମହିଳାଙ୍କ ସମେତ ୩ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭାରତୀୟ ସେନା ପକ୍ଷରୁ ନିକଟସ୍ଥ ହସ୍ପିଟାଲ୍‌ରେ […]

mo

Hemant Lenka
  • Published: Friday, 12 April 2019
  • , Updated: 12 April 2019, 06:21 PM IST

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଞ୍ଚରେ ଆଜି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରାଯାଇଛି। ପାକିସ୍ତାନ ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ଥିବା ସେନା ପୋଷ୍ଟ ଓ ଜନବସତିକୁ ଟାର୍ଗେଟ କରି ମୋର୍ଟାର ଓ ସ୍ୱୟଂଚାଳିତ ବନ୍ଧୁକ ଦ୍ୱାରା ଆକ୍ରମଣ କରାଯାଇଛି।

ଏଥିରେ ନିକଟସ୍ଥ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ମୋର୍ଟାର ମାଡ଼ରେ ୨ ଜଣ ମହିଳାଙ୍କ ସମେତ ୩ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭାରତୀୟ ସେନା ପକ୍ଷରୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପାକିସ୍ତାନର ଏଭଳି ଗୁଳିମାଡ଼ର ଜବାବ ମଧ୍ୟ ଭାରତ ପକ୍ଷରୁ ଦିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮.୩୦ରେ ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ସ୍ୱାଜିଆନ୍‌ ସେକ୍ଟର ନିକଟରେ ପାକ୍‌ ସେନା ପକ୍ଷରୁ ୧୨୦ ଏମଏମ୍‌ ମୋର୍ଟାର ଦ୍ୱାରା ଜନବସତିଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା।

ଏଥିରେ ୩ ଜଣ ଲୋକ ଆହତ ହୋଇଛନ୍ତି। ସେହିପରି ଗନି ମୀର ନାମକ ଜଣେ ବ୍ୟକ୍ତିଙ୍କ ଘର ପାକ୍‌ର ମୋର୍ଟାର ମାଡ଼ରେ ସଂପୂର୍ଣ୍ଣ ଛାରଖାର ହୋଇଯାଇଛି। ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଏବେ ବି ଗୁଳି ବିନିମୟ ଜାରି ରହିଥିବାରୁ ସୀମା ନିକଟବର୍ତ୍ତୀ ଲୋକଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

Related story