ବାଘ ଶିକାର କରିବାକୁ ଯାଇ ଫସିଗଲେ ମନ୍ତ୍ରୀ

ମୁମ୍ୱାଇ: ଉତ୍ତର ମହାରାଷ୍ଟ୍ର ଜଳଗାଓଁ ଜିଲା ଚାଲିଶଗାଓଁ ଅଞ୍ଚଳରେ ଗୋଟିଏ  ଚିତାବାଘ ଆତଙ୍କ ଖେଳାଇ ରଖିଛି। ଏହି ଖବର ପାଇବା ପରେ ମହାରାଷ୍ଟ୍ର ସରକାରରେ ଜଳ ସଂଶାଧନ ମନ୍ତ୍ରୀ ଥିବା ଗିରୀଶ ଦତ୍ତାତ୍ରେୟ ମହାଜନ ବନ୍ଧୁକ ଧରି ବାହାରିଥିଲେ ଏହି ମଣିଷଖିଆ ଚିତାକୁ ଶିକାର କରିବାକୁ। ତାଙ୍କ ସହ ରହିଥିଲେ ବନ ବିଭାଗର ବହୁ କର୍ମଚାରୀ। ଚଲିଶଗାଓଁ ଗ୍ରାମ୍ୟ ଜଙ୍ଗଲର କୋଣ ଅନୁକୋଣ ତନ୍ନ ତନ୍ନ କରି ଖୋଜା ଯାଇଥିଲା। ହେଲ ସବୁ ଫସର ଫାଟିଗଲା। ସମସ୍ତଙ୍କ […]

j-lll

Rakesh Mallick
  • Published: Tuesday, 28 November 2017
  • , Updated: 28 November 2017, 05:18 PM IST

ମୁମ୍ୱାଇ: ଉତ୍ତର ମହାରାଷ୍ଟ୍ର ଜଳଗାଓଁ ଜିଲା ଚାଲିଶଗାଓଁ ଅଞ୍ଚଳରେ ଗୋଟିଏ  ଚିତାବାଘ ଆତଙ୍କ ଖେଳାଇ ରଖିଛି। ଏହି ଖବର ପାଇବା ପରେ ମହାରାଷ୍ଟ୍ର ସରକାରରେ ଜଳ ସଂଶାଧନ ମନ୍ତ୍ରୀ ଥିବା ଗିରୀଶ ଦତ୍ତାତ୍ରେୟ ମହାଜନ ବନ୍ଧୁକ ଧରି ବାହାରିଥିଲେ ଏହି ମଣିଷଖିଆ ଚିତାକୁ ଶିକାର କରିବାକୁ। ତାଙ୍କ ସହ ରହିଥିଲେ ବନ ବିଭାଗର ବହୁ କର୍ମଚାରୀ। ଚଲିଶଗାଓଁ ଗ୍ରାମ୍ୟ ଜଙ୍ଗଲର କୋଣ ଅନୁକୋଣ ତନ୍ନ ତନ୍ନ କରି ଖୋଜା ଯାଇଥିଲା। ହେଲ ସବୁ ଫସର ଫାଟିଗଲା। ସମସ୍ତଙ୍କ ଆଖିରେ ଧୂଳିଦେଇ ଖସିଗଲା ଚିତା। ହେଲେ ଶିକାର କରିବାକୁ ଯାଇ ମନ୍ତ୍ରୀ ମହୋଦୟ ଏବେ ଅଡୁଆରେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦତ୍ତାତ୍ରେୟଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧିଦଳର ସଦସ୍ୟମାନେ। ରାଜ୍ୟରେ ଶାସକ ଦଳର ଜଣେ ମନ୍ତ୍ରୀ ବନ୍ୟପ୍ରାଣୀ ସୁରକ୍ଷା ନିୟମକୁ ଉଲ୍ଲଂଘନ କରି ଏଭଳି ସର୍ବସମ୍ମୁଖରେ ବନ୍ଧୁଧରି ଶିକାରରେ ବାହାରିବା ଅଦୌ ସ୍ପୃହଣୀୟ ନୁହେଁ ବୋଲି ଅଭଯୋଗ କରିଛନ୍ତି ସେମାନେ।

ସୂଚନାଯୋଗ୍ୟ, ଗଲା ୪ ମାସ ଭିତରେ ଏହି ଚିତା ୩ ଜଣଙ୍କୁ ମାରି ଖାଇଲାଣି ବୋଲି ଚର୍ଚ୍ଚା ହେଉଛି। ବନ ବିଭାଗ ମଧ୍ୟ ଏଥିରେ ଅତିଷ୍ଠ ହୋଇ ଶେଷରେ ଉକ୍ତ ଚିତାକୁ ମାରି ଦେବାକୁ ନିର୍ଦ୍ଦେଶ ଦେଇଥିଲା। ଯାହାକୁ ନେଇ ଏହି ଗ୍ରାମରେ ଏବେ ଭରୟ ବାତବରଣ ଖେଳି ଯାଇଛି। ଏହ ଅଞ୍ଚଳଟି ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅଧୀନରେ ରହିଥିବାରୁ ସୋମବାର ମନ୍ତ୍ରୀ ମହୋଦୟ କୁଆଡେ ବୁଲିବାକୁ ଆସିଥିବା ବେଳେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଆଉ ତା ପରେ ବନ ବିଭାଗ ଟିମ୍‌ ସହ ଶିକାରରେ ବାହାରି ପଡିଥିଲେ ବୋଲି କହିଛନ୍ତି।

ସୋମବାରର ଏହି ଘଟଣା ପରେ ଏନ୍‌ସିପି ନେତା ନୱାବ ମଲ୍ଲିକ କହିଛନ୍ତି ଯେ, ବନ୍ୟପ୍ରାଣୀ ଆଇନ୍‌ ଉଲ୍ଲଂଘନ କରିଥିବାରୁ ତାଙ୍କୁ ତୁରନ୍ତ ଗିରଫ କରାଯିବା କଥା। ଏପରିକି ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ନେଚତ୍‌ ସେ ପ୍ରଶାସନ ନିକଟରେ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ଲାଗି ଗୁହାରୀ କରିବେ।

Related story