ଏଣିକି ନୂଆ ନିୟମ; ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ କରିହେବ ଟିକେଟ୍ ବୁକିଂ

ନୂଆଦିଲ୍ଲୀ: ଏଣିକି ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ କରିହେବ ଟିକେଟ୍ ବୁକିଂ।  ଆସନ୍ତା ୧୦ ତାରିଖରୁ ଲାଗୁ ହେବାକୁ ଯାଉଛି ଏହି ନିୟମ । ଏ ନେଇ ଭାରତୀୟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରେନ୍ ଛାଡ଼ିବାର ଅଧ ଘଣ୍ଟା ପୂର୍ବରୁ ଭାରତୀୟ ରେଲେଓ୍ୱ ପକ୍ଷରୁ ଦ୍ୱିତୀୟ ରିଜର୍ଭେସନ ଚାର୍ଟ ଜାରି କରାଯିବ। ସେହିପରି ପ୍ରଥମ ଚାର୍ଟ ୪ ଘଣ୍ଟା ପୂର୍ବରୁ ଆସିଯିବ।  ଯାହା ଫଳରେ ତୁରନ୍ତ କୌଣସି ଜାଗାକୁ ଯିବାକୁ ଚାହୁଁଥିବା ଯାତ୍ରୀମାନେ ଏହାର […]

train

Niharika Rout
  • Published: Wednesday, 07 October 2020
  • , Updated: 07 October 2020, 08:48 AM IST

ନୂଆଦିଲ୍ଲୀ: ଏଣିକି ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ କରିହେବ ଟିକେଟ୍ ବୁକିଂ।  ଆସନ୍ତା ୧୦ ତାରିଖରୁ ଲାଗୁ ହେବାକୁ ଯାଉଛି ଏହି ନିୟମ । ଏ ନେଇ ଭାରତୀୟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି ।

ଟ୍ରେନ୍ ଛାଡ଼ିବାର ଅଧ ଘଣ୍ଟା ପୂର୍ବରୁ ଭାରତୀୟ ରେଲେଓ୍ୱ ପକ୍ଷରୁ ଦ୍ୱିତୀୟ ରିଜର୍ଭେସନ ଚାର୍ଟ ଜାରି କରାଯିବ। ସେହିପରି ପ୍ରଥମ ଚାର୍ଟ ୪ ଘଣ୍ଟା ପୂର୍ବରୁ ଆସିଯିବ।  ଯାହା ଫଳରେ ତୁରନ୍ତ କୌଣସି ଜାଗାକୁ ଯିବାକୁ ଚାହୁଁଥିବା ଯାତ୍ରୀମାନେ ଏହାର ଫାଇଦା ପାଇପାରିବେ ।

ରେଲୱେର କହିବା ମୁତାବକ, ପ୍ରଥମ ଚାର୍ଟ ଜାରି ହେବା ପରେ ଅନେକ ସିଟ୍ ଖାଲିପଡୁଥିଲା । ସିଟ୍ ଖାଲି ପଡ଼ିବା ସତ୍ତ୍ୱେ ଅନେକ ଯାତ୍ରୀ ଜେନେରାଲ୍ ଶ୍ରେଣୀରେ ଯାତ୍ରା କରୁଥିଲେ । ମାତ୍ର ଏବେ ତାହା ହେବ ନାହିଁ । ପ୍ରଥମ ଚାର୍ଟ ପରେ ଯେଉଁ ସିଟ୍ ଖାଲି ରହିବ ତାହାର ବୁକିଂ ଅନ୍‌ଲାଇନ୍‌ ଅଥବା କାଉଣ୍ଟରରେ କରାଯିବ। ଏଥିଲାଗି ପ୍ରଥମେ ଆସିଲେ ପ୍ରଥମେ ପାଇବା ନିୟମ ଲାଗୁ ହେବ।

Related story